ଭୁବନେଶ୍ବର: ସ୍ମାର୍ଟସିଟିରେ ବୁଲିବ ହୁଇଲ ଅଫ ଗାର୍ମେଣ୍ଟସ। ରାଜଧାନୀରେ ଆରମ୍ଭ ହେବ ଭୁଇଲ ଅଫ ଗାର୍ମେଣ୍ଟସ ଅଭିଯାନ। ଏଭଳି ବ୍ୟବସ୍ଥା ବିଏମସି ପକ୍ଷରୁ କରାଯାଇଥିବା ନେଇ ବୁଧବାର ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।
ସ୍ମାର୍ଟସିଟିରେ ହୁଇଲ ଅଫ ଗାର୍ମେଣ୍ଟସ ଆପଣଙ୍କ ପାଖରେ ପୁରୁଣା ବସ୍ତ୍ର ଅଛି କି ,ମାନବିକତା ଦୃଷ୍ଟି କୋଣ ରୁ ଆପଣ ତାକୁ ଅନ୍ୟର ଅସୁବିଧା ସମୟରେ ଦାନ କରିପାରିବେ। ଶ୍ରଦ୍ଧା ଏବଂ ଦୟା ଭାବ ଯୁକ୍ତ ଅନେକ ବ୍ୟକ୍ତି ବ୍ୟବହାର ଯୋଗ୍ୟ ପୁରୁଣା ବସ୍ତ୍ର ଆବଶ୍ୟକ କରୁଥିବା ପାଖ ପଡୋଶୀ ବା ଅନ୍ୟ ବ୍ୟକ୍ତିମାନଙ୍କୁ ଦେଇଥାନ୍ତି।ଏହି ମାନବିକତା ମୂଲ୍ୟବୋଧକୁ ଏକ ସାଙ୍ଗଠନିକ ମାର୍ଗରେ ଉଜ୍ଜୀବିତ କରିବା ପାଇଁ ସ୍ମାର୍ଟସିଟିରେ ଆରମ୍ଭ ହେବାକୁ ଯାଉଛି।ଏ ଭଳି ସୁଯୋଗ ଏବେ ରାଜଧାନୀରେ ଉପଲବ୍ଧ।ବିଭିନ୍ନ ଏନଜିଓ ମାଧ୍ୟମରେ ବିଭିନ୍ନ ସ୍ଥାନରୁ ପୁରୁଣା ବସ୍ତ୍ର ସଂଗ୍ରହ କରାଯିବ। ଏହା ପରେ ସଫା କରି ଅସହାୟ ଲୋକଙ୍କୁ ପ୍ରଦାନ କରାଯିବ ।
ଜଣେ ଆଗ୍ରହୀ ବ୍ୟକ୍ତିଙ୍କୁ ବ୍ୟବହାରଯୋଗ୍ୟ ପୁରୁଣା ପୋଷକଟିଏ ଏକ ସ୍ୱତନ୍ତ୍ର ଢଙ୍ଗରେ ଦେବା ଯଦ୍ୱାରା ନେଉଥିବା ବ୍ୟକ୍ତି ଏହାକୁ ଆନନ୍ଦର ସହକାରେ ବ୍ୟବହାର କରିପାରିବେ । ଯାହାକି ଏକ ସାଙ୍ଗଠନିକ ଚିନ୍ତାଧାରା। ତେବେ ଏହି ଅଭ୍ୟାସକୁ ନାଗରିକ ଅଭିମୁଖୀ କରାଇବାର ପ୍ରୟାସରେ ହୁଇଲ ଅଫ ଗାର୍ମେଣ୍ଟସ ଅଭିଯାନ ଆରମ୍ଭ କରିଛି ବିଏମସି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଇଟିଭି, ଭାରତ