ETV Bharat / city

କୋରୋନା ମୁକାବିଲା ପାଇଁ ବିଏମସିର ତୟାରୀ - ଭୁବନେଶ୍ବର ରାଜ୍ୟ ,ଗୃହ ଓ ନଗର ଉନ୍ନୟନ ବିଭାଗ

କୋରୋନା ମୁକାବିଲା ପାଇଁ ପ୍ରତିଷେଧାତ୍ମକ ପଦକ୍ଷେପ ନେବାକୁ ବିଏମସିର ପ୍ରସ୍ତୁତି |ଏନେଇ ବିଏମସି ସହିତ କାର୍ଯ୍ୟରତ ସମସ୍ତ ଏଜେନ୍ସି ମାନଙ୍କୁ ଆବଶ୍ୟକୀୟ କରୋନା ପଦକ୍ଷେପ ଗ୍ରହଣ କରିବା ପାଇଁ ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଅଧିକ ପଢନ୍ତୁ...

bmc-preparation-to-take-preventive-step-for-faceing-of-covid19
କୋରୋନା ମୁକାବିଲା ପାଇଁ ବିଏମସିର ତୟାରୀ
author img

By

Published : Mar 7, 2020, 11:43 PM IST

Updated : Mar 8, 2020, 12:03 AM IST

ଭୁବନେଶ୍ବର: କୋରୋନା ମୁକାବିଲା ନେଇ ବିଏମସିର ପ୍ରସ୍ତୁତ । ରାଜ୍ୟ, ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ସମସ୍ତ ପୌର ପରିଷଦରେ କୋରୋନା ପ୍ରସ୍ତୁତି ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହାପରେ ଭୁବନେଶ୍ବର ସହରରେ କୋରୋନା ପ୍ରସ୍ତୁତି ନେଇ ବିଏମସି ଗୁରୁତ୍ବ ଦେଇଛି । ଭୁବନେଶ୍ବର ସହରରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଉଛି ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

କୋରୋନା ମୁକାବିଲା ପାଇଁ ବିଏମସିର ତୟାରୀ

କୋରୋନା ମୁକାବିଲା ପାଇଁ ବିଏମସି ବିଭିନ୍ନ ୱାର୍ଡରେ ଜନସାଧାରଣଙ୍କୁ ସାମାଜିକ ଗଣମାଧ୍ୟମ, ଟ୍ବିଟର, ଫେସବୁକ, ହୋର୍ଡିଙ୍ଗ ଜରିଆରେ ସଚେତନତା ବାର୍ତ୍ତା ଦିଆଯିବ । ବିଏମସି କର୍ମଚାରୀମାନଙ୍କ ପାଇଁ ଗ୍ଲୋବସ ଓ ମାସ୍କ ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଅର୍ଡର ଦିଆଯାଇଛି । ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ମଧ୍ୟ ଲୋକଙ୍କୁ ଥଣ୍ଡା ଜନିତ ଅସୁସ୍ଥତାରେ ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସଚେତନ କରାଯିବ । ଭୁବନେଶ୍ବରରେ ପରିମଳ ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଉଛି।

ଅର୍ବାନ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଜରୁରୀକାଳୀନ ବ୍ୟବସ୍ଥା କରାଯିବ । ବିଏମସି ସହିତ କାର୍ଯ୍ୟରତ ସମସ୍ତ ଏଜେନ୍ସିମାନଙ୍କୁ ମଧ୍ୟ ଆବଶ୍ୟକୀୟ କରୋନା ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଭୁବନେଶ୍ବର ମହାନଗର ନିଗମର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Mar 8, 2020, 12:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.