ଭୁବନେଶ୍ବର: ସିଲ ହେଲା ରାଜଧାନୀ ଭୁବନେଶ୍ବରସ୍ଥିତ ICICI ବ୍ୟାଙ୍କ । କଟକ ରୋଡ଼ର ଶ୍ରୀୟା ଟକିଜସ୍ଥିତ ଥିବା ମେନ ବ୍ରାଞ୍ଚ ଆଇସିଆଇସିଆଇ ବ୍ୟାଙ୍କକୁ ସିଲ କରିଛି ଭୁବନେଶ୍ବର ମହାନଗର ନିଗମ(ବିଏମସି) । ଗତକାଲି(ମଙ୍ଗଳବାର) ଆଇସିଆଇସିଆଇ ବ୍ୟାଙ୍କରୁ ୧୫ ଜଣ କୋରୋନା ପଜେଟିଭ ଚିହ୍ନଟ ହେବା ପରେ ବିଏମସି ପକ୍ଷରୁ ବ୍ୟାଙ୍କକୁ ସିଲ କରିଦିଆଯାଇଛି ।
ସୂଚନା ଅନୁସାରେ, ରାଜଧାନୀରେ ହୁହୁ ହୋଇ କୋରୋନା ଆକ୍ରାନ୍ତ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ କୋରୋନା ଆକ୍ରାନ୍ତ ଚିହ୍ନଟ ବାହାରୁ ଥିବାରୁ ଏବେ ପ୍ରଶାସନ ପାଇଁ ଏହାକୁ ରୋକିବା ବଡ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ