ଭୁବନେଶ୍ବର: ବିଏମସିର ଘନଘନ ଚଢ଼ାଉ । ଆଇନ ଖିଲାପକାରୀ ବ୍ୟବସାୟୀଙ୍କ ଦୋକାନ ସିଲ କରିବା ସହିତ ଆଦାୟ କରୁଛି ଫାଇନ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଗାଇଡ଼ ଲାଇନ ଜାରି କରାଯାଇଛି। ଗାଇଡ ଲାଇନ ନିୟମ ଅନୁସାରେ, ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ କୁହାଯାଇଛି । ତେବେ ସେହି ନିର୍ଦ୍ଦେଶନାମାର ତଦାରଖ ପାଇଁ ବିଏମସିର ସାଉଥ ଇଷ୍ଟ ଜୋନ ପକ୍ଷରୁ ଏକ ଏନ୍ଫୋର୍ସମେଣ୍ଟ ଟିମ ଜନପଥ ଅଞ୍ଚଳରେ ଯାଞ୍ଚ କାରିଥିଲେ ।
ଏହି ଅଞ୍ଚଳରେ ଅନେକ ବ୍ୟବସାୟୀ ପ୍ରଥମ କରି ଦୋକାନ ଖୋଲୁ ଥିବାରୁ ସେମାନଙ୍କୁ ଏହା ବିଷୟରେ ଭଲଭାବେ ବୁଝାଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ଅନେକ ବ୍ୟବସାୟୀଙ୍କୁ ପର୍ବରୁ ସରକାରଙ୍କ ନିର୍ଦେଶ ପାଳନ କରି ନଥିବା ଦେଖିବାକୁ ମିଳିଥିଲା । ଫଳରେ ପ୍ରଶାସନ ତାଙ୍କ ଦୋକାନରେ ନୋଟିସ ମାରିବା ସହ ସିଲ କରିଛି । ସେହିପରି ରିଲାୟନ୍ସ ଜୁଏଲରୀକୁ 30 ହଜାର ଟଙ୍କାର ଫାଇନ କରାଯାଇଛି।
ତେବେ ଏପରି ଅବସ୍ଥାରେ ସରକାର କୋରୋନାର ମୁକାବିଲା ସହ ଆର୍ଥିକ କାରବାରକୁ ଗତିଶୀଳ କରିବାକୁ ଚାହୁଁଥିବା କହିଛନ୍ତି ବିଏମସିର ଅତିରିକ୍ତ କମିଶନର । ଏଥିପାଇଁ ସରକାରଙ୍କୁ ସହଯୋଗ କରିବା ସହ ନିୟମ ପାଳନ କରିବାକୁ ସେ ଅପିଲ କରିଛନ୍ତି । ସହିଦ ନଗର ଅଞ୍ଚଳରେ ଦୋକାନ ଖୋଲିଥିବା ଜଣେ ଦୋକାନୀ ଅଧିକରୀଙ୍କ ନିର୍ଦେଶ ମାନିବା ସହ ନିଜ ଦୋକାନ ବନ୍ଦ କରିଥିବା କହିଛନ୍ତି ।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ