ଭୁବନେଶ୍ବର: ସିଲ୍ ହେଲା ମେଡ ମୁଲ ବାର। ଜନପଥରେ ଥିବା ମେଡ ମୁଲ ବାରକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କଲା ବିଏମସି । କୋଭିଡ ନିୟମ ଉଲଙ୍ଘନ କରି ବାରରେ ଚାଲିଥିଲା ପାର୍ଟି । ଏଭଳି ଅଭିଯୋଗ ପରେ ବାରର ସଟରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ପକାଇଛି ବିଏମସି ।
ଏବେ ରାଜଧାନୀରେ କୋଭିଡ ପାଇଁ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ବେଳେ ଏହା ଖୁଲମଖୁଲା ବେଖାତିର କରି ବାର ଖୋଲାଯାଇଥିଲା । ଏହି ସମୟରେ ବିଏମସି ସହକାରୀ କମିଶନର ଲିଲନ ସାହୁଙ୍କ ନେତୃତ୍ୱରେ ବାର ଉପରେ ଚଢାଉ କରାଯାଇ ବାରକୁ ସିଲ କରାଯାଇଛି । ସାଉଥ ଇଷ୍ଟ ଯୋନ୍ ଓ ଖାରବେଳ ନଗର ଥାନା ପୋଲିସ ପକ୍ଷରୁ ମଧ୍ୟ ମିଳିତ ଚଢ଼ାଉ କରାଯାଇଥିଲା ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ