ETV Bharat / city

ସ୍ବଚ୍ଛ ସର୍ବେକ୍ଷେଣରେ BMCକୁ ପୁରସ୍କାର

author img

By

Published : Oct 2, 2022, 2:00 PM IST

ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସିକୁ ପୁରସ୍କାର ମିଳିଛି । ସିଟିଜେନ ଫିଡ଼ବ୍ୟାକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜଧାନୀ ଭାବେ ପୁରସ୍କୃତ ହୋଇଛି ଭୁବନେଶ୍ବର ମହାନଗର ନିଗମ । ଏନେଇ ଟ୍ବିଟ କରି ଖୁସି ବ୍ୟକ୍ତି କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଅଧିକ ପଢନ୍ତୁ

ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସିକୁ ପୁରସ୍କାର
ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସିକୁ ପୁରସ୍କାର

ଭୁବନେଶ୍ବର: ଚଳିତ ବର୍ଷ ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସିକୁ ପୁରସ୍କାର ମିଳିଛି । ସିଟିଜେନ ଫିଡ଼ବ୍ୟାକ ବର୍ଗରେ ସମଗ୍ର ଦେଶରେ ଶ୍ରେଷ୍ଠ ରାଜଧାନୀ ଭାବେ ପୁରସ୍କୃତ ହୋଇଛି ଭୁବନେଶ୍ବର ମହାନଗର ନିଗମ । ଏନେଇ ଟ୍ବିଟ କରି ଖୁସି ବ୍ୟକ୍ତି କରିଛନ୍ତି ବିଏମସି ମେୟର ସୁଲୋଚନା ଦାସ । ଭୁବନେଶ୍ବର ସମେତ ରାଜ୍ୟର ୧୩ଟି ପୌରସଂସ୍ଥା ଏହି ଜାତୀୟ ପୁରସ୍କାର ହାତେଇବାକୁ ସକ୍ଷମ ହୋଇଛନ୍ତି। ଗତ ବର୍ଷ ଭୁବନେଶ୍ବର ଜାତୀୟ ରାଙ୍କିଙ୍ଗ ତାଲିକାରେ ୧୪୪ ନମ୍ବରରେ ଥିଲା । ଏଥର ୬ ହଜାରରୁ ୪ ହଜାର ୩୬୩.୩୭ ନମ୍ବର ରଖି ୮୦ ନମ୍ବରକୁ ଉନ୍ନୀତ ହୋଇଛି । ବିଏମସି ମେୟର ସୁଲୋଚନା ଦାସ ଓ କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ଡ଼େପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ଓ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୁପକାର ପ୍ରମୁଖ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।

ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସିକୁ ପୁରସ୍କାର
ସ୍ବଚ୍ଛ ସର୍ବେକ୍ଷେଣରେ ବିଏମସିକୁ ପୁରସ୍କାର

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ଭବ୍ୟ ସମ୍ବର୍ଦ୍ଧନାରେ ଗୃହ ଓ ସହରାଞ୍ଚଳ ବିକାଶ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର ଓ ସଚିବ ମନୋଜ ଯୋଶୀ ପୁରସ୍କାର ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ବିଭିନ୍ନ କ୍ଷେତ୍ରରେ ବିଏମସି ଅଗ୍ରୀଣ କାର୍ଯ୍ୟ ଗ୍ରହଣ କରିଛି ଏବଂ ଭୁବନେଶ୍ୱର ବାସିନ୍ଦାଙ୍କୁ ଏକ ଉନ୍ନତ ମାନର ଜୀବନ ପ୍ରଦାନ କରିବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିମଳ, ବସ୍ତି ବିକାଶ, ବିପର୍ଯ୍ୟୟ ପରିଚାଳନା, ସହର ସୌନ୍ଦର୍ଯ୍ୟକରଣ, ନାଗରିକ ସେବା, ଦକ୍ଷ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥା, ଦକ୍ଷ ସହରୀ ଯୋଜନା ଏବଂ ବିକାଶ, ଜଳ ଯୋଗାଣ ସେବା, ସିଟି ବସ୍ ସେବା, ଅନଲାଇନ୍ ସେବା, ଭେଣ୍ଡିଂ ଜୋନ୍ ଓ ପାର୍କିଂର ସୁବ୍ୟବସ୍ଥା କରିଛି । ଏ ନେଇ ବିଏମସିକୁ ଏହି ପୁରସ୍କାର ମିଳିଛି ।

ଏହା ବି ପଢନ୍ତୁ... ସଇଁତଳାରେ ନିର୍ମାଣଧିନ ସୋଲାର ପ୍ଲାଣ୍ଟକୁ ସ୍ଥଗିତ ରଖିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ସେହିଭଳି ବ୍ରହ୍ମପୁର ମହାନଗର ନିଗମକୁବି ପୁରସ୍କାର ମିଳିଛି । ଗଞ୍ଜାମ ଟିମଙ୍କୁ ସ୍ବଚ୍ଛ ସର୍ବେକ୍ଷଣ ୨୦୨୨ର ସବୁଠାରୁ ସମ୍ମାନଜନକ ପୁରସ୍କାର ମିଳିଛି । ଇନୋଭେସନ ଏବଂ ବେଷ୍ଟ ପ୍ରାକ୍ଟିସ୍‌ ପାଇଁ ପୁରସ୍କାର ମିଳିଛି । ଏହାସହ ଚିକିଟିକୁ ଦ୍ରୁତ ଉନ୍ନତ ସହର ଭାବେ ରାଙ୍କ ୧ରେ ରଖାଯାଇ ପୁରସ୍କାର ଦିଆଯାଇଛି । ସହର ମଧ୍ୟରେ ଭୁବନେଶ୍ୱର( ବିଏମ୍‌ସି), ବ୍ରହ୍ମପୁର ମ୍ୟୁନିସିପାଲ୍‌ କର୍ପୋରେସନ୍, ପୁରୀ, ପାରାଦ୍ବୀପ, ବରଗଡ଼ ଓ ବାସୁଦେବପୁର ମ୍ୟୁନିସିପାଲିଟି ରହିଥିବା ବେଳେ ବିଜ୍ଞାପିତ ଅଞ୍ଚଳ ପରିଷଦ ତାଲିକାରେ ବେଲଗୁଣ୍ଠା, ବିଜେପୁର, ବିନିକା, ଚିକିଟି, ଜୁନାଗଡ଼ ରହିଛନ୍ତି ।

୨୮ଟି ମାନଦଣ୍ଡରେ ଏମାନଙ୍କର ରାଙ୍କିଙ୍ଗ କରାଯାଇଛି । ସ୍ବଚ୍ଛ ସର୍ବେକ୍ଷଣରେ ରାଉରକେଲା ୪୫ ରାଙ୍କରେ ରହି ରାଜ୍ୟରେ ୧ ନମ୍ବରରେ ରହିଥିବା ବେଳେ ପୁରୀ ୪୮ ରାଙ୍କ ପାଇ ଦୁଇ ନମ୍ବରରେ ରହିଛି । ସେହିପରି କଟକ ମହାନଗର ନିଗମ ଓ ପିପିଲି ଏନ୍‌ଏସି ଭାରତୀୟ ସ୍ବଚ୍ଛତା ଲିଗ୍‌ ପୁରସ୍କାର ପାଇଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୩ ପୌରସଂସ୍ଥାକୁ ଅଭିନନ୍ଦନ ଜଣାଇବା ସହ ‘ସ୍ବଚ୍ଛ ଓଡ଼ିଶା, ସୁସ୍ଥ ଓଡ଼ିଶା’ ଲକ୍ଷ୍ୟ ହାସଲ କରିବା ନେଇ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । 2016ରୁ ଏହି ସ୍ବଚ୍ଛ ସର୍ବେକ୍ଷଣ ହୋଇ ଆସୁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.