ETV Bharat / city

ଦାଣ୍ଡିଆ ନାଚ ଆୟୋଜନ, ସିଲ ହେଲା ରେଷ୍ଟୁରାଣ୍ଟ - ବିଏମସିର କାର୍ଯ୍ୟନୁଷ୍ଠାନ

ନିକୋ ପାର୍କ ନିକଟସ୍ଥ 9th Street banquet ରେଷ୍ଟୁରାଣ୍ଟକୁ ଅନିର୍ଦ୍ଦିଷ୍ଟ କାଳ ପାଇଂ ସିଲ କଲା ବିଏମସି । ବିନା ଅନୁମତିରେ ଚାଲିଥିଲା ଡିଜେ ନାଇଟ କାର୍ଯ୍ୟକ୍ରମ ଆୟୋଜନ ଯୋଜନା । ଅଧିକ ପଢନ୍ତୁ...

ସିଲ ହେଲା ନିକୋ ପାର୍କ ନିକଟସ୍ଥ 9th Street banquet ହଲ

author img

By

Published : Oct 13, 2021, 7:44 PM IST

ଭୁବନେଶ୍ବର: ବିନା ଅନୁମତିରେ ଡିଜେ ନାଇଟ କାର୍ଯ୍ୟକ୍ରମ ଆୟୋଜନ କରିବା ମହଙ୍ଗା ପଡିଲା । ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ ହେଲା ନିକୋ ପାର୍କ ନିକଟସ୍ଥ 9th Street banquet ରେଷ୍ଟୁରାଣ୍ଟ । ଆଜି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଭୁବନେଶ୍ବର ମହାନଗର ନିଗମ ।

ସିଲ ହେଲା ନିକୋ ପାର୍କ ନିକଟସ୍ଥ 9th Street banquet ହଲ

ବିନା ଅନୁମତିରେ ଡିଜେ ଓ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସୋସିଆଲ ମିଡିଆରେ 649 ଟଙ୍କା ମୂଲ୍ୟର ଟିକେଟ ବିକ୍ରି କରିଥିଲେ ଆୟୋଜକ । 13 ଓ 14 ଦୁଇଦିନ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ବ୍ୟବସ୍ଥା ହୋଇଥିଲା ।

ତେବେ କାର୍ଯ୍ୟକ୍ରମ ପୂର୍ବରୁ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି ମହାନଗର ନିଗମ । ବିଏମସି କମିଶନର ସଞ୍ଜୟ ସିଂଙ୍କ ନିର୍ଦେଶ କ୍ରମେ ଦକ୍ଷିଣ ପୂର୍ବ ଜୋନାଲ ଡେ଼ପୁଟି କମିଶନର ଅଂଶୁମାନ ରଥଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ସ୍କ୍ବାର୍ଡ ଘଟଣାସ୍ଥଳରେ ଚଢାଉ କରିବା ସହ ହଲକୁ ଅନିର୍ଦ୍ଦିଷ୍ଟ ସିଲ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.