ETV Bharat / city

BMC Issues Order: ରାସ୍ତାରେ ଅଳିଆ ପକାଇଲେ ଗଣିବେ ଫାଇନ - ଭୁବନେଶ୍ବର ମହାନଗର ନିଗମ

ଘର ହେଉ ଅବା ବ୍ୟବସାୟିକ ଅନୁଷ୍ଠାନ । ଏଣିକି ସଫା ନ ରଖିଲେ ଗଣିବେ ମୋଟା ଅଙ୍କର ତଣ୍ଡ। ସହର ସ୍ୱଚ୍ଛତାକୁ ବଜାଇ ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ସ୍ୱଛତା ନିୟମର ଅନୁପାଳନ ପାଇଁ ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରିଛନ୍ତି ବିଏମସି କମିଶନର । ଅଧିକ ପଢନ୍ତୁ

BMC Issues Order: ରାସ୍ତାରେ ଅଳିଆ ପକାଇଲେ ଗଣିବେ ଫାଇନ

author img

By

Published : Oct 12, 2022, 6:11 PM IST

ଭୁବନେଶ୍ବର: ଘର ହେଉ ଅବା ବ୍ୟବସାୟିକ ଅନୁଷ୍ଠାନ । ଏଣିକି ସଫା ନ ରଖିଲେ ଗଣିବେ ମୋଟା ଅଙ୍କର ତଣ୍ଡ। ସହର ସ୍ୱଛତାକୁ ବଜାଇ ରଖିବା ପାଇଁ ଭୁବନେଶ୍ବର ମହାନଗର ନିଗମ ଏଭଳି ନିଷ୍ପତ୍ତି ନେଇଛି । ସ୍ୱଛତା ନିୟମର ଅନୁପାଳନ ପାଇଁ ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରିଛନ୍ତି ବିଏମସି କମିଶନର । କାରଣ ସହରର ସ୍ୱଚ୍ଛତା ଓ ସୁନ୍ଦରତକୁ ନେଇ ଭୁବନେଶ୍ୱର ମହାନଗର ନିୟମ ଡୋର ଟୁ ଡୋର ଅଳିଆ ସଂଗ୍ରହ କରୁଛି।

BMC Issues Order: ରାସ୍ତାରେ ଅଳିଆ ପକାଇଲେ ଗଣିବେ ଫାଇନ

ତେଣୁ ଆମେ ସମସ୍ତେ ଏହି ସଂଗ୍ରହରେ ସହଯୋଗ କରିବାର ଆବଶ୍ୟକ ରହିଛି । ଏପରିକି ଏହାକୁ ଆହୁରିତ ତରାନିତ୍ଵ କରିବା ପାଇଁ ଦିନକୁ ଦୁଇଥର ଅଳିଆ ସଂଗ୍ରହ ପାଇଁ ଗାଡି ଯିବ ବୋଲି ମଧ୍ୟ କମିଶନର କହିଛନ୍ତି । ତେଣୁ ସହରବାସୀ ଅଳିଆକୁ ରାସ୍ତାରେ କିମ୍ବା ଏଣେତେଣେ ନ ପକାଇ ଡଷ୍ଟବିନରେ ପକାନ୍ତୁ । ଆଉ ଏହାକି ପୃଥିକରଣ କରିବାକୁ ଅନୁରୋଧ କରିଛନ୍ତି । ଯେଉଁଥିପାଇଁ ସମସ୍ତଙ୍କୁ ଦୁଇ ଟି ଡଷ୍ଟବିନ ରଖିବାକୁ ପରାମର୍ଶ ଦେଇଛନ୍ତି।

କାରଣ ଓଦା ଆଉ ଶୁଖିଲା ଅଳିଆକୁ ଆମେ ଟିକିଏ ସଚେତନତ ହୋଇ ଅଲଗା କରି ଦେଲେ ତାହା କାମ୍ପୋଷ୍ଟିଙ୍ଗ ପାଇଁ ସୁବିଧା ହେବ। ତେଣୁ ଆମେ ସମସ୍ତେ ସଚେତନ ହେବା ଆଉ ରାଜଧାନୀକୁ ପରିଷ୍କାର ରଖିବା। ଏଥିପାଇଁ ଜନସାଧାରଣ ଙ୍କ ସହଯୋଗ ଲୋଡ଼ିଛନ୍ତି କମିଶନର। ଏହାପରେ ଅର୍ଥାତ ବାରମ୍ବାର ସଚେତନତା କରିବା ପରେ ଯଦି କେହି ବ୍ୟକ୍ତି ବା ପ୍ରତିଷ୍ଠାନ ଅଳିଆ ଅଲଗା କରି ଅଳିଆ ନ ଦିଅନ୍ତି ଓ ବର୍ଯ୍ୟବସ୍ତୁ ରାସ୍ତାକୁ ଫିଙ୍ଗନ୍ତି ତେବେ ସେମାନେ ମୋଟା ଅଙ୍କର ଜୋରିମାନା ଦେବେ । ତେଣୁ ଘର କି ଦୋକାନ ଯେଉଁମାନେ ଦୁଇଟି ଡଷ୍ଟବିନ ରଖିବେ ନାହିଁ ସେମାନେ ୫ହଜାର ଟଙ୍କା ଜରିମାନା ଦେବେ । ଆଉ ଯେଉଁମାନେ ଓଦା ଶୁଖିଲା ଅଳିଆକୁ ପୃଥକ ନ କରିବେ ସେମାନେ ୫୦୦ ଟଙ୍କାର ଜରିମାନା ଦେବେ ।

ଏହାସହ ନିଜ ପରିସର 500 ମିଟର ପର୍ଯ୍ୟନ୍ତ ବି ନିଜେ ସଫା ରଖନ୍ତୁ ବୋଲି କମିଶନର କହିଥିବା ବେଳେ ଯଦି ଏହି ନିୟମର ଅନୁପାଳନ କେହି ନ କରନ୍ତି ତେବେ ୫୦୦୦ ଟଙ୍କାର ଜରିମାନା ଦେବାକୁ ପଡିବ । ତେଣୁ ପ୍ରତିଟି ଭୁବନେଶ୍ୱରବାସୀ ସଚେତନ ହୋଇ ସ୍ୱଚ୍ଛତା ନିୟମର ଅନୁପାଳନ କଲେ ଆମ ସହର ସୁନ୍ଦର ଓ ସ୍ଵଚ୍ଛ ହେବ ବୋଲି କମିଶନର ଏକ ଭିଡିଓ ବାର୍ତ୍ତା ଭୁବନେଶ୍ଵବାସୀଙ୍କୁ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.