ETV Bharat / city

ଏଥର କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ 'ମହାଶିବରାତ୍ରି' - ଭୁବନେଶ୍ବର ଖବର

ବିଡିଏ କାର୍ଯ୍ୟାଳୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ ମହାଶିବରାତ୍ରି । ଅଧିକ ପଢନ୍ତୁ...

Bmc lingaraj temple sibaratri meeting
ଏଥର କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ ମହାଶିବରାତ୍ରି
author img

By

Published : Mar 1, 2021, 5:13 PM IST

ଭୁବନେଶ୍ବର: କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ ମହାଶିବରାତ୍ରି । ଏନେଇ ବିଏମସିର ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ସମସ୍ତ ନିଯୋଗ ସହ ବିଏମସିର କର୍ତ୍ତୃପକ୍ଷ ଯୋଗଦେଇଥିଲେ ।

ଏଥର କୋଭିଡ କଟକଣା ମଧ୍ୟରେ ପାଳନ ହେବ ଲିଙ୍ଗରାଜଙ୍କ ମହାଶିବରାତ୍ରି

ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ବିଡିଏ କାର୍ଯ୍ୟାଳୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ମହାଶିବରାତ୍ରି ପାଳନ କରାଯିବ। ୬୦ ବର୍ଷରୁ ଊର୍ଦ୍ଧ୍ବ ଏବଂ ୧୨ ବର୍ଷରୁ କମ ବୟସ୍କଙ୍କୁ ମନ୍ଦିରରେ ଦର୍ଶନ ମନା। ଗର୍ଭ ଗୃହକୁ ପ୍ରବେଶ ମନା କରାଯାଇଛି। ଆଡ଼କାଠ ଠାରେ ରହି ଠାକୁର ଦର୍ଶନ କରିବେ ଶ୍ରଦ୍ଧାଳୁ। ଏଥର କୋଭିଡ କଟକଣା ଅନୁଯାୟୀ ଶିବରାତ୍ରି ପାଳନ ହେବ। ସମ୍ପୂର୍ଣ୍ଣ ବ୍ୟାରିକେଡ ଭିତରେ ନିୟମ ଅନୁଯାୟୀ ଦର୍ଶନ ହେବ। ଶ୍ରଦ୍ଧାଳୁଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରାଯିବ ବୋଲି ଲିଙ୍ଗରାଜ ସେବାୟତ ନିଯୋଗ ଏବଂ ବିଏମସି ମିଳିତ ବୈଠକ ପରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ମନ୍ଦିର ବାହାରେ କୋଭିଡ ସ୍କ୍ରିନିଂ ବ୍ୟବସ୍ଥା ରହିଛି।

ସେପଟେ ସମସ୍ତ ନିଯୋଗ ଏହି ଜାଗର ଯାତ୍ରାରେ ସହଯୋଗ କରିବେ କିନ୍ତୁ ଆମ ମନରେ କିଛି ଅସନ୍ତୋଷ ରହିଛି। ତାହା ଆମେ ଜିଲ୍ଲାପାଳଙ୍କୁ କହିଛୁ। ନୀତିକାନ୍ତି ନିୟମ ଅନୁଯାୟୀ ହେବ ବୋଲି ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି। ଏହି ବୈଠକରେ ଲିଙ୍ଗରାଜ ମନ୍ଦିର ୩ ନିଯୋଗ, ବିଏମସି କର୍ତ୍ତୃପକ୍ଷ, ଲିଙ୍ଗରାଜ ମନ୍ଦିର ନିର୍ଦେଶକ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.