ETV Bharat / city

ପ୍ରଥମ ଭାରତୀୟ ଭାବେ ଯୁବ ବୈଜ୍ଞାନିକ ପୁରସ୍କାର ଜିତିଲେ ଓଡିଆ ପୁଅ - deepak kumar karan

କଟକ ଜିଲ୍ଲା ବଡମ୍ବା ବ୍ଲକ ମାଣିଆବନ୍ଧର ଦୀପକ କୁମାର କରନଙ୍କୁ ଇଣ୍ଟରନ୍ୟାସନାଲ ୟୁନିୟନ ଅଫ ଜିଓଡେସି ଆଣ୍ଡ ଜିଓଫିଜିକ୍ସ ଯୁବ ବୈଜ୍ଞାନିକ ଭାବେ ପୁରସ୍କୃତ କରିଛି । ଏହି ପୁରସ୍କାର ପାଇବାରେ ଦୀପକ ହେଉଛନ୍ତି ପ୍ରଥମ ଭାରତୀୟ ।

ଡିଜାଇନ ଫଟୋ
author img

By

Published : Aug 21, 2019, 10:53 PM IST

ଭୁବନେଶ୍ବର: ପଙ୍କରୁ ପଦ୍ମ ଫୁଟିବା ଭଳି ବଡମ୍ବା ବ୍ଲକ ମାଣିଆବନ୍ଧ ଗାଁର ଏକ ଅତି ଗରିବ ପରିବାରରେ ଜନ୍ମ ହୋଇଥିବା ଦୀପକ କୁମାର କରନ ଆଜି ସାରା ଭାରତ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ଇଣ୍ଟରନ୍ୟାସନାଲ ୟୁନିୟନ ଅଫ ଜିଓଡେସି ଆଣ୍ଡ ଜିଓଫିଜିକ୍ସ ତାଙ୍କୁ ଇଣ୍ଟରନ୍ୟାସନାଲ ଆସୋସିଏସନ ଅଫ ଜିଓମାଗ୍ନାଟିଜିମ ଆଣ୍ଡ ଏରୋନୋମି (IAGA) ୟଙ୍ଗ ସାଇଣ୍ଟିଷ୍ଟ ପୁରସ୍କାରରେ ସମ୍ମାନିତ କରିଛି । ଏହି ସମ୍ମାନ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଦୀପକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ପାଇଁ ଓଡିଶା ଗର୍ବିତ ବୋଲି କହିଛନ୍ତି ।

ଚଳିତ ବର୍ଷ ଏହି ପୁରସ୍କାର ଚାରି ଜଣକୁ ମିଳିଛି । ଋଷିଆରୁ ଦୁଇ ଜଣ, ୟୁକେରୁ ଜଣେ ଓ ଭାରତରୁ ଦୀପକଙ୍କୁ ମିଳିଛି ଏହି ସମ୍ମାନ । ଦୀପକ ପ୍ରଥମ ଭାରତୀୟ ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ନିକଟରେ କାନାଡା, ମାଣ୍ଟ୍ରିୟଲ ଠାରେ ଏହି ସମ୍ମାନ ଦିଆଯାଇଛି । ଏହି ପୁରସ୍କାର ପାଇବା ପାଇଁ ତାଙ୍କୁ ଇଣ୍ଟରନ୍ୟାସନାଲ ସିମ୍ପୋଜିୟମ ଅନ ଇକ୍ବାଟୋରିଆଲ ଏରୋନୋମି ମନୋନୀତ କରିଥିଲା । 2018 ଅକ୍ଟୋବରରେ ଅହମଦାବାଦର ରିସର୍ଚ୍ଚ ଲାବ୍ରୋଟୋରୀ ଠାରେ ଆୟୋଜିତ 15ତମ ଇଣ୍ଟରନ୍ୟାସନାଲ ସିମ୍ପୋଜିୟମ ଅନ ଇକ୍ବାଟୋରିଆଲ ଏରୋନୋମିରେ ଦୀପକଙ୍କ ବେଷ୍ଟ ୟଙ୍ଗ ସାଇଣ୍ଟିଷ୍ଟ ପେପର ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା ।

ବର୍ତ୍ତମାନ ଦୀପକ ପୃଥିବୀର ଉପରିଭାଗ ବାୟୁମଣ୍ଡଳର ପରୀକ୍ଷା ପାଇଁ NASAର GOLD (ଗ୍ଲୋବାଲ ସ୍କେଲ ଅବଜରଭେସନ ଅଫ ଦ ଲିମ୍ବ ଆଣ୍ଡ ଡିସ୍କ) ମିଶନରେ ରିସର୍ଚ୍ଚ ଆସୋସିଏଟ ଭାବେ କାର୍ଯ୍ୟରତ ।

ଦୀପକ ଫିଜିକାଲ ରିସର୍ଚ୍ଚ ଲାବ୍ରୋଟୋରୀ, ଅହମଦାବାଦରେ ନିଜର ପିଏଚଡି ସମାପ୍ତ କରିଥିଲେ । ତାଙ୍କ ଥିସିସ ଥିଲା ‘Investigation of Daytime Thermospheric Wave Dynamics over Low- latitudes Using Ground-Based Optical Techniques’ ଯାହାକୁ ଗୁଜୁରାଟ ସାଇନ୍ସ ଏକାଡେମୀ 2017 ମସିହାର ଶ୍ରେଷ୍ଠ ଥିସିସ ବିବେଚିତ କରିଥିଲା ।

ବାପା ନିଳମଣି ଓ ସୁଷମାଙ୍କ ଔରସରେ ଏକ ଶ୍ରମିକ ପରିବାରରେ ଜନ୍ମ ହୋଇଥିଲେ ଦୀପକ । ଦଶମରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ସତ୍ତ୍ବେ କଲେଜ ନାମ ଲେଖାଇବା ପାଇଁ ତାଙ୍କ ପାଖରେ ଅର୍ଥାଭାବ ହୋଇଥିଲା । ଏହାପରେ ଏସି ବିଜ୍ଞାନ ଓ କଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପ୍ରଫେସର ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ ଓ ତାଙ୍କ ପାଠ ପାଢ଼ା ପାଇଁ ସମସ୍ତ ସୁବିଧା କରି ଦେଇଥିଲେ ।

ଯୁକ୍ତ ଦୁଇରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଆଠଗଡ ଗୋପବନ୍ଧୁ କଲେଜରେ ରସାୟନ ବିଜ୍ଞାନ ଅନର୍ସରେ ଯୁକ୍ତ ତିନି ପଢ଼ିଥିଲେ ଦୀପକ । ଉତ୍କଳ ବିଶ୍ବବିଦ୍ୟାଳୟରେ ସେ ଟପର ହୋଇଥିଲେ । ରେଭେନ୍ସାରେ ସ୍ନାତକୋତ୍ତର ପଢ଼ିବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଇଲେକଟ୍ରୋନିକ୍ସ ବିଷୟରେ ଏମଫିଲ କରିଥିଲେ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.