ETV Bharat / city

BMC Mayor Race: ମହିଳା ମେୟର ଭଲ କାର୍ଯ୍ୟ କରିବେ କହିଲେ ପୂର୍ବତନ ମେୟର - ଭୁବନେଶ୍ବର ଖବର

ଚଳିତ ମ୍ଯୁନିସିପାଲିଟି ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରକୁ ମିଳିବାକୁ ଯାଉଛି ପ୍ରଥମ ମହିଳା ମେୟର। ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେଡି । ମହିଳା କମାଣ୍ଡଙ୍କ ହାତକୁ ଯିବ ସ୍ମାର୍ଟସିଟି ଭୁବନେଶ୍ୱର । ମହିଳା ମେୟର ଭଲ କାର୍ଯ୍ୟ କରିବେ ବୋଲି କହିଛି ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା । ଅଧିକ ପଢନ୍ତୁ

ମହିଳା ମେୟର ଭଲ କାର୍ଯ୍ୟ କରିବେ କହିଲେ ଅନନ୍ତ ନାରାୟଣ ଜେନା

author img

By

Published : Jan 17, 2022, 8:43 PM IST

ଭୁବନେଶ୍ବର: ପ୍ରକାଶ ପାଇ ସାରିଛି ଭୁବନେଶ୍ବର ମହାନଗର ନିଗମ (Bhubaneswar Municipal Corporation Election) (BMC)ର ମେୟର ପଦବୀ ପାଇଁ ଚିଠା ସଂରକ୍ଷଣ ତାଲିକା । ଚଳିତ ମ୍ଯୁନିସିପାଲିଟି ନିର୍ବାଚନରେ ରାଜଧାନୀ ଭୁବନେଶ୍ୱରକୁ ମିଳିବାକୁ ଯାଉଛି ପ୍ରଥମ ମହିଳା ମେୟର। ଏ ନେଇ ଗୃହନଗର ଉନ୍ନୟନ ବିଭାଗ ପକ୍ଷରୁ ନୋଟିସ ଜାରି ହୋଇଥିଲା l ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେଡି । ମହିଳା କମାଣ୍ଡଙ୍କ ହାତକୁ ଯିବ ସ୍ମାର୍ଟସିଟି ଭୁବନେଶ୍ୱର । ମହିଳା ମେୟର ଭଲ କାର୍ଯ୍ୟ କରିବେ ବୋଲି କହିଛି ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ।

ମହିଳା ମେୟର ଭଲ କାର୍ଯ୍ୟ କରିବେ କହିଲେ ଅନନ୍ତ ନାରାୟଣ ଜେନା

ସେ ଆହୁରି କହିଛନ୍ତି ମହିଳା ଅଗ୍ରାଧିକାର କ୍ଷେତ୍ରରେ ଓଡିଶା ପ୍ରଥମ । ଧାରାକୁ ନେଇ ରାଜ୍ୟରେ ୫୦ ପ୍ରତିଶତ ମହିଳାଙ୍କୁ ଅଗ୍ରାଧିକାର ମିଳିଛି । ମହିଳା ଦକ୍ଷତାରେ ଅନେକ ଆଗରେ ଅଛନ୍ତି । ନିର୍ବାଚନର ରୋଟେସନ ପ୍ରକ୍ରିୟାରେ ଭୁବନେଶ୍ବରରେ ମହିଳା ମେୟର ପାଇଁ ସ୍ଥାନ ସଂରକ୍ଷଣ ହୋଇଥିବା ବେଳେ ଏହା ଏକ ସୋପାନ ସେମାନଙ୍କୁ ଆଗକୁ ଯିବାକୁ । ଏହାସହ ମିଶନ ଶକ୍ତି ମାଧ୍ୟମରେ ମଧ୍ୟ ସେମାନେ ଅନେକ ପାରଦର୍ଶିତା ଦେଖାଇଛନ୍ତି । ତେଣୁ ସେମାନେ ଆଗକୁ ଭଲ କାର୍ଯ୍ୟ କରିବେ ବୋଲି କହିଛନ୍ତି ପୂର୍ବତନ ମେୟର ଅନନ୍ତ ନାରାୟଣ । ମୁଖ୍ୟମନ୍ତ୍ରୀମାନଙ୍କ ସମେତ ମନ୍ତ୍ରୀ ବିଧାୟକ ଓ କର୍ମୀମାନେ ସମସ୍ତେ ଆମେ ସେମାନଙ୍କ ସହ ଅଛୁ । ନିର୍ବାଚନରେ ଦଳ ଭଲ କରିବ ଆଉ ଶକ୍ତି ପ୍ରଦର୍ଶନରେ ଆମେ ଆଗରେ ରହିବୁ ବୋଲି କହିଛନ୍ତି ବିଧାୟକ ଅନନ୍ତ ନାରାୟଣ ଜେନା ।

ବିଏମସି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶିତ ହେବାପରେ ମହାନଗରଗୁଡିକର ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆପତ୍ତି ଥିଲେ ୧୫ଦିନ ମଧ୍ୟରେ ଜଣାଇବାକୁ ନୋଟିସରେ କୁହାଯାଇଛି। ନିର୍ବାଚନକୁ ନେଇ ଫୁଲ ପ୍ରସ୍ତୁତ ହୋଇଛି । ବିଜେଡଡିରୁ ମେୟର ପଦର ପ୍ରଥମ ପସନ୍ଦ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଚର୍ଚ୍ଚା ଭିତରେ କିଛି ନାଁ କୁ ନେଇ ସାଧାରଣରେ ଜୋରଦାର ଆଲୋଚନା ହୋଇଛି । ଶ୍ରିମୟୀ ମିଶ୍ର ଓଟିଡିସି ଚେୟାରମ୍ୟାନ, ଲୋପାମୁଦ୍ରା ବକ୍ସି ପାତ୍ର ମିଶନ ଶକ୍ତି ପରାମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦକ, ମୀରା ପରିଡା ସାମାଜିକ କର୍ମୀ ତଥା ବିଜେଡି ନେତ୍ରୀ, ବର୍ଷା ପ୍ରିୟଦର୍ଶିନୀ ଓଲିଉଡ଼ ତାରକା, ଈତି ସାମନ୍ତଙ୍କ ନାମ ନେଇ ଜୋରସୋର ଆଲୋଚନା ଚାଲିଛି ।

ସଂରକ୍ଷଣ ନେଇ ନୋଟିସ ବହୁ ପୂର୍ବରୁ ଶ୍ରିମୟୀ ମିଶ୍ରଙ୍କ ନାଁ ଖୁବ ଜୋରରେ ଚର୍ଚ୍ଚା ହୋଇଥିଲା । ବିଜେଡି ଭୁବନେଶ୍ୱର ମେୟର କିମ୍ବା ଭୁବନେଶ୍ୱର ସାଂସଦ ଭାବରେ ବିଜେଡି ଦଳ ଶ୍ରୀମୟୀଙ୍କୁ ଟିକେଟ୍ ଦେଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଭୁବନେଶ୍ୱରରେ ଅପରାଜିତାଙ୍କୁ ଟକ୍କର ଦେବା ପାଇଁ ଜଣେ ଟାଣୁଆ ମହିଳା ଚେହେରାକୁ ସାମ୍ନାକୁ ଆଣିବାକୁ ସବୁବେଳେ ଉଦ୍ୟମ କରିଆସୁଛି ଦଳ l ସେହିପରି ପ୍ରଶାସନିକ ସାମର୍ଥ୍ୟ ଥିବା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ସାମ୍ବିଧାନିକ ପଦରୁ ହଟିଯିବା ପରେ ବିଜେଡି ସଂଗଠନ ଦାୟିତ୍ୱ ଦେଇ ହୁଏତ ଇସାରା ଦେଇ ସାରିଛି ଯେ ଲୋପାମୁଦ୍ରାଙ୍କୁ ନେଇ ଦଳରେ କିଛି ବଡ ଯୋଜନା ରଖିଛି l ପୂର୍ବରୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷ ଥିଲେ ଲୋପାମୁଦ୍ରା ବକ୍ସି ପାତ୍ର ଏବେ ମିଶନ ଶକ୍ତି ପରାମର୍ଶଦାତା ରହିବା ସହ ବିଜେଡି ସାଧାରଣ ସମ୍ପାଦକ ମଧ୍ୟ ଅଛନ୍ତି l

ସେହିପରି ସମାଜ ସେବାରୁ ରାଜନୀତି ଆଡକୁ ଢଳିଥିବା କିନ୍ନର ମୀରା ପରିଡାଙ୍କୁ ବିଜେଡି ଏକ ପଦପଦବୀ ଦେବା ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି l କିନ୍ନରମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବା ପାଇଁ ମୀରା ଅନେକ ସମୟରେ ମଙ୍ଗ ଧରିଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏବଂ ପ୍ରତାପ ଜେନାକୁ ବିରୋଧୀ ଭିନ୍ନ ଭିନ୍ନ ପ୍ରସଙ୍ଗରେ ଆକ୍ରମଣ କରୁଥିଲେ ସେତେବେଳେ ମୀରା ପରିଡା ବିରୋଧୀଙ୍କୁ ନିୟନ୍ତ୍ରଣରେ ଆଣିବା ପାଇଁ ଭୁବନେଶ୍ୱରରେ ପ୍ରମୁଖ ଭୂମିକା ଗ୍ରହଣ କରି ଚର୍ଚ୍ଚାରେ ରହିଥିଲେ l ଏମିତିକି ମୀରା ପରିଡାଙ୍କୁ କୋରାପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ବ ମଧ୍ୟ ଦେଇଥିଲା ବିଜେଡି ।

ସେହିପରି ତାରକାମାନଙ୍କ ମଧ୍ୟରେ ଓଲିଉଡ଼ ଅଭିନେତ୍ରୀ ବର୍ଷା ପ୍ରୀୟଦର୍ଶନୀଙ୍କ ନାଁକୁ ନେଇ ଆଲୋଚନା ହେଉଛି । କାରଣ ପାରିବାରିକ ବିବାଦ ମାମଲାରେ ବିଜେଡି ସାଂସଦ ଅନୁଭବ ମହାନ୍ତି ଘେରି ହୋଇଯିବା ପରେ ଅନୁଭବଙ୍କ ଠାରୁ ପିଛା ଛଡ଼ାଇବାକୁ ବିଜେଡି ଚାଁହୁଥିବା ଶୁଣିବାରୁ ମିିଳିଛି । ଅନୁଭବଙ୍କ ସ୍ଥାନରେ ବର୍ଷାଙ୍କୁ ଦଳ ପ୍ରାଧାନ୍ୟ ଦେଇପାରେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.