ETV Bharat / city

DCP ଅଫିସରେ ପଶିଲା କୋରୋନା, ସିଲ କଲା BMC - ସିଲ କଲା BMC

ରାଜଧାନୀ ବାଣୀବିହାର ଡିସିପି ଅଫିସରେ କୋରୋନା । ସଂକ୍ରମଣରେ ରୋକ ଲଗାଇବାକୁ ଡିସିପି ଅଫିସ ସିଲ କରିଛି BMC (bmc sealed DCP office)। ସାଧାରଣ ଲୋକଙ୍କ ଡିସିପି ଅଫିସକୁ ଯିବା ଉପରେ କଟକଣା ଜାରି । ଅଧିକ ପଢନ୍ତୁ

DCP ଅଫିସରେ ପଶିଲା କୋରୋନା
DCP ଅଫିସରେ ପଶିଲା କୋରୋନା
author img

By

Published : Jan 4, 2022, 11:23 AM IST

Updated : Jan 4, 2022, 1:07 PM IST

ଭୁବନେଶ୍ବର: ପୁଣି ମାଡିଲାଣି ମହାମାରୀ । ରାଜଧାନୀ ବାଣୀବିହାର ସ୍ଥିତ ଡିସିପି ଅଫିସରେ ପଶିଲା କୋରୋନା । ସଂକ୍ରମଣରେ ରୋକ ଲଗାଇବାକୁ ଡିସିପି ଅଫିସ୍ ସିଲ କରିଛି ବିଏମସି (bmc sealed DCP office) । ସାଧାରଣ ଲୋକଙ୍କ ଡିସିପି ଅଫିସକୁ ଯିବା ଉପରେ କଟକଣା ଜାରି । ଆଜି ଓ ଆସନ୍ତାକାଲି ଦୁଇ ଦିନ ପାଇଁ ଅଫିସକୁ ସିଲ୍‌ କରିଛି ବିଏମ୍‌ସି । ଏନେଇ ସୂଚନା ଦେଇଛନ୍ତି ବିଏମ୍‌ସିର ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ମହେନ୍ଦ୍ର କୁମାର ବଢ଼େଇ ।

DCP ଅଫିସରେ ପଶିଲା କୋରୋନା

ଡିସିପି କାର୍ଯ୍ୟାଳୟର ପ୍ରାୟ ୧୦ରୁ ଅଧିକ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ବାହାରୁ ଅନ୍ୟମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏଥିସହ ଭିତରେ ଯେଉଁ କର୍ମଚାରୀ ଭିତରେ ଅଛନ୍ତି ସମସ୍ତଙ୍କ ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ବ ଦିଆଯାଉଛି । ସେମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଅନୁମତି ମିଳିନାହିଁ । ବିଏମସିର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେମାନଙ୍କୁ କାର୍ଯ୍ୟାଳୟ ଭିତରେ ହିଁ ରହିବାକୁ କୁହାଯାଇଛି।

DCP ଅଫିସରେ ପଶିଲା କୋରୋନା
DCP ଅଫିସରେ ପଶିଲା କୋରୋନା

ପ୍ରକାଶ ଥାଉ କି, ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସମେତ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବି ବଢ଼ି ଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୮୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଏକ ଲମ୍ବା ଲମ୍ପ ମାରିଛି ଦୈନିକ ସଂକ୍ରମଣ । ରାଜ୍ୟରେ ୩୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 4, 2022, 1:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.