ETV Bharat / city

ସମ୍ପାଦକୀୟ ବାଣରେ ଉଭୟ ଶାସକ ବିରୋଧୀଙ୍କୁ ନିରଞ୍ଜନଙ୍କ ଟାର୍ଗେଟ

author img

By

Published : Mar 16, 2022, 8:55 PM IST

ଏକ ଦୈନିକ ଖବର କାଗଜରେ "ନିର୍ବାଚନ ବିଜୟ ବନାମ ବିପର୍ଯ୍ୟସ୍ତ ଗଣତନ୍ତ୍ର" ଶୀର୍ଷକ ସ୍ତମ୍ବରେ କଂଗ୍ରେସର ପରାଜୟର କାରଣ ଉଲ୍ଲେଖ କରିବା ସହିତ ବିଜେଡିକୁ ତୀର ମାରିଛନ୍ତି ପିସିସି ସଭାପତି । ଅଧିକ ପଢ଼ନ୍ତୁ

ସମ୍ପାଦକୀୟ ବାଣରେ ଉଭୟ ଶାସକ ବିରୋଧୀଙ୍କୁ ନିରଞ୍ଜନଙ୍କ ଟାର୍ଗେଟ
ସମ୍ପାଦକୀୟ ବାଣରେ ଉଭୟ ଶାସକ ବିରୋଧୀଙ୍କୁ ନିରଞ୍ଜନଙ୍କ ଟାର୍ଗେଟ

ଭୁବନେଶ୍ବର: ଉଭୟ ବିଜେଡି ଏବଂ ବିଜେପିକୁ କଡା ସମାଲୋଚନା କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏକ ଦୈନିକ ଖବର କାଗଜରେ "ନିର୍ବାଚନ ବିଜୟ ବନାମ ବିପର୍ଯ୍ୟସ୍ତ ଗଣତନ୍ତ୍ର" ଶୀର୍ଷକ ସ୍ତମ୍ବରେ କଂଗ୍ରେସର ପରାଜୟର କାରଣ ଉଲ୍ଲେଖ କରିବା ସହିତ ବିଜେଡିକୁ ତୀର ମାରିଛନ୍ତି ପିସିସି ସଭାପତି । ବିରୋଧୀ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

ସଦ୍ୟ ସମାପ୍ତ ହୋଇଥିବା ପାଞ୍ଚଟି ରାଜ୍ୟର ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ଆକ୍ସନ ମୁଡ୍‌ ଆସିଛି କଂଗ୍ରେସ । ଜାତୀୟ ସ୍ତରରେ ଏବେ ଚାଲିଛି ମାନସ ମନ୍ଥନ, ଏହି କ୍ରମରେ ପାଞ୍ଚ ରାଜ୍ୟର ପିସିସି ସଭାପତିଙ୍କ ଇସ୍ତଫା ମାଗିଛନ୍ତି ଦଳର ହାଇକମାଣ୍ଡ । ଠିକ୍‌ ଏହି ସମୟରେ ନିରଞ୍ଜନ ଲେଖିଥିବା ସମ୍ପାଦକୀୟ ବିଦାୟ ବାର୍ତ୍ତା ବୋଲି ଆଲୋଚନା ହୋଇଛି । କଂଗ୍ରେସର ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦ, ବା ରଣନୀତିର ଅଭାବ ଯୋଗୁଁ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିଲା ନାହିଁ ବୋଲି ନିରଞ୍ଜନ ଉଲ୍ଲେଖ କରିଛନ୍ତି ।

ଶାସକ ଦଳର ଏକ ତରଫା ବିଜୟ ଗଣତନ୍ତ୍ର ପାଇଁ ଶୁଭ ନୁହେଁ ବୋଲି କହିଛନ୍ତି ପସିସି ସଭାପତି । କାହିଁକି କଂଗ୍ରେସ ପରାଜିତ ଏବଂ ବିଜେଡି ଏକତରଫା ବିଜୟ ଲାଭ କରୁଛି ତାର କାରଣ ମଧ୍ୟ ଦର୍ଶାଇବାକୁ ପଛାଇନାହାନ୍ତି ନିରଞ୍ଜନ । ପୂର୍ବ ଅପେକ୍ଷା ରାଜ୍ୟର ରାଜସ୍ୱ ବହୁ ପରିମାଣରେ ବଢିଛି । ବର୍ତ୍ତମାନ ଭଳି ଟଙ୍କିକିଆ ଚାଉଳ, ମନରେଗାରେ ରାସ୍ତା ତିଆରି ସେତେବେଳେ ସମ୍ଭବପର ନଥିଲା ଏଣୁ ଭୋଟର କହୁଛନ୍ତି ଆଗରୁ ପାଉନଥିଲୁ ଏବେ ପାଉଛୁ । ତେଣୁ ଜନତା କହୁଛନ୍ତି ବର୍ତ୍ତମାନ ସରକାର ଆଗ ସରକାରଠାରୁ ଭଲ ।

ସରକାରଙ୍କ ପାଇଁ ବିଶାଳ ଲାଭାର୍ଥୀ ବର୍ଗ ସୃଷ୍ଟି ହୋଇଛନ୍ତି । ପୁରା ରାଜ୍ୟ ବଜେଟକୁ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ କରିଛନ୍ତି । ସରକାର ସୁବିଧା ଦେଉଛନ୍ତି ଲୋକେ ଭୋଟ ଦେଉଛନ୍ତି । ୨୨ ବର୍ଷ ଧରି କ୍ଷମତାରେ ଥିବା ଦଳ ଦୈନିକ ଯେତିକି ଖର୍ଚ୍ଚ କରୁଛି ମାସକୁ ସେତିକି ଖର୍ଚ୍ଚ କରିବା ସ୍ଥିତିରେ ପ୍ରଦେଶ କଂଗ୍ରେସ ନଥିବା କଥା କହିଛନ୍ତି ପିସିସି ସଭାପତି । ଓଡ଼ିଶାରେ ଜାତି ଓ ଧର୍ମକୁ ନେଇ ଭୋଟ ହୁଏ ନାହିଁ ।

ବିଜେପିକୁ ସମାଲୋଚନା କରିବାକୁ ଯାଇ କହିଛନ୍ତି ବିଜେପିର ହାଇକମାଣ୍ଡ ଯେତେବେଳେ ନବୀନ ବାବୁଙ୍କୁ ପ୍ରଶଂସା କରୁଛନ୍ତି ସେଠି ଦଳୀୟ ନେତା ନବୀନଙ୍କୁ ଗାଳି କରି ଲାଭ କଣ । ରାଜ୍ୟରେ ବେକାରୀ ସମସ୍ୟା ବଢ଼ିଛି, ନିଯୁକ୍ତି ନାହିଁ କି ଆଇନ ନାହିଁ । ଅନ୍ୟଦଳର ନେତାଙ୍କୁ ନେଇ ବିରୋଧୀଙ୍କୁ ଦୁର୍ବଳ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି ନିରଞ୍ଜନ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.