ETV Bharat / city

ବିଶ୍ୱବିଦ୍ୟାଳୟର ବିକାଶ ଚିନ୍ତାରେ କେନ୍ଦ୍ର ଓ ରାଜ୍ୟର ଶିକ୍ଷାମନ୍ତ୍ରୀ, ଭର୍ଚୁଆଲରେ କଲେ ସମୀକ୍ଷା - ଉତ୍କଳ ବିଶ୍ୱବିଦ୍ୟାଳୟ ଭର୍ଚୁଆଲ୍ ବୈଠକ

ଉତ୍କଳ ବିଶ୍ୱବିଦ୍ୟାଳୟ ଆଲୁମିନି ଆସୋସିଏସନର ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟକୁ ଆଗକୁ ବଢ଼ାଇବା ପାଇଁ ହେଲେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ନୁହେଁ ପୁରାତନ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ରହିଛି। ଏହି ଅବସରରେ ଉତ୍କଳ ଆଇନା ଇ-ମାଗାଜିନର ଇନାଗୁରେସନ କରିଛନ୍ତି ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ଅଧିକ ପଢନ୍ତୁ...

ବିଶ୍ୱବିଦ୍ୟାଳୟକୁ ଆଗକୁ ନେବାରେ ପୁରାତନ ଛାତ୍ର ଛାତ୍ରୀଙ୍କ ଅଂଶ ଗ୍ରହଣ ଯଥେଷ୍ଟ

author img

By

Published : Aug 27, 2021, 10:56 PM IST

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟର ଆଲୁମିନି ଆସୋସିଏସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ କରି ଉତ୍କଳ ବିଶ୍ଵବିଦ୍ୟାଳୟର ଶିକ୍ଷା କ୍ଷେତ୍ରରେ ଇକୋ ସିଷ୍ଟମକୁ ବଢାଇବା, ବିଶ୍ୱବିଦ୍ୟାଳୟକୁ ପରିବର୍ତ୍ତନ କରିବା ଦିଗରେ କାର୍ଯ୍ୟ କରିବା ଦିଗରେ ଆଲୋଚନା କରାଯାଇଛି ।

ରାଜ୍ୟରେ ଅନେକ ଘରୋଇ ବିଶ୍ୱବିଦ୍ୟାଳୟ ରହିଛି, ଯାହା ଶିକ୍ଷା ଓ ଅନ୍ୟ ସବୁ କ୍ଷେତ୍ରରେ ଆଗୁଆ ରହୁଛି। ସେହିପରି ରାଜ୍ୟର ଉତ୍କଳ ବିଶ୍ଵବିଦ୍ୟାଳୟ ଅନ୍ୟତମ ଏକ ପୁରାତନ ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟ ଆଗକୁ କିଭଳି ବଢିବ ତାହା 50 ପ୍ରତିଶତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହାତରେ ରହିଛି କିନ୍ତୁ, ବାକି 50 ପ୍ରତିଶତ ପୁରାତନ ଛାତ୍ରଛାତ୍ରୀଙ୍କ ହାତରେ ରହିଛି ବୋଲି ବୈଠକରେ ଆଲେଚନା ହୋଇଥିଲା । ଏନେଇ ଚିନ୍ତା କରିବାକୁ ପଡିବ ବୋଲି ପୂରାତନ ଛାତ୍ରଛାତ୍ରୀ ମାନେ କହିଥିଲେ ।

ବିଶ୍ୱବିଦ୍ୟାଳୟ ହେଉଛି ଆମ ସମ୍ପଦ, ଓଡିଶାକୁ ଆଗକୁ ନେବାକୁ ହେଲେ ବିଶ୍ୱବିଦ୍ୟାଳୟକୁ ଉଚ୍ଚା କରିବାକୁ ପଡ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ। ତେବେ ଏହି ଅବସରରେ ଉତ୍କଳ ବିଶ୍ଵବିଦ୍ୟାଳୟ ଆଲୁମିନି ଆସୋସିଏସନ ପକ୍ଷରୁ ଉତ୍କଳ ଆଇନା ପୁସ୍ତକକୁ ଇନାଗୁରେସନ କରିଛନ୍ତି ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏହି ବୈଠକରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଓ ଅନ୍ୟ ସମସ୍ତେ ପୁରାତନ ଛାତ୍ରଛାତ୍ରୀ ମାନେ ଏହି ଭର୍ଚୁ‌ଆଲ ବୈଠକରେ ଅଂଶଗ୍ରହଣ କରିଥିଲେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.