ETV Bharat / city

BMC ରାଜସ୍ୱ ଆଦାୟ ସ୍ଥିତିରେ ଆସିଲା ସୁଧାର - ଭୁବନେଶ୍ୱର ମହାନଗର ନିଗମ ରାଜସ୍ୱ ଆଦାୟ

କୋରୋନା ମହାମାରୀ ପ୍ରଭାବରେ ପ୍ରଭାବିତ ବିଏମସିର ରାଜସ୍ୱ ଆଦାୟ ପ୍ରକ୍ରିୟାରେ ଏବେ ଆସିଛି ସୁଧାର। କୋରୋନା ଯୋଗୁଁ ବିଏମସିର ରାଜସ୍ୱ ଆଦାୟରେ ମାନ୍ଦାବସ୍ଥା ଲାଗିରହିଥିଲା । ବର୍ତ୍ତମାନ ସ୍ଥିତି ସ୍ବାଭାବିକ ହେବା ପରେ ବିଏମସି ଆରମ୍ଭ କରିଛି ରଜସ୍ବ ଆଦାୟ ପ୍ରକ୍ରିୟା । ଅଧିକ ପଢନ୍ତୁ...

BMC ରାଜସ୍ୱ ଆଦାୟ ସ୍ଥିତିରେ ଆସିଲା ସୁଧାର
BMC ରାଜସ୍ୱ ଆଦାୟ ସ୍ଥିତିରେ ଆସିଲା ସୁଧାର
author img

By

Published : Nov 18, 2020, 3:54 AM IST

ଭୁବନେଶ୍ବର: କୋରୋନା ମହାମାରୀ ପ୍ରଭାବରେ ପ୍ରଭାବିତ ବିଏମସିର ରାଜସ୍ୱ ଆଦାୟ ପ୍ରକ୍ରିୟାରେ ଏବେ ଆସିଛି ସୁଧାର। କୋରୋନା ଯୋଗୁଁ ବିଏମସିର ରାଜସ୍ୱ ଆଦାୟରେ ମାନ୍ଦାବସ୍ଥା ଲାଗିରହିଥିଲା, ଏବେ ସଂକ୍ରମଣ କମିବାରୁ ସ୍ୱାଭାବିକ ହେଉଛି ସ୍ଥିତି ,ସେପଟେ ପୁଣି ରାଜସ୍ୱ ଆଦାୟ ପ୍ରକ୍ରିୟା ସ୍ୱାଭାବିକ ପାଇଁ ଅଣ୍ଟା ଭିଡ଼ିଛି ବିଏମସି ।

BMC ରାଜସ୍ୱ ଆଦାୟ ସ୍ଥିତିରେ ଆସିଲା ସୁଧାର

ବିଏମସିର ସୂଚନା ଅନୁଯାୟୀ ସ୍ଥିତିରେ ସୁଧାର ଆସିଛି । ବିଭିନ୍ନ ଦିଗରୁ ଆଦାୟ ହେଉଥିବା ରାଜସ୍ୱ ଏବେ ବୃଦ୍ଧି ପାଇଛି । ବିଶେଷକରି ଅନଲାଇନ ହୋଲଡିଂ ଟିକସ ଆଦାୟ ,ଟ୍ରେଡ଼ ଲାଇସେନ୍ସ ଆଦାୟ ଉପରେ ଗୁରୁତ୍ୱ ଦିଆଯାଇଛି। ୨୦୧୯-୨୦୨୦ ଆର୍ଥିକ ବର୍ଷରେ କୋରୋନା ଲକଡାଉନ ପ୍ରଭାବରୁ ମାତ୍ର ୮୦ ପ୍ରତିଶତ ଟିକସ ଆଦାୟ କରିବାରେ ସମର୍ଥ ହୋଇଥିଲା ବିଏମସି । ଗତ ୧୮-୧୯ ଅପେକ୍ଷା ୧୯-୨୦ ଆର୍ଥିକ ବର୍ଷରେ ବିଏମସିର ଟିକସ ଆଦାୟ ହାର ତଳକୁ ଖସିଥିଲା ।
କୋରୋନା ପ୍ରଭାବରେ ପ୍ରଭାବିତ ହୋଇଛି ସାମଗ୍ରିକ ଟିକସ ଆଦାୟ। ହୋଲଡିଂ ଟିକସ ବାବଦକୁ ଯଦିଓ ବିଏମସିକୁ କିଛିଟା ସନ୍ତୋଷ ଜନକ ଟିକସ ଆଦାୟ ହୋଇଛି ,କିନ୍ତୁ ସାମଗ୍ରିକ ଭାବେ ଏହା ବିଏମସିର ଟିକସ ଆଦାୟ ପରିଧିକୁ ପ୍ରଭାବିତ କରିଛି।

ତଥ୍ୟ କହୁଛି---ହୋଲଡିଂ ଟ୍ୟାକ୍ସ
୧୮-୧୯ ବର୍ଷ -----ଟାର୍ଗେଟ ୪୫ କୋଟି, ଆଦାୟ ୩୯ କୋଟି
୧୯-୨୦ ବର୍ଷ........ ଟାର୍ଗେଟ ୬୦ କୋଟି, ଆଦାୟ ୪୩ କୋଟି
୨୦-୨୧ବର୍ଷ.......... ଟାର୍ଗେଟ ୯୦ କୋଟି ,ଅ କ୍ଟୋବର ଶେଷ ସୁଦ୍ଧା ଆଦାୟ ୩୦ କୋଟି

ଏହାଛଡା ଟ୍ରେଡ଼ ଲାଇସେନ୍ସରେ ଅକ୍ଟୋବର ଶେଷ ସୁଦ୍ଧା ଆଦାୟ ଦେଢ଼ କୋଟି, ପାର୍କିଙ୍ଗରେ ୯୦ ଲକ୍ଷ,ବିଜ୍ଞାପନ ଟ୍ୟାକ୍ସ ୧ କୋଟି,ପ୍ଲାନିଂ ୫ କୋଟି,କଲ୍ୟାଣ ମଣ୍ଡପ ,ଯାତ୍ରୀ ନିବାସ ୪୦ ଲକ୍ଷ, ଏନଓସି ଭଳି ଅନ୍ୟ ସୂତ୍ରରୁ ମଧ୍ୟ ଟିକସ ଆଦାୟ ହୋଉଛି । ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ଟିଜି ସ୍ୱୀକୃତି ଟ୍ରାନ୍ସଜେଣ୍ଡର ଗ୍ରୁପଙ୍କ ଦ୍ଵାରା ହୋଲଡିଂ ଟ୍ୟାକ୍ସ ଆଦାୟ ହୋଇଛି । ମାର୍ଚ୍ଚ ମାସରେ ରାଜସ୍ୱ ଆଦାୟକୁ ଜୋରଦାର କରାଯାଇଥିଲେ ମଧ୍ୟ କୋରୋନା ପାଇଁ ଶେଷ ସପ୍ତାହରେ ରାଜସ୍ୱ ଆଦାୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହେଲେ ଏବେ ସ୍ଥିତି ସ୍ୱାଭାବିକ ହେବାରୁ ଟ୍ରେଡ଼ ଲାଇସେନ୍ସ ଅନଲାଇନରେ ଆଦାୟ ହେବା ନେଇ ବିଭିନ୍ନ କର୍ମଚାରୀଙ୍କୁ ତାଲିମ ଦିଆ ସରିଛି। ଖୁବଶୀଘ୍ର ହୋଲଡିଂ ଟ୍ୟାକ୍ସ ଏସଏଚଜିଙ୍କ ଦ୍ୱାରା ଆଦାୟ ହେବ।

ବିଏମସି ଡେପୁଟି କମିଶନର ,ରାଜସ୍ୱ ଶ୍ରୀମନ୍ତ ମିଶ୍ରଙ୍କ ସୂଚନା ଅନୁସାରେ ସାଧାରଣତଃ ଭୁବନେଶ୍ୱର ମହାନଗର ନିଗମର କୌଣସି ଆର୍ଥିକ ବର୍ଷର ଶେଷ ମାସରେ ସର୍ବାଧିକ ଟିକସ ଆଦାୟ କରିଥାଏ ବା ମୋଟ ଟିକସ ଅଦାୟର ପାଖାପାଖି ୫୦ ପ୍ରତିଶତ ଆଦାୟ କରିଥାଏ ବିଏମସି। କିନ୍ତୁ ୧୯-୨୦ ଆର୍ଥିକ ବର୍ଷର ଶେଷ ଦୁଇଟି ସପ୍ତାହରେ କୋରୋନା ଲକଡାଉନ କଟକଣା କାରଣରୁ ପ୍ରଭାବିତ ହୋଇଥିଲା ଯେଉଁଥି ପାଇଁ ବିଏମସି ଟିକସ ଆଦାୟର ବାଧକ ସୃଷ୍ଟି ହୋଇଥିଲା। ହେଲେ ଚଳିତ ବର୍ଷ ଶେଷ ସୁଦ୍ଧା ୯୦ କୋଟି ଟାର୍ଗେଟ ରାଜସ୍ୱ ଆଦାୟ କରିବା ଉଦ୍ୟମ ଜାରି ରହିଛି। ବକେୟା ହୋଲଡିଂ ଟିକସ ନେଇ ଜେଡିସି ଖୁବଶୀଘ୍ର କାର୍ଯ୍ୟକ୍ରମ ଆରମ୍ଭ କରିବେ। ପ୍ରତି ୱାର୍ଡରେ ଏସଏଚଜି ମହିଳା ମାନେ ଟିକସ ଆଦାୟ କରିବେ ବୋଲି ବିିଏମସି ଅତିରିକ୍ତ କମିସନର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.