ETV Bharat / city

60 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଗଲା ବୁଷ୍ଟର ଡୋଜ୍

author img

By

Published : Jan 10, 2022, 3:26 PM IST

Updated : Jan 10, 2022, 9:16 PM IST

ଅନୁଗୋଳରେ ବୁଷ୍ଟର୍ ଡୋଜ ଟୀକାକରଣ ଆରମ୍ଭ
ଅନୁଗୋଳରେ ବୁଷ୍ଟର୍ ଡୋଜ ଟୀକାକରଣ ଆରମ୍ଭ

21:07 January 10

ବ୍ରହ୍ମପୁରରେ ଲାଗିଲା ବୁଷ୍ଟର ଡୋଜ

ବ୍ରହ୍ମପୁରରେ ଲାଗିଲା ବୁଷ୍ଟର ଡୋଜ

ବ୍ରହ୍ମପୁର: ବ୍ରହ୍ମପୁର ସହରର ୯ଟି ସ୍ଥାନରେ ଦିଆଗଲା ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ । ବ୍ରହ୍ମପୁରରେ କାର୍ଯ୍ୟରତ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ କୋଭିଡର ତୃତୀୟ ଟିକା ତଥା ବୁଷ୍ଟର ଡୋଜ ଦିଆଯାଇଛି ।

ବରିଷ୍ଠ ନାଗରିକମାନେ ମଧ୍ୟ ଅପରାହ୍ନ ପରେ ସହରର ଆଠଗୋଟି ସ୍ବାସ୍ଥ୍ୟକେନ୍ଦ୍ର ସମେତ ବ୍ରହ୍ମପୁରର ରାମଲିଙ୍ଗମ ପାର୍କ ପରିସରରେ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଦିଆଯାଇଛି ଏହି ବୁଷ୍ଟର ଡୋଜ । ପ୍ରଥମ ଦିନରେ ଏନେଇ ବ୍ୟାପକ ବ୍ୟବସ୍ଥା ରହିଥିବା ନେଇ ବେଶ ଖୁସି । ବୁଷ୍ଟର ଡୋଜ ନେବା ପରେ କ’ଣ କହୁଛନ୍ତି ବ୍ରହ୍ମପୁର ସହରର ବାସିନ୍ଦା ଆସନ୍ତୁ ଶୁଣିବା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

19:32 January 10

କେନ୍ଦ୍ରାପଡ଼ାରେ ଚାଲିଛି ବୁଷ୍ଟର ଡୋଜ

କେନ୍ଦ୍ରାପଡ଼ାରେ ଚାଲିଛି ବୁଷ୍ଟର ଡୋଜ

କେନ୍ଦ୍ରାପଡ଼ା: ଜିଲ୍ଲାରେ ବୁଷ୍ଟର ଡୋଜ ନେଲେ ସ୍ବାସ୍ଥ୍ୟକର୍ମୀ, କୋଭିଡ ସମ୍ମୁଖ ଯୋଦ୍ଧା ଓ ବରିଷ୍ଠ ନାଗରିକ। ଆଜି ଜିଲ୍ଲାର ୬୦ଟି ସ୍ଥାନରେ ଟୀକାକରଣ କରାଯାଇଥିବାବେଳେ ସମସ୍ତ ଟିମ ପୂର୍ବାହ୍ନରେ ଗାଁ ଗାଁ ବୁଲି କୋଭିଡ ଟିକା ଦେବାକୁ ଥିବାବେଳେ ଅପରାହ୍ନରେ ବୁଷ୍ଟର ଡୋଜ ଟିକା ଦେବା କାର୍ଯ୍ୟରେ ନିୟୋଜିତ ହେବେ ବୋଲି ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ।

ଜିଲ୍ଲାର ମୋଟ ୩୫ ହଜାର ଲୋକ କୋଭିଡ ବୁଷ୍ଟର ଡୋଜ ଟିକା ନେବାକୁ ଥିବାବେଳେ ଯେଉଁ କେନ୍ଦ୍ରାପଡ଼ା ବାସିନ୍ଦା ଜିଲ୍ଲା ବାହାରେ କୋଭାକ୍ସିନ ଟିକା ନେଇଥିଲେ ସେମାନେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏବେ କୋଭାକ୍ସିନର ବୁଷ୍ଟର ଡୋଜ ନେଇପାରିବେ ବୋଲି ସୂଚନା ଦେଇଛନ୍ତି ଅଧିକାରୀ। ଯଦିଓ ଓମିକ୍ରନ ଭାଇରସର ସଂକ୍ରମଣ ଅଧିକ କିନ୍ତୁ, ଏହାର ପ୍ରଭାବ ଖୁବ୍‌ କମ ବୋଲି ତଥ୍ୟ କହୁଥିବା କହିଛନ୍ତି ଏଡିଏମଓ। ଜିଲ୍ଲାରେ ଏପର୍ଯ୍ୟନ୍ତ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନେ ଦୁଇଦିନ ମଧ୍ୟରେ ସୁସ୍ଥ ହୋଇଥିବା ଏବଂ ଓମିକ୍ରନ ପାଇଁ କୌଣସି ମେଡିକାଲ ଶଯ୍ୟା କିମ୍ବା ଅମ୍ଳଜାନର ଆବଶ୍ୟକତା ରହିନଥିବା କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

16:00 January 10

ପୁରୀରେ ବୁଷ୍ଟର ଡୋଜ ଆରମ୍ଭ

ପୁରୀରେ ବୁଷ୍ଟର ଡୋଜ ଆରମ୍ଭ

ପୁରୀ: ସମ୍ମୁଖ ଯୋଦ୍ଧାଙ୍କୁ ପ୍ରତିଷେଧମୂଳକ ପଦକ୍ଷେପ ପାଇଁ ଆଜିଠାରୁ ରାଜ୍ୟବ୍ୟାପୀ ଆରମ୍ଭ ହୋଇଛି ପ୍ରତିଷେଧମୂଳକ ଟୀକାକରଣ ବା ବୁଷ୍ଟର ଡୋଜ। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ୫ଟି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଜିଲ୍ଲା ସଦଭାବନା ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଫ୍ରଣ୍ଟ ଲାଇନ ୱାର୍କରଙ୍କ ପାଇଁ ପ୍ରତିଷେଧମୂଳକ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଜିଲ୍ଲାରେ କାର୍ଯ୍ୟ କରୁଥିବା ୪ ହଜାରରୁ ଅଧିକ ଫ୍ରଣ୍ଟ ଲାଇନ ୱାର୍କରଙ୍କୁ ଏହି ପ୍ରତିଷେଧମୂଳକ ଟୀକାକରଣ ଦିଆଯିବ। ଗହଳି ଏଡ଼ାଇବା ପାଇଁ ଅଧିକ କେନ୍ଦ୍ର କରାଯିବା ସହ ପ୍ରତି କେନ୍ଦ୍ରରେ ପ୍ରତ୍ୟହ ୪୦୦ ଜଣଙ୍କୁ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିସହ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଇଁ ଏକାଧିକ ଟୀକାକରଣ କେନ୍ଦ୍ର କରାଯାଇଛି। ରାଜ୍ୟ ତଥା ଜିଲ୍ଲାରେ କୋଭିଡ ଓ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଫ୍ରଣ୍ଟ ଲାଇନ ୱାର୍କରଙ୍କ ପାଇଁ ପ୍ରତିଷେଧମୂଳକ ଟୀକାକରଣ କରାଯାଉଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

15:48 January 10

କଟକରେ ବୁଷ୍ଟର ଡୋଜ ଆରମ୍ଭ

କଟକରେ ବୁଷ୍ଟର ଡୋଜ ଆରମ୍ଭ

କଟକ: ଆଜିଠାରୁ କଟକରେ ପ୍ରିକସନ୍ ଡୋଜ୍ ଟିକା ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ଉଭୟ ଅନଲାଇନ ଓ ଅଫଲାନରେ ସ୍ଲଟ ବୁକିଂ କରି ଟିକା ନେଉଛନ୍ତି ହିତାଧିକାରୀ । ବିଶେଷ କରି ସ୍ବାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ 60 ବର୍ଷରୁ ଊର୍ଦ୍ଧ୍ବ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଯେଉଁମାନଙ୍କର ଦ୍ଵିତୀୟ ଡୋଜ ଟିକା ନେବା ସମୟକୁ 9 ମାସ ପୂରଣ ହୋଇଛି ସେହି ବର୍ଗର ଲୋକମାନେ ହିଁ ଏହି ଟିକା ନେଉଛନ୍ତି ।

କଟକ ସହର ତଥା ଜିଲ୍ଲାର ସମସ୍ତ ଟିକା କେନ୍ଦ୍ରରେ ପ୍ରିକସନ ଟୋଜ ଟିକା ପ୍ରଦାନ ପାଇଁ ବ୍ୟବସ୍ଥା କରିଛି କଟକ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ତେବେ ଏହି ତୃତୀୟ ଡୋଜ ଟିକା ନେବା ପରେ କୋଭିଡ ସହିତ ଲଢେ଼ଇ କରିବା ପୂର୍ବ ଅପେକ୍ଷା ଅଧିକ ସହଜ ହେବ। ତେବେ SCB ଟିକାକେନ୍ଦ୍ରରେ ଆଜି ଟିକା ନେଇଛନ୍ତି SCBର ଅନେକ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ୍‌।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

15:27 January 10

ଭୁବନେଶ୍ବରରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ

ଭୁବନେଶ୍ବରରେ ଆରମ୍ଭ ହୋଇଛି ବୁଷ୍ଟର ଡୋଜ

ଭୁବନେଶ୍ବର: କରୋନା ମହାମାରୀ ଆରମ୍ଭରୁ ଆମକୁ ରକ୍ଷା କରି ଆସୁଥିବା ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। ରାଜ୍ୟରେ ମୋଟ 17 ଲକ୍ଷ 52 ହଜାର 838 ଲୋକ ପ୍ରିକସନ ଟିକା ନେବେ । ଯେଉଁମାନଙ୍କର ସେକେଣ୍ଡ ଡୋଜରୁ 9 ମାସ ବା 39 ସପ୍ତାହ ହୋଇଥିବ ସେମାନେ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ଏହି ଯୋଗ୍ୟତା ଅନୁସାରେ ଏପର୍ଯ୍ୟନ୍ତ ୫୨ ହଜାରରୁ ଅଧିକା ବ୍ୟକ୍ତି ଅନଲାଇନ ସ୍ଳଟ ବୁକିଂ କରିସାରିଲେଣି ।

ଜାନୁଆରୀ ଶେଷ ସୁଦ୍ଧା 5 ଲକ୍ଷ 25 ହଜାର 607 ଲୋକ ପ୍ରିକସନ ଡୋଜ ପାଇଁ ଯୋଗ୍ୟ ହେବେ । ବର୍ତ୍ତମାନ ରାଜ୍ୟର 3616 ସେସନ ସାଇଟରେ ଟୀକାକରଣ ଚାଲିଛି । ସେଥିମଧ୍ୟରୁ 1340 ସ୍ବତନ୍ତ୍ର ଟୀକାକରଣ କେନ୍ଦ୍ରରେ 15ରୁ 18 ବର୍ଷର ଟୀକାକରଣ ଚାଲିଛି । ପ୍ରିକସନ ଡୋଜ ନେବା ପାଇଁ ନୂଆ ପଞ୍ଜିକରଣ କରିବାର ଆବଶ୍ୟକତା ନାହିଁ ।

ଭୁବନେଶ୍ବରର 34ଟି ଟିକାକେନ୍ଦ୍ରରେ ଦିଆଯିବ ଟିକା। ପ୍ରଥମ ଦିନରେ ପ୍ରତ୍ୟେକ କେନ୍ଦ୍ରରେ 200 ଡୋଜ ଦିଆଯିବ। ଆଗକୁ କେନ୍ଦ୍ର ସଂଖ୍ୟା ସହ ଟିକାକରଣର ସଂଖ୍ୟା ବଢିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ବିଏମସିର ଜନସ୍ବାସ୍ଥ୍ୟ ଅଧିକାରୀ ଅନ୍ତରାୟମି ମିଶ୍ର । ଭୁବନେଶ୍ବରରେ ଦିନକୁ 5 ହଜାରରୁ ଉର୍ଦ୍ଧ୍ବ ଟୀକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ ଏବଂ ବିକାଶ କୁମାର ଦାସ, ଇଟିଭି ଭାରତ

14:48 January 10

ଅନୁଗୋଳରେ ବୁଷ୍ଟର୍ ଡୋଜ ଟୀକାକରଣ ଆରମ୍ଭ

ଅନୁଗୋଳରେ ବୁଷ୍ଟର୍ ଡୋଜ ଟୀକାକରଣ ଆରମ୍ଭ

ଅନୁଗୋଳ: ଜିଲ୍ଲାରେ ଆଜିଠାରୁ(ସୋମବାର) ଆରମ୍ଭ ହୋଇଛି ବୁଷ୍ଟର ଡୋଜ ଟୀକାକରଣ । ଏଥିପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ସମେତ ପ୍ରତ୍ୟେକ ବ୍ଲକରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଟୀକାକରଣ କେନ୍ଦ୍ର ଖୋଲାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଏବଂ ବୟସ୍କଙ୍କୁ ଟିକା ଦିଆଯାଉଛି । ଯେଉଁମାନେ ସେକେଣ୍ଡ ଡୋଜ ଟିକା ୯ ମାସ ପୂର୍ବରୁ ନେଇଛନ୍ତି, ସେମାନଙ୍କୁ ବୁଷ୍ଟର ଡୋଜ ଟିକା ଦିଆଯାଉଛି ।

ବର୍ତମାନ କରୋନା ସଂକ୍ରମଣ ବଢ଼ୁଥିବାରୁ ବୁଷ୍ଟର ଡୋଜ ନେବାକୁ ଲୋକଙ୍କ ଆଗ୍ରହ ବଢୁଛି । ପ୍ରତ୍ୟେକ କେନ୍ଦ୍ରରେ ଟିକା ନେବାକୁ ଲମ୍ବା ଲାଇନ ଲାଗୁଛି । ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଆଗ୍ରହୀ ବ୍ୟକ୍ତିମାନେ ଅନଲାଇନରେ ନିଜ ନାମ ପଞ୍ଜିକୃତ କରି ଟିକା ନେଇପାରୁଛନ୍ତି । ସିଧାସଳଖ ଟିକାଦାନ କେନ୍ଦ୍ରକୁ ଆସି ମଧ୍ୟ ପଞ୍ଜିକୃତ କରିବାର ବ୍ୟବସ୍ଥା ରହିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 10, 2022, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.