ETV Bharat / city

BMC ଟାର୍ଗେଟରେ ବେକେରୀ ସପ୍‌, ପ୍ଯାକେଟ ଫୁଡରେ ରହୁନି ମାନୁଫାକଚରିଂ ଓ ଏକ୍ସପାରୀ ଡେଟ

author img

By

Published : Aug 25, 2021, 7:21 AM IST

ରାଜଧାନୀରେ ଖାଦ୍ଯ ନିରାପତ୍ତା ଆଇନର ଉଲଘଂନ । BMC ପକ୍ଷରୁ ବିଭିନ୍ନ ବେକେରୀ ସପରେ ଚଢାଉ । ଅଧିକ ପଢନ୍ତୁ...

BMC ପକ୍ଷରୁ ବିଭିନ୍ନ ବେକେରୀ ସପରେ ଚଢାଉ
BMC ପକ୍ଷରୁ ବିଭିନ୍ନ ବେକେରୀ ସପରେ ଚଢାଉ

ଭୁବନେଶ୍ବର: ରାଜଧାନୀରେ ଖାଦ୍ଯ ନିରାପତ୍ତା ଆଇନର ଉଲ୍ଲଘଂନ । ପ୍ଯାକେଟ ଫୁଡରେ ରହୁନି ମାନୁଫାକଚରିଂ ଓ ଏକ୍ସପାରୀ ଡେଟ। ଏନେଇ ସୋମବାର ଅନ୍ତର୍ଜାତୀୟ ମାନବାଧିକାର କମିଶନ ବିଏମସି ପାଖରେ ଅଭିଯୋଗ ହୋଇଥିଲା । ପରେ ଭୁବନେଶ୍ବର ବିଭିନ ସ୍ଥାନର ବେକେରୀ ସପରେ ଚଢାଉ କରିଛି ଵିଏମସି । ମଙ୍ଗଳବାର ଖାରବେଳ ନଗରରେ ଥିବା ତାରା ବେକେରୀ ସପ୍‌ ଉପରେ ବିଏମିସି ପକ୍ଷରୁ ଚଢାଉ କରାଯାଇଛି । ବେକେରୀ ସାମଗ୍ରୀର ମାନୁଫାକଚରିଂ ଡେଟ ନଥିବା ଜଣାପଡିଥିଲା। ଏହାକୁ ନେଇ ଖାଦ୍ୟ ସୁରକ୍ଷା ଆଇନର ଉଲଂଘନ ଅଭିଯୋଗରେ ଚଢାଉ କରିଛି ବିଏମସି।

ଖାଦ୍ୟ ସାମଗ୍ରୀରେ ପ୍ରସ୍ତୁତି ଓ ନଷ୍ଟ ହେବା ତାରିଖ ରହୁନଥିବା ସୋମବାର ଅଭିଯୋଗ ପରେ ମଙ୍ଗଳବାର ଏଭଳି ଆକ୍ସନ ନେଇଛି ବିଏମସି । ଖାଲି ବେକେରୀ ନୁହେଁ ମିଠା ଉପରେ ବି ରହୁନି ମାନୁଫାକଚରିଂ ଡେଟ। ଏହାକୁ ନେଇ ବିଏମସିର ଫୁଡ ସେଫଟି ଅଧିକାରୀଙ୍କ ପକ୍ଷରୁ ଚଢ଼ାଉ କରାଯାଇଛି । ଖାଲି ସେତିକି ନୁହେଁ ଚଢ଼ାଉ ସହ ସମସ୍ତ ସାମଗ୍ରୀକୁ ଯାଞ୍ଚ କରିଛନ୍ତି ଅଧିକାରୀ । ଚଢାଉ ବେଳେ ଅଭିଯୋଗର ସତ୍ୟତା ଥିବା ଜଣାପଡିଛି। ୩ ହଜାର ଟଙ୍କା ଜୋରିମାନା ଆଦାୟ ସହ ତାଗିଦ କରିଥିଲା ଟିମ। ଏହାସହ ପରବର୍ତ୍ତୀ ସମୟରେ କିଭଳି ଖାଦ୍ୟର ମାନ ଠିକ ରହିବ ଓ ପୁନଃ ଖାଦ୍ୟ ସୁରକ୍ଷାର ନିୟମ ଉଲଘଂନ ନହେବା ସେଥିପ୍ରତି ଧ୍ଯାନ ଦେବା ପାଇଁ ଅଧିକାରୀ ଚେତାବନୀ ଦେଇଥିଲେ । ଆଗକୁ ଯଦି ଏଭଳି ହୁଏ ତେବେ, ଦୋକାନ ସିଲ କରିବାକୁ ବା ଲାଇସେନ୍ସ ରଦ୍ଦ କରିବାକୁ ବାଧ୍ୟ ହେବ ବୋଲି ସିଧା କହିଥିଲେ ଅଧିକାରୀ। କାରଣ ପୂର୍ବରୁ ଏଭଳି ଅଭଯୋଗ ସତ୍ତ୍ବେ ବି ଦୋକାନୀ ସୁଧୁରିନଥିଲେ । ତେଣୁ ଚେତାବନୀ ସତ୍ୱେ ଯଦି ଦୋକାନୀ ସତର୍କ ନ ହୁଅନ୍ତି ତେବେ ଆଗକୁ ଚଢ଼ାଉ ଜୋରଦାର ହେବ ବୋଲି କହିଛନ୍ତି ବିଏମସିର fssai ଅଧିକୃତ ଖାଦ୍ଯ ନିରାପତ୍ତା ପଦାଧିକାରୀ ସତ୍ୟଜିତ ପଟେଲ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.