ETV Bharat / city

ବୋଲବମ୍‌ ଯାତ୍ରୀଙ୍କ ପାଇଁ କୋଭିଡ ନିୟମ ଜାରି, ମାସ୍କ ପିନ୍ଧିବାକୁ କାଉଡ଼ିଆଙ୍କୁ ଅନୁରୋଧ

author img

By

Published : Jul 16, 2022, 5:34 PM IST

Updated : Jul 16, 2022, 7:53 PM IST

ଦୀର୍ଘ ଦୁଇ ବର୍ଷ ପରେ ବୋଲବମ ଯାତ୍ରା ଆରମ୍ଭ ହୋଇଥିବାରୁ ଉତ୍ସାହିତ କାଉଡ଼ିଆ । ରାଜ୍ୟର ବିଭିନ୍ନ ଶୈବ ପୀଠରେ ଜଳଲାଗି କରିବେ ଶ୍ରଦ୍ଧାଳୁ । ତେବେ ଏହାକୁ ଦୃଷ୍ଟିରେ ରଖି କାଉଡ଼ିଆଙ୍କୁ ସତର୍କ କରାଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଦୂରତା ଅବଲମ୍ବନ କରିବାସହ ମାସ୍କ ପିନ୍ଧିବାକୁ ଅନୁରୋଧ କରିଛନ୍ତି । ଅଧିକ ପଢ଼ନ୍ତୁ

ବୋଲବମ୍‌ ଯାତ୍ରୀଙ୍କ ପାଇଁ କୋଭିଡ ନିୟମ ଜାରି, ମାସ୍କ ପିନ୍ଧିବାକୁ କାଉଡ଼ିଆଙ୍କୁ ଅନୁରୋଧ
ବୋଲବମ୍‌ ଯାତ୍ରୀଙ୍କ ପାଇଁ କୋଭିଡ ନିୟମ ଜାରି, ମାସ୍କ ପିନ୍ଧିବାକୁ କାଉଡ଼ିଆଙ୍କୁ ଅନୁରୋଧ

ଭୁବନେଶ୍ବର: ଶ୍ରାବଣ ମାସରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ନିକଟରେ ଜଳ ଲାଗି କରିଥାନ୍ତି । ଏହି କ୍ରମରେ ଆରମ୍ଭ ହୋଇଯାଇଛି ବୋଲବମ ଯାତ୍ରା(Bolbam Yatra 2022) । ଏହାକୁ ନେଇ କାଉଡ଼ିଆମାନେ ଉତ୍ସାହିତ ଅଛନ୍ତି । ଗତ ଦୁଇ ବର୍ଷ ହେବ କୋଭିଡ୍‌ ମହାମାରୀ କାରଣରୁ ବୋଲବମ ଯାତ୍ରା ବନ୍ଦ ରହିଥିଲା । ବର୍ତ୍ତମାନ ଦେଶରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଥିବା କାରଣରୁ କିଛି କଟକଣା ସହ ଏହି ଯାତ୍ରାକୁ ଅନୁମତି ମିଳିଛି । ତେବେ ବୋଲବୋମ ଯାତ୍ରାରେ କାଉଡ଼ିଆମାନଙ୍କୁ କୋଭିଡ ନିୟମ ପାଳନ କରିବାକୁ ଅନୁରୋଧ କରିଛନ୍ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଧର୍ମ କରନ୍ତୁ, ଯାତ୍ରା କରନ୍ତୁ, କିନ୍ତୁ ସମସ୍ତ କାଉଡ଼ିଆମାନେ ମାସ୍କ ପିନ୍ଧନ୍ତୁ । ଦଳ ଦଳ ହୋଇ ନଚାଲି ଦୂରତା ରକ୍ଷା କରି ଯାଆନ୍ତୁ । ମନ୍ଦିରରେ ମଧ୍ୟ ଧାଡ଼ିରେ ଦୂରତା ରଖନ୍ତୁ ।" କୋରୋନା ସଂକ୍ରମଣ ବୃଦ୍ଧିକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ଯେ, "ଏବେ ସାରା ଦେଶରେ କୋଭିଡ ସଂକ୍ରମଣ ବଢ଼ୁଛି । ମହାରାଷ୍ଟ୍ର, ତାମିଲନାଡ଼ୁ, ଦିଲ୍ଲୀ, କେରଳ ଆଦିରେ ସଂକ୍ରମଣ ଉପରକୁ ଯାଇଥିଲା, ସେଠି ଏବେ ଖସିବା ଆରମ୍ଭ କଲାଣି ବା ପ୍ଲାଟୋ ଅବସ୍ଥାରେ ରହିଛି । ମାତ୍ର ଓଡିଶାର ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଆଦିରେ ସଂକ୍ରମଣ ବୃଦ୍ଧିପାଉଛି ।"

ନିରଞ୍ଜନ ମିଶ୍ର ଆହୁରି ମଧ୍ୟ କହିଛନ୍ତି, "ସେହି ଅନୁପାତରେ ଆମ ରାଜ୍ୟର ସଂକ୍ରମଣ ବଢ଼ୁଛି । କିନ୍ତୁ ପୂର୍ବ ଲହର ଭଳି ବୃଦ୍ଧି ହେଉନି । ଏବେ ରାଜ୍ୟରେ ୫ ହଜାର ଉପରେ ସକ୍ରିୟ ମାମଲା ଥିବାବେଳେ ମାତ୍ର ୩୯ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବର୍ତ୍ତମାନ ଆମେ ଏକ କ୍ରସ୍ ରୋଡରେ ଅଛନ୍ତି । ଭୂତାଣୁ ଟ୍ରାନ୍ସମିଟ ହେଉଛି, ମ୍ୟୁଟଣ୍ଟ ବି ହେଉଛି । ଯେତେ ମ୍ୟୁଟଣ୍ଟ ହେବ, ତାର ସଂକ୍ରମଣ ହାର ଅଧିକ ରହିବ । ତେବେ ଏହା କେତେ ରୋଗ କରାଇବ, କେତେ ଲୋକ ଡାକ୍ତରଖାନାକୁ ଯିବେ, ତାହା ଜାଣିବା ଲାଗି ଅପେକ୍ଷା କରିବାକୁ ପଡ଼ିବ । ତେଣୁ ଯେଉଁମାନଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ହେଉଛି, ସେମାନେ କୋଭିଡ ପରୀକ୍ଷା କରାଇନେବା ଉଚିତ୍ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 16, 2022, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.