ETV Bharat / city

ରାଜଧାନୀରେ ଘରୋଇ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି

author img

By

Published : Jun 29, 2020, 9:26 PM IST

ରାଜଧାନୀରେ ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବିଏମସି ଜାରି କରିଛି ନୂଆ ଗାଇଡଲାଇନ । ଏହିକ୍ରମରେ ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ହସ୍ପିଟାଲ କର୍ମଚାରୀଙ୍କ ଡାଟାବେସ ପ୍ରସ୍ତୁତ କରିବା ପାଇଁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

corona situation in bhubaneswar, corona update in bhubaneswar, bhubaneswar latest news, bmc latest news, bmc's news guideline, bhubaneswar private hospitals, ଭୁବନେଶ୍ବରରେ କୋରୋନା ସ୍ଥିତି, ଭୁବନେଶ୍ବରରେ କୋରୋନା ଅପଡେଟ, ଭୁବନେଶ୍ବର ଲାଟେଷ୍ଟ ନ୍ୟୁଜ୍‌, ବିଏମସି ଲାଟେଷ୍ଟ ନ୍ୟୁଜ୍‌, ବିଏମସି ନୂଆ ଗାଇଡଲାଇଡ, ଭୁବନେଶ୍ବର ଘରୋଇ ହସ୍ପିଟାଲ
ରାଜଧାନୀରେ ଘରୋଇ ହସ୍ପିଟାଲ ପାଇଁ ନୂଆ ଗାଇଡଲାଇନ ଜାରି

ଭୁବନେଶ୍ବର: ରାଜଧାନୀରେ ବିଭିନ୍ନ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ବିଏମସି ଜାରି କରିଛି ନୂଆ ଗାଇଡଲାଇନ । ଏହିକ୍ରମରେ ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ହସ୍ପିଟାଲ କର୍ମଚାରୀଙ୍କ ଡାଟାବେସ ପ୍ରସ୍ତୁତ କରିବା ପାଇଁ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ପ୍ରତ୍ୟେକ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀ 14 ଦିନ ଯାଏଁ ଡ୍ୟୁଟି କରିବେ ଓ ସେମାନଙ୍କ ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷ ରହଣି ବ୍ୟବସ୍ଥା କରିବେ ବୋଲି ସ୍ପଷ୍ଟ କରାଯାଇଛି ।

ତେବେ 14 ଦିନର ଡ୍ୟୁଟି ପରେ ସମ୍ପୃକ୍ତ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯିବା ବାଧ୍ୟତାମୂଳକ ହୋଇଛି । ଟେଷ୍ଟିଂର ରିପୋର୍ଟ ନେଗେଟିଭ ଆସିଲେ ସେମାନଙ୍କୁ ଘରକୁ ପଠାଯିବ ଓ ପରବର୍ତ୍ତୀ ବ୍ୟାଚ୍‌ ହସ୍ପିଟାଲକୁ ଡ୍ୟୁଟି ପାଇଁ ଆସିବେ । ଏହିଭଳି ଭାବେ ପର୍ଯ୍ୟାୟକ୍ରମେ ହସ୍ପିଟାଲ କର୍ମଚାରୀମାନେ ଡ୍ୟୁଟି କରିବା ନେଇ ସୋମବାର ବିଏମସି ଗାଇଡଲାଇନରେ ସ୍ପଷ୍ଟ କରିଛି ।

କେବଳ ସେତିକି ନୁହେଁ, ରାଜଧାନୀର ପ୍ରତ୍ୟେକ ଘରୋଇ ହସ୍ପିଟାଲରେ ଜଣେ ଲେଖାଏଁ ଦାୟିତ୍ବବାନ ଅଧିକାରୀ ବା ନୋଡାଲ ଅଫିସର ରହିବେ । ସେମାନଙ୍କ ସମସ୍ତ ବିବରଣୀ ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗ ପାଖରେ ମହଜୁଦ ରହିବ । ରାଜଧାନୀରେ ଦ୍ରୁତ ବେଗରେ ବଢିଚାଲିଥିବା ସଂକ୍ରମଣକୁ ନଜରରେ ବିଏମସି ଏପରି ପଦକ୍ଷେପ ନେଇଥିବା ଜଣା ପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.