ETV Bharat / city

କାଟୁ କରୁନି କଟକଣା, ଖିଲାପକାରୀଙ୍କୁ ସାବାଡ କରିବ ବିଏମସି

ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟରେ ପଲଥିନ ବ୍ୟବହାର ଉପରେ କଟକଣା ଜାରି ହୋଇଛି । ହେଲେ ରାଜଧାନୀ ଭୁବନେଶ୍ବରରେ ସବୁ ନିୟମକୁ ଫୁ’ କରି ପଲିଥିନର ବହୁଳ ବ୍ୟବହାର ହେଉଛି । ନିୟମ ଖିଲାପକାରୀକୁ ସାବାଡ କରିବାକୁ ବିଏମସି ଅଣ୍ଟା ଭିଡିଛି ।

author img

By

Published : Jun 6, 2019, 9:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ କାମ କରୁନି ବିଏମସି କଟକଣା । ସବୁ ଆଇନ କାନୁନକୁ ଆଖିଠାର ମାରି ଖୋଲାଖୋଲି ଚାଲିଛି ପଲିଥିନ୍ ବ୍ୟବହାର । ସଚେତନ ପରେ ବି ଚେତା ପଶୁନି ଲୋକଙ୍କର । ବଡ ବଡ ସପିଙ୍ଗ ମଲ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ପଲିଥିନର ହେଉଛି ବହୁଳ ବ୍ୟବହାର । ତେବେ ଲୋକଙ୍କ ଖାମଖିଆଲି ମନୋଭାବକୁ ପରିବର୍ତ୍ତନ କରିବାକୁ ଅଣ୍ଟା ଭିଡିଛି ବିଏମସି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବରରେ ପଲିଥିନ ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ବିଏମସି ପକ୍ଷରୁ ସ୍ପେସିଆଲ ସ୍କ୍ୱାର୍ଡ ଗଠନ କରାଯାଇଛି । ବିଏମସି ଅଧିକାରୀ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ସଭ୍ୟ, ଜଙ୍ଗଲ ବିଭାଗର ଅଧିକାରୀ ,ପୋଲିସ ଅଧିକାରୀଙ୍କ ମିଳିତ ଉଦ୍ୟମରେ 2ଟି ଟିମ ଗଠନ କରାଯାଇଛି । ଏହି ଟିମ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନରେ ଚଡାଉ କରିବା ସହ ଜୋରିମାନା ଆଦାୟ କରିବ । ଛୋଟ ଛୋଟ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଜୋରିମାନା ୨ ହଜାର ଏବଂ ପାଇକାରି ବିକ୍ରେତାମାନଙ୍କ ଠାରୁ ୫ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ।

ଲୋକଙ୍କୁ ସଚେତନ କରିବା ପାଇଁ ଗୁରୁବାର ଠାରୁ ରାଜଧାନୀରେ ଏକ ସଚେତନତା ଗାଡି ପରିଭ୍ରମଣ କରୁଛି । ଲୋକଙ୍କୁ ପଲିଥିନ ବ୍ୟବହାର ନ କରିବାକୁ ସଚେତନ କରୁଛି । କହି ରଖୁଛୁ, ଗତ ଗାନ୍ଧୀ ଜୟନ୍ତୀ ଠାରୁ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:

terter

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.