ଭୁବନେଶ୍ବର: ଅହେତୁକ ସ୍କୁଲ ଫି ବୃଦ୍ଧି ପାଇଁ ୮ ନଂ ନାରାୟଣ ସ୍କୁଲ ଅଭିଭାବକଙ୍କ ଗଣଧାରଣା । ଅଭିଭାବକଙ୍କ ଅଭିଯୋଗ ଅନୁସାରେ ନାରାୟଣ ସ୍କୁଲ କର୍ତ୍ତୃପକ୍ଷ ଜଣାଇଥିଲେ ଯେ ପିଲାଙ୍କର ରିଆଡମିଶନ ଫି’ ଓ ବହି ଖାତା ଫି’ ବର୍ଦ୍ଧିତ ହାରରେ ମେ ୨୦ ତାରିଖ ସୁଧା ତୁରନ୍ତ ଜମା କରିବାକୁ । ବର୍ଦ୍ଧିତ ସ୍କୁଲ ଫି’ ନଦେଲେ ବହି ମିଳିବନି ବୋଲି ସ୍କୁଲର କର୍ତ୍ତୃପକ୍ଷ ଜଣାଇଦେଇଥିଲେ ।
![ବର୍ଦ୍ଧିତ ସ୍କୁଲ ଫି’ ନଦେଲେ ମିଳିବନି ବହି](https://etvbharatimages.akamaized.net/etvbharat/prod-images/od-bbs-05-parrentsstrikeonhikeschoolpee-avo-7202263_18052020160255_1805f_1589797975_783.jpg)
ଏହା ଜାଣିବା ପରେ ସମସ୍ତ ଅଭିଭାବକମାନେ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବା ପାଇଁ ସ୍କୁଲ ଆସିଥିଲେ । ହେଲେ ସ୍କୁଲର ଅଧ୍ୟକ୍ଷ ଏହାକୁ ଖାତିରି କଲେ ନାହିଁ କି ଆଲୋଚନା ବି କଲେ ନହିଁ । ଏଥିରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ଏଵଂ ଗଣଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ । କୋରୋନା ମହାମାରୀ ପାଇଁ ସାରା ଦେଶ ଓ ବିଦେଶରେ ଲକଡାଉନ ହୋଇଥିବାରୁ ସମସ୍ତ ମାନବ ସମାଜ ପାଇଁ ରୋଜଗାରର ବାଟ ପୁରା ବନ୍ଦ ହୋଇଯାଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଘରୋଇ ସ୍କୁଲ ମାଲିକମାନଙ୍କୁ ଅନୁରୋଧ କରିଥିଲେ କି, ସେମାନେ ଏପ୍ରିଲ, ମେ ଓ ଜୁନ ୩ ମାସର ସ୍କୁଲ ଫି’ କିଛି ମାତ୍ରାରେ କମାଇ ଦିଅନ୍ତୁ ବା ଅଧିକ ସମୟ ଦେବାପାଇଁ ।
ହେଲେ ଏହାକୁ କୌଣସି ଘରୋଇ ସ୍କୁଲ ମାଲିକମାନେ ଖାତିର କରୁନଥିବା ଅଭିଭାବକ ଅଭିଯୋଗ କରିଛନ୍ତି । ବରଂ ଅଭିଭାବକଙ୍କୁ ଡରାଇ ଧମକାଇ ଜୋର ଜବରଦସ୍ତ ପଇସା ଲୁଟିବାକୁ ପଛଉନାହାଁନ୍ତି ଘରୋଇ ସ୍କୁଲ ମାଲିକ । ଏହାଫଳରେ ଆଗାମୀ ଦିନ ମାନଙ୍କରେ ପିଲାମାନଙ୍କର ଭବିଷ୍ୟତ କ’ଣ ହେବ ତାହା ଏକ ବଡ ପ୍ରଶ୍ନ । ରାଜ୍ୟ ସରକାର ଘରୋଇ ସ୍କୁଲ ନିୟନ୍ତ୍ରଣ ପାଇଁ ଯଦି କୌଣସି କଠୋର ନିୟମ କରିବେ ନାହିଁ ତା ହେଲେ ଆଗାମୀ ଦିନରେ ଅଭିବାବକମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ