ETV Bharat / city

ରାଜ୍ୟରେ ଦିନକୁ 8 ଦୁଷ୍କର୍ମ, 4 ହତ୍ୟା ମାମଲା ପଞ୍ଜିକୃତ - ଓଡିଶା ବିଧାନସଭା ଖବର

ଆଜି ଗୃହ ପୁଣି ଚାଲିପାରିନାହିଁ । ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଅଧିକ ପଢନ୍ତୁ,,,

both cong and bjp slam govt for not run of assembly
ଗୃହ ଅଚଳ ନେଇ ବର୍ଷିଲେ କଂଗ୍ରେସ ଓ ବିଜେପି
author img

By

Published : Mar 26, 2021, 3:03 PM IST

Updated : Mar 26, 2021, 3:34 PM IST

ଭୁବନେଶ୍ବର: ଗୃହ ଅଚଳ ପରେ ବର୍ଷିଲେ ବିଜେପି ଓ କଂଗ୍ରେସ । ଆଜି ଗୃହ ପୁଣି ଚାଲିପାରି ନଥିବାରୁ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ଉଭୟ କଂଗ୍ରେସ ଓ ବିଜେପି । ଗୃହ ଚାଲିବାକୁ ବାଚସ୍ପତି ଅନୁରୋଧ କରିବା ସତ୍ତ୍ବେ କଂଗ୍ରେସ ଚାଷୀଙ୍କ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ଯୋଗୁଁ ଗୃହ ମୁଲତବୀ ହୋଇଥିଲା ।

ଗୃହ ଅଚଳ ନେଇ ବର୍ଷିଲେ କଂଗ୍ରେସ ଓ ବିଜେପି

ଗୄହ ଅଚଳ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବିଜେଡି ଦୋମୁହାଁ ନୀତି ଅବଲମ୍ବନ କରୁଛି। ବିଜେପିର କଳା ଆଇନକୁ ବିଜେଡି ସମର୍ଥନ କରୁଛି। କୄଷି ଆଇନ ପ୍ରତ୍ୟାହାରକୁ ନେଇ ଗୄହରେ ଵେସରକାରୀ ବିଲ ଆଣିବାକୁ ପୁର୍ଵରୁ ବାଚସ୍ପତି ନୋଟସ ଦେଇଥିଲେ। ହେଲେ ବାଚସ୍ପତି ସଙ୍କଳ୍ପ ଆଲୋଚନାକୁ କାର୍ଯ୍ୟ ପରାମର୍ଶଦାତା କମିଟିରେ ଆଲୋଚନା କରିବାକୁ ଘୋଷଣା କରିଥିଲେ। ଏହାକୁ କଂଗ୍ରେସ ବିରୋଧ କରୁଛି । ବେସରକାରୀ ବିଲକୁ ଗୄହରେ ଆଲୋଚନା କରାଯାଉ। ଗୄହ ବିଭାଗର ଖର୍ଚ୍ଚଦାବିକୁ ବନ୍ଦ କରାଯାଇ ଚାଷୀଙ୍କ ସମସ୍ୟା ଉପରେ ଆଲୋଚନା କରାଯାଉ ବୋଲି ଦାବି କରିଛନ୍ତି ତାରା।

ରାଜ୍ୟରେ ଆଇନ ଶୄଙ୍ଖଳା ପରିସ୍ଥିତିକୁ ସରକାର ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା କହିଛନ୍ତି ସାଲୁଜା । ଗୄହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାର ଦିନକ ପୂର୍ବରୁ ସରକାର ଶ୍ବେତପତ୍ର ପ୍ରକାଶ କରିବା କଥା। କିନ୍ତୁ ବିଧାୟକଙ୍କୁ ଶେଷ ମୁହୁର୍ତ୍ତ ଯାଏ ଏହା ଦିଆଯାଇନଥିଲା। ଦିନକୁ ରାଜ୍ୟରେ ୮ଟି ଦୁଷ୍କର୍ମ ମାମଲା ପଞ୍ଜିକୄତ ହେଉଛି। ସେହିପରି ଦିନକୁ ୪ଟି ହତ୍ୟା ମାମଲା ପଞ୍ଜିକୃତ ହେଉଛି।ରାଜ୍ୟ ସରକାର ସମ୍ପୂର୍ଣ୍ଣ ବ୍ୟାକଫୁଟରେ ଅଛନ୍ତି। ଗୄହ ବିଭାଗ ଖର୍ଚ୍ଚ ଦାବି ଆଲୋଚନାକୁ ପଛଘୁଞ୍ଚା ଦେଉଛନ୍ତି ସରକାର।

ସେପଟେ ବିଜେଡି ବିଧାୟକ ଉମା ସାମନ୍ତରାୟ କହିଛନ୍ତି ରାଜ୍ୟରେ ଆଇନ ଶୄଙ୍ଖଳା ପରିସ୍ଥିତି ଶାନ୍ତି ପୂର୍ଣ୍ଣ ରହିଛି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ଆଇନ ଶୄଙ୍ଖଳା ସ୍ଥିତି ଭଲ ରହିଛି। ଗୄହ ବିଭାଗ ୫‘ଟି’ ଓ ମୋ ସରକାରରେ ସାମିଲ ହେବା ପରେ ଲୋକଙ୍କୁ ଏଫଆଇଆର କପି ସଙ୍ଗେ ସଙ୍ଗେ ମିଳୁଛି। କୋରନା ମହାମାରୀ ସମୟରେ ପୋଲିସର କାର୍ଯ୍ୟ ବେଶ ପ୍ରଶସଂନୀୟ।

ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଗୁରୁତ୍ବପୂର୍ଣ୍ଣ ଗୄହ ବିଭାଗର ଖର୍ଚ୍ଚ ଦାବି କରିଥିବାବେଳେ କଂଗ୍ରେସ ଗୄହକୁ ଅଚଳ କରିଛି। ବିଜେଡି ଓ କଂଗ୍ରେସ ମଧ୍ୟରେ ଫିକ୍ସିଂ କରାଯାଇ ଗୄହକୁ ଅଚଳ କରାଯାଇଛି। ଶାସକ ଦଳ ଗୄହ ବିଭାଗର ଖର୍ଚ୍ଚଦାବି ଆଲୋଚନା ହେଉ ବୋଲି ମାଝୀ ଚାହୁଁନଥିବା କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 26, 2021, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.