ETV Bharat / city

ମଲରେ ସୁରକ୍ଷା ବ୍ୟବସ୍ଥା ଉପରେ ମକଡ୍ରିଲ - mall

ଭୁବନେଶ୍ବର ଏସ୍ପ୍ଲାନେଡ ମଲରେ ମକଡ୍ରିଲ କରିଛନ୍ତି ଏନଡିଆରଏଫ, ଫାୟାର ସର୍ଭିସ, ସିଭଲ ଡିଫେନସ, ଓଡ୍ରାଫ ଟିମ । ବୋମା ଫୁଟିଲେ ବା କୌଣସି ଆତଙ୍କବାଦୀ ବିସ୍ଫୋରଣ ଘଟିଲେ ସାଧାରଣତଃ ହଠାତ୍ ଯେଉଁ ପରିସ୍ଥିତି ଉପୁଜିଥାଏ । ତାହାକୁ ସାମ୍ନା କରିବାକୁ ଏଭଳି ମକ ଡ୍ରିଲ କରାଯାଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Mar 29, 2019, 11:03 AM IST

ଭୁବନେଶ୍ବର: ଭୁବନେଶ୍ବର ଏସ୍ପ୍ଲାନେଡ ମଲରେ ଫୁଟିଲା ବୋମା । ସତସତିକା ନୁହେଁ, ମିଛିମିଛିକା। ପ୍ରାୟୋଜିତ ଭାବେ ଫୁଟାଯାଇଛି ଏହି ବୋମା । ଆଉ ବୋମା ଫୁଟିଲେ ବା କୌଣସି ପ୍ରକାର ବିସ୍ଫୋରଣ ଘଟିଲେ, ସେଥିରୁ କିପରି ଭାବେ ରକ୍ଷା ପାଇପାରିବେ ସେଥିପାଇଁ କରାଯାଇଛି ଏକ ମକ ଡ୍ରିଲ । ଏହି ମକଡ୍ରିଲ କରିଛନ୍ତି ଏନଡିଆରଏଫ, ଫାୟାର ସର୍ଭିସ, ସିଭଲ ଡିଫେନସ, ଓଡ୍ରାଫ ଟିମ ।

ଏହି ମକଡ୍ରିଲରେ ହଠାତ ବୋମା ଫୁଟିବା ପରେ ଫାୟାର ସର୍ଭିସ ଟିମ୍ ପହଞ୍ଚି ନିଜର କର୍ମଚାରୀଙ୍କ ଜରିଆରେ ନିଆଁ ଲିଭାଇବାକୁ ଉଦ୍ୟମ କରିଛନ୍ତି । ଅନ୍ୟପଟେ ଏଭଳି ଘଟଣା ଘଟିବା ପରେ ବେହୋସ ଲୋକଙ୍କୁ ମେଡିକାଲ ସ୍ଥାନାନନ୍ତର ପାଇଁ ପ୍ରୟାସ କରିଛନ୍ତି ଏନଡିଆରଏଫ ଟିମ୍ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହାପରେ ଷ୍ଟ୍ରେଚର ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ହସପିଟାଲକୁ ପଠାଯାଇଛି । ପରେ ବୋମା ନିଷ୍କ୍ରିୟ ବା ଅନ୍ୟାନ୍ୟ ସ୍ଥାନରେ ବୋମା ବା ରାସାୟନିକ ପଦାର୍ଥ ଅନୁସନ୍ଧାନ କରିଛନ୍ତି ରାଡିଏସନ ଡିଟେକ୍ଟ ଟିମ୍ । ଏହାପରେ ମଲ ଭିତରେ କୌଣସି ସ୍ଥାନରେ ଏଭଳି ପଦାର୍ଥ ଥିବାର ଆଶଙ୍କାରେ ସନ୍ଧାନୀ କୁକୁରର ସହାୟତା ନିଆଯାଇଛି । ପରେପରେ ବୋମା ନିଷ୍କ୍ରିୟ ଟିମର ଛାନଭିନ ପରେ ଉଚ୍ଚ ବିଲ୍ଡିଂ ରେ ଥିବା ମୃତାହତଙ୍କୁ କିପରି ଉଦ୍ଧାର କରାଯାଏ ତାହାର ମଧ୍ୟ ମକଡ୍ରିଲ କରାଯାଇଛି ।
ତୁରନ୍ତ ଏଭଳି ଦୁର୍ଘଟଣାକୁ କିପରି ସମସ୍ତ ପ୍ରକାର ସାହାଯ୍ୟ ଦ୍ବାରା ସାଧାରଣ ଲୋକଙ୍କୁ ଏସମ୍ପର୍କରେ କିପରି ଅବଗତ କରାଯିବ ଓ କିଭଳି ଏଭଳି ସମ୍ବେଦନଶୀଳ ଘଟଣାକୁ ସାମ୍ନା କରିବା ସମୟରେ ଆବଶ୍ୟକୀୟ ଯନ୍ତ୍ରପାତିର ବ୍ୟବହାର କରାଯିବ ଏହି ଦିଗ ଉପରେ ଏକ ମକଡ୍ରିଲ କରାଯାଇଛି । ଯାହାଦ୍ବାରା ଏନଡିଆରଏଫ, ଫାୟାର ସର୍ଭିସ, କମିସନରେଟ ପୋଲିସ, ଓଡ୍ରାଫ, ସିଭିଲ ଡିଫେନସ ଆଦି କର୍ମଚାରୀଙ୍କ ମଧ୍ୟରେ କିଭଳି ସମନ୍ବୟ ହୋଇ ଏଭଳି ପରିସ୍ଥିତି ମୁକାବିଲା ହୋଇପାରିବ ସେ ଦିଗରେ ଫୋକସ ଦିଆଯାଇଛି।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.