ଭୁବନେଶ୍ବର: ନିୟମିତ ଭାବେ ଚଳିତ ବର୍ଷ ମଧ୍ୟ ଦେଶରେ ପ୍ରାୟ ସମସ୍ତ ସହର ସ୍ବଚ୍ଛ ସର୍ବେକ୍ଷଣ ୨୦୨୦ ପାଇଁ ଦେବେ ପରୀକ୍ଷା । ସ୍ମାର୍ଟସିଟି ଭୁବନେଶ୍ବକୁ ମଧ୍ୟ ସ୍ବଚ୍ଛ ସର୍ବେକ୍ଷଣ ପରୀକ୍ଷା ଚିନ୍ତା । ଗତବର୍ଷ ସ୍ବଚ୍ଛତା ଦୌଡ଼ରେ ପଛରେ ପଡିଥିଲା ସ୍ମାର୍ଟସିଟି ଭୁବନେଶ୍ବର । ୨୦୧୭,୧୮ ମସିହାରେ ସର୍ବଭାରତୀୟ ସ୍ତରରେ ବିଏମସି ରାଙ୍କ ଥିଲା ୨୪୩ । ୨୦୧୮,୧୯ ବର୍ଷରେ ରାଙ୍କ ୨୮୮ କୁ ଖସିଯାଇଛି ଅର୍ଥାତ ସ୍ବଚ୍ଛତା କ୍ଷେତ୍ରରେ କେଉଁଠି ନା କେଉଁଠି ବିଏମସି ପଛରେ ପଡିଛି ।
ସ୍ବଚ୍ଛ ସର୍ବେକ୍ଷଣ ପରୀକ୍ଷାରେ ନିଜକୁ ପ୍ରତିଷ୍ଠିତ କରାଇବା ପାଇଁ ଲାଗିପଡିଛି ବିଏମସି । ହାତକୁ ନୂଆ ନୂଆ ସ୍ବଚ୍ଛତା କାର୍ଯ୍ୟକ୍ରମ ନେଇ ଆରମ୍ଭ କରିଛି କସରତ । ବର୍ଜ୍ୟବସ୍ତୁ ପରିଚାଳନାରେ ଜନସାଧାରଣଙ୍କୁ ଭାଗିଦାରୀ କରିବା, ପ୍ରଚାର ପ୍ରସାରକୁ ଜୋର ଦେବା, ବର୍ଜ୍ୟବସ୍ତୁ ପରିଚାଳନ ର ମୋଡ଼ ବଦଳାଇବା ଏବଂ ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ରଣନୀତି ଆଦରିଛି ବିଏମସି । ଘରେ ଘରେ କମ୍ପୋଷ୍ଟ କରିବାକୁ ଉତ୍ସାହିତ କରିବା ତଥା ପ୍ରତି ୱାର୍ଡରେ ବିକେନ୍ଦ୍ରୀ କୃତ ବର୍ଜ୍ୟ ପରିଚାଳନାକୁ ଗୁରୁତ୍ବ ମଧ୍ୟ ଦେଇଛି।
ଘରେ ଘରେ ଡ୍ରମରେ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁରୁ ଖତ ପ୍ରସ୍ତୁତ କରିବା, ବାୟୋ ମାଇନିଂ ପ୍ରୋସେସିଂ ପ୍ଲାଣ୍ଟ, ମୁଁ ସଫେଇବାଲା କାର୍ଯ୍ୟକ୍ରମ ଏଭଳି ଅନେକ କାର୍ଯ୍ୟକ୍ରମ ବିଏମସି ହାତକୁ ନେଇଛି । ଚଳିତ ବର୍ଷ ନିଶ୍ଚିତ ଆମେ ସର୍ବଭାରତୀୟ ସ୍ତରରେ ସ୍ବଚ୍ଛ ସର୍ବେକ୍ଷଣରେ ଆଗରେ ରହିବୁ ବୋଲି ବିଏମସି ଡେପ୍ୟୁଟି କମିଶନର (ପରିମଳ) ଶୁଭେନ୍ଦୁ ସାହୁ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ