ETV Bharat / city

ବଡ ବ୍ୟବସାୟିକ ସଂସ୍ଥାକୁ ବିଏମସିର ନୋଟିସ୍, ଫାଙ୍କିଛନ୍ତି ହୋଲ୍ଡିଂ ଟ୍ୟାକ୍ସ

author img

By

Published : Oct 16, 2019, 11:24 PM IST

ବେଆଇନ ପାର୍କିଂ ଓ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ଭୁବନେଶ୍ବର ମହାନଗର ନିଗମ ଉତ୍ତରମଣ୍ଡଳ ଅଧୀନରେ ପାହାଳସ୍ଥିତ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉତ୍କଳ ହ୍ୟୁଣ୍ଡାଇକୁ ନୋଟିସ ଜାରି କରାଯାଇଛି ।

ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂ ନେଇ ବିଏମସିର ନୋଟିସ୍

ଭୁବନେଶ୍ବର: ସାବଧାନ ! ସ୍ମାର୍ଟସିଟି ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ନିୟମିତ ଭରୁଛନ୍ତି ତ, ନହେଲେ ଯିବାକୁ ପଡିବ ଜେଲ୍। ଏନେଇ ବୁଧବାର ରାଜଧାନୀ ଭୁବନେଶ୍ବରରେ ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂ ନେଇ 3ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ବିଏମସିର ଉତ୍ତରମଣ୍ଡଳ କାର୍ଯ୍ୟାଳୟ।

bmc serves notice to different business house

ବେଆଇନ ପାର୍କିଂ ଓ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ତନାଘନା ଲାଗିରହିଛି। ଭୁବନେଶ୍ବର ମହାନଗରନିଗମ ଉତ୍ତର ମଣ୍ଡଳ ଅଧୀନରେ ପାହାଳସ୍ଥିତ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଉତ୍କଳ ହ୍ୟୁଣ୍ଡାଇକୁ ନୋଟିସ ଜାରି କରିଛି।

ତେବେ ଏହି ସଂସ୍ଥା ଦୀର୍ଘଦିନ ଧରି ବିକ୍ରି କରୁଥିବା ଗାଡି ଗୁଡିକ ରାସ୍ତା ଉପରେ ରଖୁଥିଲେ। ଏନେଇ ବାରମ୍ବାର ମୌଖିକ ତାଗିଦ ସତ୍ତ୍ବେ ଜାତୀୟ ରାଜପଥର ଗମନାଗମନରେ ବାଧାପ୍ରାପ୍ତ ହେଉଥିଲା । ଯାହାକୁ ନେଇ ପାହାଳ ସ୍ଥିତ ଉତ୍କଳ ହ୍ୟୁଣ୍ଡାଇକୁ ଗାଡିକୁ ନିଜ ହତା ଭିତରକୁ ନେବା ସହିତ ତିନି ମାସ ଧରି 70 ଫୁଟରେ 200 ଫୁଟର ରାସ୍ତାକଡରେ ବେଆଇନ ପାର୍କିଂ ନେଇ 1,83,600ଟଙ୍କାର ଜୋରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ନୋଟିସ ପାଇବାର 7 ଦିନ ମଧ୍ୟରେ ଜୋରିମାନା ପଇଠ ନକଲେ ଓଡିଶା ମୁନିସିପାଲ ଆଇନ 2013 ଅନୁଯାୟୀ ପଦକ୍ଷେପ ନେବାକୁ ବିଏମସି କତ୍ତୃପକ୍ଷ କହିଛନ୍ତି।

ଅନ୍ୟପଟେ ଓର୍ଜିତା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ, ପଞ୍ଚମ ଷ୍ଟୁଡିଓ ପ୍ରାଇଭେଟ ଲିମିଟେଡ, ପାହଳସ୍ଥିତ ସିମ୍ଫୋନୀ ମଲକୁ ମଧ୍ୟ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଏବଂ ବେଆଇନ ବ୍ୟବସାୟ ଚଲାଉଥିବା ନେଇ ନୋଟିସ ଜାରି କରାଯାଇଛି।

ଏହାଛଡା ଅନେକ ଛୋଟ ବଡ ବ୍ୟବସାୟୀକ ପ୍ରତିଷ୍ଠାନକୁ ବିନା ଟ୍ରେଡ଼ ଲାଇସେନ୍ସ, ହୋଲଡିଂ ଟ୍ୟାକ୍ସ ନଭରିବା, ବିନା ଅନୁମତିରେ ବିଜ୍ଞାପନ ବୋର୍ଡ ମାରିବା ଏବଂ ରାସ୍ତା କଡରେ ବେଆଇନ ପାର୍କିଂ କରିବା ନେଇ ମଧ୍ୟ ତାଗିଦ କରାଯାଇଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂଗ ନେଇ ବିଏମସି ର ନୋଟିସ।

Body:ସାବଧାନ ସ୍ମାର୍ଟସିଟି ଭୁବନେଶ୍ୱରରେ ହୋଲଡିଂ ଟ୍ୟାକ୍ସ ନିୟମିତ ଭରୁଛନ୍ତି ତ ,ନହେଲେ ଯିବାକୁ ପଡ଼ିବ ଜେଲ।ବୁଧବାର ରାଜଧାନୀ ଭୁବନେଶ୍ବର ରେ ହୋଲଡିଂ ଟ୍ୟାକ୍ସ ଠକେଇ ଓ ବେଆଇନ ପାର୍କିଂଗ ନେଇ ୩ଟି ବ୍ୟବସାୟିକ ପ୍ରତିଷ୍ଠାନକୁ ନୋଟିସ ଜାରି କରିଛି ବିଏମସି ର ଉତ୍ତର ମଣ୍ଡଳ କାର୍ଯ୍ୟାଳୟ।

ବେଆଇନ ପାର୍କିଂଗ ଓ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ ସାମ୍ନାକୁ ଆସିବା ପରେ ବିଏମସି ପକ୍ଷରୁ ତନାଘନା ଲାଗିରହିଛି।ଭୁବନେଶ୍ୱର ମହାନଗର ନିଗମ ଉତ୍ତର ମଣ୍ଡଳ ଅଧୀନରେ ପାହାଳ ସ୍ଥିତ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ଉତ୍କଳ ହ୍ୟୁଣ୍ଡାଇକୁ କଡା ନୋଟିସ ଜାରି କରାଯାଇଛି।ବିଏମସି ପତ୍ର ସଂଖ୍ୟା ୨୧୬୮,ତା ୧୫-୧୦-୧୯ ରେ ସୂଚିତ ଅନୁଯାୟୀ ସମ୍ପୃକ୍ତ ସଂସ୍ଥା ଦୀର୍ଘଦିନ ଧରି ବିକ୍ରି କରୁଥିବା ଗାଡି ଗୁଡିକ ରାସ୍ତା ଉପରେ ରଖୁଛନ୍ତି।ବାରମ୍ବାର ମୌଖିକ ତାଗିଦ ସତ୍ତ୍ୱେ ଜାତୀୟ ରାଜପଥର ଗମନାଗମନ ରେ ବାଧା ଉପୁଯାଉଛି, ତେଣୁ ଉତ୍କଳ ହ୍ୟୁଣ୍ଡାଇ ,ପାହାଳ କୁ ଗାଡ଼ିଗୁଡିକୁ ନିଜ ହତା ଭିତରକୁ ନେବା ସହିତ ତିନି ମାସ ଧରି ୭୦ ଫୁଟରେ ୨୦୦ ଫୁଟର ରାସ୍ତାକଡରେ ବେଆଇନ ପାର୍କିଂଗ ନେଇ ୧,୮୩,୬୦୦ଟଙ୍କାର ଜରିମାନା ପଇଠ କରିବାକୁ ନିର୍ଦେଶ ଦିଆଯାଇଛି।ନୋଟିସ ପାଇବାର ୭ ଦିନ ମଧ୍ୟରେ ଜରିମାନା ପଇଠ ନକଲେ ଓଡ଼ିଶା ମୁନିସିପାଲ ଆଇନ ୨୦୧୩ ଅନୁଯାୟୀ ପଦକ୍ଷେପ ନେବାକୁ ବିଏମସି କତ୍ତୃପକ୍ଷ କହିଛନ୍ତି।

ଅନ୍ୟପକ୍ଷରେ ଆଉଏକ ନୋଟିସ ପତ୍ର ସଂଖ୍ୟା ୨୧୬୫,ତା ୧୫-୧୦-୧୯ରେ ଓର୍ଜିତା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ଼ ,ପ
ଞ୍ଚମ ଷ୍ଟୁଡିଓ ପ୍ରାଇଭେଟ ଲି,ସିମ୍ଫୋନି ମଲ ପାହାଳ ଙ୍କୁ ହୋଲଡିଂ ଟ୍ୟାକ୍ସ ଫାଙ୍କିବା ଏବଂ ବେଆଇନ ବ୍ୟବସାୟ ଚଲାଉଥିବାରୁ ନୋଟିସ ଜାରି କରାଯାଇଛି।ଏହା ଛଡ଼ା ଅନେକ ଛୋଟ ବଡ ବ୍ୟବସାୟୀକ ପ୍ରତିଷ୍ଠାନ ବିନା ଟ୍ରେଡ଼ ଲାଇସେନ୍ସ ,ହୋଲଡିଂ ଟ୍ୟାକ୍ସ ନଭରିବା, ବିନା ଅନୁମତି ରେ ବିଜ୍ଞାପନ ବୋର୍ଡ଼ ମାରିବା ଏବଂ ରାସ୍ତା କଡରେ ବେଆଇନ ପାର୍କିଂଗ କରିବା ନେଇ ମଧ୍ୟ ତାଗିଦ କରାଯାଇଛି।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.