ETV Bharat / city

ଟିକସ ଖିଲାପକାରୀଙ୍କୁ ବିଏମସିର ନାଲି ଆଖି

author img

By

Published : Mar 14, 2020, 12:29 PM IST

ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ନାଲି ଆଖି। ବିଭିନ୍ନ ଟ୍ୟାକ୍ସ ଖିଲାପକାରୀଙ୍କ ଉପରେ ବିଏମସି ନେବାକୁ ଯାଉଛି କଡା ଆଭିମୁଖ୍ୟ। ଅଧିକ ପଢନ୍ତୁ...

bmc being strict to fraud cases, bmc, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଆକ୍ସନ ମୋଡରେ ବିଏମସି, ବିଏମସି
ଟିକସ ଖିଲାପକାରୀଙ୍କୁ ବିଏମସିର ନାଲି ଆଖି

ଭୁବନେଶ୍ବର: ଆକ୍ସନ ମୋଡରେ ବିଏମସି। ଏଣିକି ହୋଲ୍ଡିଂ ଟିକସ ଖିଲାପକାରୀଙ୍କୁ ଆଉ ମିଳିବନାହିଁ ତ୍ରାହି। ରାଜଧାନୀରେ ହୋଲ୍ଡିଂ ଟ୍ୟାକ୍ସ ଖିଲାପକାରୀଙ୍କୁ ବିଏମସିର ନାଲି ଆଖି। ବିଭିନ୍ନ ଟ୍ୟାକ୍ସ ଖିଲାପକାରୀଙ୍କ ଉପରେ ବିଏମସି ନେବାକୁ ଯାଉଛି କଡା ଆଭିମୁଖ୍ୟ। ଶୁକ୍ରବାର ବିଏମସି ଉତ୍ତର ଜୋନ ଡେପୁଟି କମିଶନର ଟ୍ୟାକ୍ସ ଦେଇନଥିବାରୁ ୱାଟକୋ ଓ ସେସୁକୁ ଚିଠି ଲେଖିଛନ୍ତି।

bmc being strict to fraud cases, bmc, bhubaneswar latest news, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ଆକ୍ସନ ମୋଡରେ ବିଏମସି, ବିଏମସି
ବିଏମସିର ଚିଠି

ଏହି ଚିଠାରେ ବିଏମସି ଉତ୍ତର ଜୋନରେ ଥିବା 18 ଜଣ ଖିଲାପକାରୀଙ୍କ ନାମ ସହ ସେମାନଙ୍କର ବକେୟା ହୋଲ୍ଡିଂ ଟ୍ୟାକ୍ସ ବିବରଣୀ ଦିଆଯାଇଛି । ଆସନ୍ତା ସପ୍ତାହରୁ ଏହି ଖିଲାପକାରୀଙ୍କ ବିଜୁଳି ସାଙ୍ଗକୁ ପାଣି କନେକ୍ସନ କଟାଯିବ। ଗତବର୍ଷ ମୋଟ 60 କୋଟି ଟଙ୍କାର ହୋଲ୍ଡିଂ ଟ୍ୟାକ୍ସ ଆଦାୟ ପାଇଁ ବିଏମସି ଲକ୍ଷ ରଖିଥିବା ବେଳେ ଚଳିତ ଜାନୁଆରୀ ଶେଷ ସୁଦ୍ଧା ବିଏମସି ଆଦାୟ କରିଛି ମୋଟ 16 କୋଟି ଟଙ୍କା।

ବକେୟା ଟିକସ ପାଇଁ ବିଏମସି ପକ୍ଷରୁ ଚଳିତ ଫେବୃଆରୀ ମାସରେ 10 ଜଣ କିନ୍ନରଙ୍କୁ ନେଇ ଟିଜି ସ୍ବୀକୃତି ମାଧ୍ୟମରେ ଟ୍ୟାକ୍ସ ଆଦାୟ କରାଯାଉଛି। ତେବେ ବଡ ବଡ ଟ୍ୟାକ୍ସ ଖିଲାପକାରୀଙ୍କ ନାମ ବଡ ବଡ ହୋର୍ଡିଙ୍ଗରେ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ମରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.