ETV Bharat / city

ଆକ୍ସନ ମୋଡରେ BMC, 42ଟି ସ୍ଥାନରେ ମାରିଲା ରେଡ୍‌ - ଦୋକାନ ସିଲ

କୋରୋନା ନିୟମ ଭାଙ୍ଗୁଥିବା ସମସ୍ତ ଦୋକାନରେ ଜୋରଦାର ଚଢାଉ କରିଛି ଭୁବନେଶ୍ବର ମହାନଗର ନିଗମ । ଗୋଟିଏ ଦିନରେ 42ଟି ସ୍ଥାନରେ ଚଢାଉ କରିଛି ବିଏମସି । ଅଧିକ ପଢନ୍ତୁ...

ଦିନକରେ 42ଦୋକାନ ସିଲ
ଦିନକରେ 42ଦୋକାନ ସିଲ
author img

By

Published : Jun 28, 2021, 1:47 PM IST

ଭୁବନେଶ୍ବର: କୋଭିଡ ନିୟମ ଭାଙ୍ଗୁଥିବା ବ୍ୟବସାୟୀଙ୍କୁ ବିଏମସି ଛାଟ । ନିୟମ ଭାଙ୍ଗୁଥିବା ସମସ୍ତ ଦୋକାନରେ ଜୋରଦାର ଚଢାଉ କରିଛି ଭୁବନେଶ୍ବର ମହାନଗର ନିଗମ । ଗୋଟିଏ ଦିନରେ 42ଟି ସ୍ଥାନରେ ଚଢାଉ କରିଛି ବିଏମସି । ଆଜି 2ଟି ଦୋକାନ ସିଲ୍‌ କରାଯାଇଛି ।

ରାଜଧାନୀରେ ବିଏମସିର ଜୋରଦାର ଚଢାଉ

ବାପୁଜୀ ନଗରରେ ଏକ ଦୋକାନକୁ ସିଲ କରି 10,000ଟଙ୍କା ଫାଇନ ଆଦାୟ କରାଯାଇଛି । ଏହା ସହିତ ରୂପାଲି ଛକ, ଯାତ୍ରୀ ନିବାସ ଛକ ସହିତ ଓମମ୍ଫେଡ ବୁଥ ଗୁଡିକରେ ବିଏମସି ପକ୍ଷରୁ ଚଢାଉ କରାଯାଇଛି । ଆଗରୁ ବଡ ବଡ ଦୋକାନକୁ ଟାର୍ଗେଟ କରାଯାଉଥିବାବେଳେ ଆଜି ଛୋଟ ଛୋଟ ଦୋକାନ ଯେପରି ଚା’ ଦୋକାନ ପାନ ଦୋକାନକୁ ବନ୍ଦ କରାଯାଇଛି ।

ଓମମ୍ପେଡ ପାର୍ଲର ଗୁଡିକରୁ 5 ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇଛି । ଏହା ପୂର୍ବରୁ ଜୁଲାଇ 1ରେ ବାପୁଜୀ ନଗର ମାର୍କେଟକୁ ସିଲ କରିଥିଲା ବିଏମସି । ମାର୍କେଟ ବନ୍ଦ ଥିବା ସତ୍ତ୍ବେ ଦୁଇଟି ଇଲେକ୍ଟ୍ରି ସାମଗ୍ରୀ ଦୋକାନ ଖୋଲାଥିବାରୁ ଚଢାଉ କରିଛି ବିଏମସି । ରାଜ୍ୟରେ ଅନେକ ସ୍ଥାନରେ ସଂକ୍ରମଣ କମିଥିବାବେଳେ ଭୁବନେଶ୍ବରରେ ସ୍ଥିର ରହିଛି । ଏହାକୁ ଦୃଷ୍ଟିରେ ରଖି ଏହି ଏନଫୋର୍ସମେଣ୍ଟକୁ ଜୋରଦାର କରାଯିବ ବୋଲି କହିଛନ୍ତି ବିଏମସି ସହକାରୀ ଆୟୁକ୍ତ ଲିଲନ୍ ପ୍ରସାଦ ସାହୁ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.