ETV Bharat / city

ଟୀକାକରଣ ବେଳେ କୋଭିଡ ନିୟମ ମାନନ୍ତୁ: BMC - କୋରୋନା ଟିକା

ଟୀକାକରଣ ସମୟରେ ସମସ୍ତ କୋଭିଡ ନିୟମ ପାଳନ କରିବାକୁ ବିଏମସି କମିଶନର ଲୋକମାନଙ୍କୁ ଅନୁରୋଧ କରିଛନ୍ତି । ଅଧିକ ପଢନ୍ତୁ...

ଟୀକାକରଣ ସମୟରେ ନିୟମ ପାଳିବାକୁ ବିଏମସିର ଅନୁରୋଧ

author img

By

Published : May 4, 2021, 9:42 AM IST

ଭୁବନେଶ୍ବର: ରାଜ୍ୟରେ କୋରୋନାର ଦ୍ବିତୀୟ ଲହର ନେଇ ଚିନ୍ତାରେ ସରକାର । ସଂକ୍ରମଣ ରୋକିବାକୁ ବିଭିନ୍ନ ଆଧାରରେ ପ୍ରଶାସନ ସଂକ୍ରମଣରେ ରୋକ ଲଗେଇବା ପାଇଁ ବିଏମସି ପକ୍ଷରୁ ପ୍ରୟାସ ଜାରି ରହିଛି । ତେବେ ଟୀକାକରଣ ସମୟରେ ସମସ୍ତେ କୋଭିଡ ନିୟମକୁ ପାଳନ କରିବା ପାଇଁ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

ଟୀକାକରଣ ସମୟରେ ନିୟମ ପାଳିବାକୁ ବିଏମସିର ଅନୁରୋଧ

ଟୀକାକରଣ ବ୍ୟାପକ ଭାବେ ଚାଲିଛି । 18 ରୁ 44 ବର୍ଷ ବୟସ୍କ ଆପ ମାଧ୍ୟମରେ ସ୍ଲଟ ବୁକିଂ କରି ଟୀକାକରଣରେ ସାମିଲ ହେଉଛନ୍ତି । ଭୁବନେଶ୍ବରରେ ସକାଳ 9ଟାରୁ ଆରମ୍ଭ ହୋଇ ଦିନ 2ଟା ପର୍ଯ୍ୟନ୍ତ ଚାଲୁଛି । 45 ବର୍ଷ ଉପରେ ବୟସ୍କଙ୍କ ପାଇଁ ଅପରାହ୍ନ 3 ଟାରୁ 5ଟା ପର୍ଯ୍ୟନ୍ତ ଚାଲୁଛି । ଲୋକେ ଟୀକାକରଣ ବେଳେ କୋଭିଡ ନିୟମ ପାଳନ କରନ୍ତୁ ବୋଲି ଅନୁରୋଧ କରିଛନ୍ତି ବିଏମସି କମିଶନର ।

ସୋମବାର ୧୧ ହଜାର ୫୦୦ ପଞ୍ଜୀକରଣ ହୋଇଥିବା ବେଳେ 6 ହଜାର 700 ଟୀକାକରଣ ସରିଛି । ଟୀକାକରଣ କେନ୍ଦ୍ରରେ ନିୟମ ଉଲ୍ଲଙ୍ଘନ ହେଉଛି, ତାକୁ କଡାକଡି ପାଳନ କରିବା ପାଇଁ ସାଧାରଣ ଲୋକଙ୍କୁ କମିଶନର ଅନୁରୋଧ କରିଛନ୍ତି । ଭୁବନେଶ୍ବରରେ ନିଜ ଘର ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକା ପଞ୍ଜୀକରଣ କରିବାକୁ ନାଗରିକଙ୍କୁ ଅପିଲ କରିଛନ୍ତି ବିଏମସି କମିଶନର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.