ETV Bharat / city

ଟିକସ ଖିଲାପକାରୀଙ୍କ ପାଇଁ ସତର୍କ ଘଣ୍ଟି, ଘରେ ପହଞ୍ଚିବେ କିନ୍ନର - bbsr news

ସ୍ମାର୍ଟସିଟିରେ ବାକି ପଡିଥିବା ହୋଲଡିଂ ଟିକସ ଆଦାୟ କଲେ ଟ୍ରାନ୍ସଜେଣ୍ଡର । ଶୁକ୍ରବାର ଆନୁଷ୍ଠାନିକ ଭାବେ ଟ୍ରାନ୍ସଜେଣ୍ଡର ସ୍କ୍ୱାର୍ଡ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବିଏମସି କମିଶନର । ଅଧିକ ଖବର ପଢନ୍ତୁ...

_Holding Tax
ଟିକସ ଖିଲାପକାରୀଙ୍କ ପାଇଁ ସତର୍କ ଘଣ୍ଟି,ଘରେ ପହଞ୍ଚିବେ କିନ୍ନର
author img

By

Published : Feb 7, 2020, 6:40 PM IST

ଭୁବନେଶ୍ବର: ରାଜସ୍ବ ବୃଦ୍ଧି ନେଇ ବିଏମସିର ଅଭିନବ ପ୍ରୟାସ । ସ୍ମାର୍ଟସିଟିରେ ବାକି ପଡିଥିବା ହୋଲଡିଂ ଟିକସ ଆଦାୟ କଲେ ଟ୍ରାନ୍ସଜେଣ୍ଡର । ଶୁକ୍ରବାର ଆନୁଷ୍ଠାନିକ ଭାବେ ଟ୍ରାନ୍ସଜେଣ୍ଡର ସ୍କ୍ୱାର୍ଡ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବିଏମସି କମିଶନର । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା, ରାଜସ୍ବ ବୃଦ୍ଧି ଲକ୍ଷ୍ୟ ନେଇ ଅଣ୍ଟା ଭିଡ଼ିଛି ବିଏମସି ।

ଭୁବନେଶ୍ବରରେ ବଡ ଧରଣର ଖିଲାପକାରୀଙ୍କ ଠାରୁ ବକେୟା ଥିବା ପ୍ରାୟ ୧୧ କୋଟି ଟଙ୍କାର ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ଟିଜି ସ୍ବୀକୃତି ନାମକ ଟ୍ରାନ୍ସଜେଣ୍ଡର ସ୍ବୟଂ ସହାୟକ ଗୋଷ୍ଠୀ । ପ୍ରାୟ ୨୦ ଜଣ ଟ୍ରାନ୍ସଜେଣ୍ଡର ଭୁବନେଶ୍ବର ସହୀଦ ନଗରରେ ବଡ ବଡ ଟ୍ୟାକ୍ସ ଖିଲାପକାରୀଙ୍କ ଘରକୁ ଯାଇ ବକେୟା ଥିବା ଟିକସ ଆଦାୟ କରିଛନ୍ତି ।

ଟିକସ ଖିଲାପକାରୀଙ୍କ ପାଇଁ ସତର୍କ ଘଣ୍ଟି,ଘରେ ପହଞ୍ଚିବେ କିନ୍ନର

ଭୁବନେଶ୍ବରରେ ଟ୍ୟାକ୍ସ ଫାଙ୍କୁଥିବା ଜନସାଧାରଣଙ୍କ ଘରକୁ ଟ୍ରାନ୍ସଜେଣ୍ଡର ଗୋଷ୍ଠିର ସଦସ୍ୟାମାନେ ଯାଇ ଆଦାୟ କରିଛନ୍ତି ହୋଲଡିଂ ଏବଂ ଟ୍ରେଡ଼ ଲାଇସେନ୍ସ ଟିକସ । ଏନେଇ ବିଏମସି ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର, ଗାଡି ପ୍ରଦାନ କରାଯାଇଛି ।

ଶୁକ୍ରବାର ଶହୀଦ ନଗର ପ୍ଲଟ ନଂ 475ରୁ 41000, ପ୍ଲଟ ନଂ 535ରୁ 25000 ହୋଲଡିଂ ଟାକ୍ସ ଆଦାୟ ହୋଇଛି। ତେବେ ପ୍ରଥମ ଦିନରେ ଶହୀଦ ନଗରରୁ ପ୍ରାୟ ୬୬ ହଜାର ଟଙ୍କା ବାକି ପଡିଥିବା ପୁରୁଣା ହୋଲଡିଂ ଟିକସ ଆଦାୟ କରିଛି ଟିଜି ସ୍ବୀକୃତି ।

ସମାଜର ମୁଖ୍ୟ ସ୍ରୋତରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସାମିଲ କରି ଏହି କାର୍ଯ୍ୟରେ ନିୟୋଜିତ କରାଯିବା ମୁଖ୍ୟ ଲକ୍ଷ୍ୟ। ତେବେ ପ୍ରଥମ ଦିନରେ ଶହୀଦ ନଗରରେ ଟିକସ ଆଦାୟ ହୋଇଛି ବୋଲି ଟିଜି ସ୍ବୀକୃତି ଟ୍ରାନ୍ସଜେଣ୍ଡର ଗୋଷ୍ଠିର ସଦସ୍ୟା ମେଘନା କହିଛନ୍ତି ।

ପାରିଶ୍ରମିକ ଭାବେ ଆଦାୟ ଟ୍ୟାକ୍ସର ୧ ପ୍ରତିଶତ କିନ୍ନରଙ୍କୁ ଦିଆଯିବ । ବର୍ତ୍ତମାନ ପରିସ୍ଥିତିରେ ପ୍ରାୟ ୧୧ କୋଟି ଟଙ୍କାର ପୁରୁଣା ଟିକସ ବକେୟା ପଡିଛି ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି ।

ତେବେ ବିଏମସି ଗତ ମାସରେ ଟିଜି ସ୍ବୀକୃତି ନାମକ ଟ୍ରାନ୍ସଜେଣ୍ଡର ଏସଚଜି ସହ ସ୍ବାକ୍ଷରିତ ହୋଇଥିଲା । ଗତବର୍ଷ ରାଜସ୍ବ ଆଦାୟ କରିବାରେ ବିଫଳ ହୋଇଥିଲା । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ହୋଲଡିଂ ଟିକସ ଆଦାୟ କରିବା ନେଇ ଜୋରଦାର କସରତ ଆରମ୍ଭ କରିଛି । ଏସଏଚଜି ଗ୍ରୁପ,ଟ୍ରାନ୍ସଜେଣ୍ଡର ଗ୍ରୁପ ଏବଂ ୱାର୍ଡ ଅଫିସରସଙ୍କ ନିଦ ହଜାଇଛି । ବିଏମସି ସୂଚନା ଅନୁସାରେ ଚଳିତ ବର୍ଷ ସରକାରଙ୍କ ହୋଲଡିଂ ଟ୍ୟାକ୍ସ ଟାର୍ଗେଟ ରହିଛି ୬୦ କୋଟି । ଏ ପର୍ଯ୍ୟନ୍ତ ମୋଟ ୧୬ କୋଟି ଟଙ୍କା ଆଦାୟ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଏଣିକି ଭୁବନେଶ୍ୱର ରେ ହୋଲଡିଂ ଟ୍ୟାକ୍ସ ସଂଗ୍ରହ କରିବେ କିନ୍ନର।

Body:ଭୁବନେଶ୍ୱରରେ ଖିଲାପକାରୀ ଟିକସ ଦାତାଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି, ଘରେ ପହଞ୍ଚିଲେ କିନ୍ନର ,ଆଦାୟ କରିଲେ ଟିକସ।

ରାଜସ୍ବ ବୃଦ୍ଧି ନେଇ ବିଏମସିର ଅଭିନବ ପ୍ରୟାସ।

ସ୍ମାର୍ଟସିଟିରେ ବାକି ପଡିଥିବା ହୋଲଡିଂ ଟିକସ ଆଦାୟ କରିଲେ ଟ୍ରାନ୍ସଜେଣ୍ଡର, ଏନେଇ ଶୁକ୍ରବାର ବିଏମସିରେ ଆନୁଷ୍ଠାନିକ ଭାବେ ଟ୍ରାନ୍ସଜେଣ୍ଡର ସ୍କ୍ୱାର୍ଡ ଗାଡିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ବିଏମସି କମିଶନର।ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା, ରାଜସ୍ବ ବୃଦ୍ଧି ଲକ୍ଷ ନେଇ ଅଣ୍ଟା ଭିଡ଼ିଛି ବିଏମସି।ଭୁବନେଶ୍ୱରରେ ବଡ ଧରଣର ଖିଲାପକାରୀଙ୍କ ଠାରୁ ବକେୟା ଥିବା ପ୍ରାୟ ୧୧ କୋଟି ଟଙ୍କାର ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ ଟିଜି ସ୍ୱୀକୃତି ନାମକ ଟ୍ରାନ୍ସଜେଣ୍ଡର ସ୍ୱୟଂ ସହାୟକ ଗୋଷ୍ଠୀ। ପ୍ରାୟ ୨୦ ଜଣ ଟ୍ରାନ୍ସଜେଣ୍ଡର ଭୁବନେଶ୍ୱର ସହୀଦ ନଗରରେ ବଡ ବଡ ଟ୍ୟାକ୍ସ ଖିଲାପକାରୀଙ୍କ ଘରକୁ ଯାଇ ବକେୟା ଥିବା ଟିକସ ଆଦାୟ କରିଛନ୍ତି।

ଭୁବନେଶ୍ୱର ରେ ଟ୍ୟାକ୍ସ ଫାଙ୍କୁଥିବା ଜନସାଧାରଣଙ୍କ ଘରକୁ ଟ୍ରାନ୍ସଜେଣ୍ଡର ଗୋଷ୍ଠିର ସଦସ୍ୟା ମାନେ ଯାଇ ଆଦାୟ କରିଲେ ହୋଲଡିଂ ଏବଂ ଟ୍ରେଡ଼ ଲାଇସେନ୍ସ ଟିକସ।ଏନେଇ ବିଏମସି ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର,ଗାଡି ପ୍ରଦାନ କରାଯାଇଛି।ପ୍ରଥମ ଦିନରେ ସହୀଦ ନଗରରୁ ପ୍ରାୟ ୬୬,ହଜାର ଟଙ୍କା ବାକି ପଡିଥିବା ପୁରୁଣା ହୋଲଡିଂ ଟିକସ ଆଦାୟ କରିଛି ଟିଜି ସ୍ୱୀକୃତି।

ବିଏମସିର ରାଜସ୍ବ ବୃଦ୍ଧି ନେଇ ଟିଜି ସ୍ୱୀକୃତି ନାମକ ଟ୍ରାନ୍ସଜେଣ୍ଡର ଏସ ଏଚଜି ର ଟ୍ରାନ୍ସଜେଣ୍ଡର ମାନେ ଭୁବନେଶ୍ୱର ରେ ବକେୟା ପଡିଥିବା ହୋଲଡିଂ ଟ୍ୟାକ୍ସ ଆଦାୟ କରିବେ।ସମାଜର ମୁଖ୍ୟ ସ୍ରୋତରେ ଟ୍ରାନ୍ସଜେଣ୍ଡର ମାନଙ୍କୁ ସାମିଲ କରି ଏହି କାର୍ଯ୍ୟରେ ନିୟୋଜିତ କରିଛୁ ,ପ୍ରଥମଦିନରେ ଶହୀଦ ନଗର ରେ ଆଦାୟ ହେବ ଟିକସ ବୋଲି ଟିଜି ସ୍ୱୀକୃତି ଟ୍ରାନ୍ସଜେଣ୍ଡର ଗୋଷ୍ଠିର ସଦସ୍ୟା ମେଘନା କହିଛନ୍ତି।

ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବଡ ବଡ ହୋଲଡିଂ ଟିକସ ଖିଲାପି କାରୀଙ୍କ ପାଖକୁ ଯାଇ ଟିକସ ଆଦାୟ କରିବେ ଟ୍ରାନ୍ସଜେଣ୍ଡର।ପ୍ରଥମ ପର୍ଯ୍ୟାୟରେ ସହୀଦ ନଗରରୁ ଏମାନେ ଆଜିଠାରୁ ଟିକସ ଆଦାୟ କରିବେ, ବିଏମସି ପକ୍ଷରୁ ସମସ୍ତ ସହାୟତା ସେମାନଙ୍କୁ ଯୋଗାଇ ଦିଆଯିବ।ପାରିଶ୍ରମିକ ଭାବେ ଆଦାୟ ଟ୍ୟାକ୍ସର ୧ ପ୍ରତିଶତ ସେମାନଙ୍କୁ ଦିଆଯିବ ,ପ୍ରାୟ ୧୧ କୋଟି ଟଙ୍କାର ପୁରୁଣା ଟିକସ ବକେୟା ପଡିଛି ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚଉଧାରୀ କହିଛନ୍ତି।

ତେବେ ବିଏମସି ଗତ ମାସରେ ଟିଜି ସ୍ୱୀକୃତି ନାମକ ଟ୍ରାନ୍ସଜେଣ୍ଡର ଏସେଚଜି ସହ ସ୍ୱାକ୍ଷରିତ ହୋଇଥିଲା।ଗତବର୍ଷ ରାଜସ୍ବ ଆଦାୟ କରିବାରେ ବିଫଳ ହୋଇଥିଲା।ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ହୋଲଡିଂ ଟିକସ ଆଦାୟ କରିବା ନେଇ ଜୋରଦାର କସରତ ଆରମ୍ଭ କରିଛି।ଏସଏଚଜି ଗ୍ରୁପ,ଟ୍ରାନ୍ସଜେଣ୍ଡର ଗ୍ରୁପ ଏବଂ ୱାର୍ଡ ଅଫିସରସଙ୍କ ନିଦ ହଜାଇଛି।ବିଏମସି ସୂଚନା ଅନୁସାରେ ଚଳିତ ବର୍ଷ ସରକାରଙ୍କ ହୋଲଡିଂ ଟ୍ୟାକ୍ସ ଟାର୍ଗେଟ ରହିଛି ୬୦ କୋଟି ,ଏ ପର୍ଯ୍ୟନ୍ତ ମୋତେ ୧୬ କୋଟି ଟଙ୍କା ଆଦାୟ ହୋଇଛି।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.