ETV Bharat / city

ବଢୁଛି ସିଜରିଆନ ଅପରେସନ, ମା’-ଶିଶୁକୁ ସୁରକ୍ଷିତ ରଖିବାକୁ ଚାହାଁନ୍ତି ଡାକ୍ତର

author img

By

Published : Feb 27, 2021, 2:49 PM IST

ସରକାରୀ ପ୍ରସୂତି କେନ୍ଦ୍ର ଗୁଡିକ ଠାରୁ ଘରୋଇ ହସ୍ପିଟାଲରେ ବୃଦ୍ଧି ପାଉଛି ସିଜରିଆନ ଅପରେସନ। ସିଜରିଆନ ଅପରେସନକୁ ନେଇ ଉଭୟ ମାଆ ଓ ଶିଶୁ ଉଭୟ ସୁସ୍ଥ ରହିବା ସହ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ସବୁବେଳେ ନିରାପଦ ରହିବାକୁ ଚାହିଁଥାନ୍ତି । ତେଣୁ ସିଜରିଆନକୁ ଅପଣାଇଥାନ୍ତି ଡାକ୍ତର। ଦେଖନ୍ତୁ ଇଟିଭି ଭାରତର ସ୍ପେସିଆଲ ରିପୋର୍ଟ...

ବଢୁଛି ସିଜୋରିଆନ ଅପରେସନ, ଉଭୟ ଶିଶୁ ଓ ମାଆ ସୁରକ୍ଷିତ ରଖିବାକୁ ଚାହାଁନ୍ତି ଡାକ୍ତର

ଭୁବନେଶ୍ବର: କୁହାଯାଏ ମାତୃତ୍ବ ହେଉଛି ନାରୀ ଜୀବନର ସାର୍ଥକତା। ମାଆ ହେବା ଏକ ସୁନ୍ଦର ଅନୁଭୂତି। ଯାହାକୁ ଶବ୍ଦରେ ପରିପ୍ରକାଶ କରିହୁଏନା । ସେଥିପାଇଁ ନାରୀକୁ ଅନେକ କଷ୍ଟ ସହିବାକୁ ପଡିଥାଏ । ଏହି କଷ୍ଟରୁ ସ୍ବଳ୍ପ ଲାଘବ ପାଇଁ ଆଜିକାଲି ମହିଳା ମାନେ ନରମାଲ ଡେଲିଭରି ଅପେକ୍ଷା ସିଜରିଆନ କରିବାକୁ ପସନ୍ଦ କରୁଛନ୍ତି । ଏଥିପାଇଁ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଦିନକୁ ଦିନ ବୃଦ୍ଧି ପାଉଛି ସିଜରିଆନ ଅପରେସନ। ସାଧାରଣତଃ ଘରୋଇ ହସ୍ପିଟାଲରେ ସାଧାରଣ ପ୍ରସବ ଅପେକ୍ଷା ସିଜରିଆନ ଅପରେସନ କରାଯାଏ । ଏଥିପାଇଁ ପ୍ରସୂତିଙ୍କ ପରିବାର ଲୋକ ଚାହାନ୍ତି ବୋଲି କୁହନ୍ତି ଘରୋଇ ହସ୍ପିଟାଲର ସ୍ତ୍ରୀ ପ୍ରସ୍ତୁତି ଡାକ୍ତର ସନ୍ତୋଷ ମିଶ୍ର। ସେପଟେ କ୍ୟାପିଟାଲ ହସପିଟାଲରେ ମଧ୍ୟ ସିଜରିଆନ ଅପରେସନ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପ୍ରସୂତି ବିଭାଗରେ 22 ଡାକ୍ତର ଥିବାବେଳେ ଦିନ ରାତି 24 ଘଣ୍ଟା ନର୍ସ କାମ କରୁଛନ୍ତି ।

ସାଧାରଣତଃ ଲୋକଙ୍କ ପସନ୍ଦ ଏବଂ ଅଧିକ ଅର୍ଥ ଆଶାରେ ସିଜରିଆନ ଅପରେସନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଗତ 10 ମାସ ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ 7932ଜଣ ଡେଲିଭରି ହୋଇଥିବା ବେଳେ ସିଜରିଆନ 3047 ଜଣ କରିଛନ୍ତି । ନଜର ପକାନ୍ତୁ କ୍ୟାପିଟାଲ ହସ୍ପିଟାଲରେ 10 ମାସର ସାଧାରଣ ପ୍ରସଵ ଓ ସିଜୋରିଆନ ଅପରେସନର ଡାଟା ବେସ ଉପରେ...*ଏପ୍ରିଲ ମାସରେ ମୋଟ ଡେଲିଭରି 693 ହୋଇଥିବା ବେଳେ ସିଜରିଆନ 241* ମଇ ମାସରେ 863 ମୋଟ ଡେଲିଭରିରୁ ସିଜରିଆନ 343* ଜୁନ ମାସରେ 732 ମୋଟ ଡେଲିଭରି ହୋଇଥିବା ବେଳେ ସିଜରିଆନ 292* ସେହିପରି ଜୁଲାଇ ମାସରେ 581 ମୋଟ ଡେଲିଭରିରୁ ସିଜରିଆନ 163* ଅଗଷ୍ଟ ମାସରେ 746 ମୋଟ ଡେଲିଭରି ହୋଇଥିବା ବେଳେ ସିଜୋରିଆନ 274* ସେପ୍ଟେମ୍ବର ମାସରେ 816 ମୋଟ ଡେଲିଭରି ହୋଇଥିବା ବେଳେ ସିଜରିଆନ 291* ଅକ୍ଟୋବର ମାସରେ 874 ମୋଟ ଡେଲିଭରି ହୋଇଥିବା ବେଳେ ସିଜରିଆନ 329* ନଭେମ୍ବର ମାସରେ 877 ମୋଟ ଡେଲିଭରି ହୋଇଥିବା ବେଳେ ସିଜରିଆନ 354* ଡିସେମ୍ବର ମାସରେ 938 ମୋଟ ଡେଲିଭରି ହୋଇଥିବା ବେଳେ ସିଜରିଆନ 396* ଜାନୁଆରୀ ମାସରେ 812 ମୋଟ ଡେଲିଭରି ହୋଇଥିବା ବେଳେ ସିଜରିଆନ 364ସିଜରିଆନ ଅପରେସନକୁ ନେଇ ଉଭୟ ମାଆ ଓ ଶିଶୁ ଉଭୟ ସୁସ୍ଥ ରହିବା ସହ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ ସବୁବେଳେ ସୁରକ୍ଷିତ ରହିବାକୁ ଚାହିଁଥାନ୍ତି। ସେଥିପାଇଁ ସିଜରିଆନକୁ ଡାକ୍ତର ଆପଣାଇଥାନ୍ତି ।ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.