ଭୁବନେଶ୍ବର: ବେଆଇନ ପାର୍କିଂ କୁ ନେଇ ବିଏମସିର କାର୍ଯ୍ୟାନୁଷ୍ଠାନ । ବେଆଇନ ପାର୍କିଂକୁ ନେଇ ବିଏମସି ଜାରି କରିଛି ନୋଟିସ ପରେ ନୋଟିସ । ଗୁରୁବାର ଭୁବନେଶ୍ବର ମହାନଗର ନିଗମ ଉତ୍ତର ମଣ୍ଡଳ ଡେପୁଟି କମିଶନର ବେଆଇନ ପାର୍କିଂ କୁ ନେଇ ଘରୋଇ ହୋଟେଲ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି ।
![BMC issued notice for illegal parking](https://etvbharatimages.akamaized.net/etvbharat/prod-images/4494858_notice.jpg)
ଗୁରୁବାର ସ୍ବସ୍ତି ପ୍ରିମିୟମ ହୋଟେଲ କୁ ନୋଟିସ ଜାରି କରିଛନ୍ତି ଉତ୍ତର ଯୋନ ଉପ ଆୟୁକ୍ତ ପ୍ରମୋଦ କୁମାର ପୃଷ୍ଟି । ସୂଚନାନୁସାରେ ହୋଟେଲ ନିକଟରେ ଥିବା ବିଏମସି ପାର୍କିଂ ଚିହ୍ନିତ ସ୍ଥାନରେ ହୋଟେଲ କର୍ତ୍ତୃପକ୍ଷ ପାର୍କିଂ ନକରି ବେଆଇନ ଭାବରେ ସର୍ଭେ ଅଫ ଇଣ୍ଡିଆ କାର୍ଯ୍ୟାଳୟ ପାର୍ଶ୍ବରେ ରଖୁଛନ୍ତି । ଯଦ୍ବାରା ରାସ୍ତା ସଙ୍କିର୍ଣ୍ଣ ହେବା ସହିତ ବିଏମସିର ମଧ୍ୟ ରାଜସ୍ବ ହାନି ହେଉଛି।
ଗୁରୁବାର ଏ ସମ୍ପର୍କରେ ବିଏମସି ନୋଟିସ ଜାରି କରି ବିଏମସି ତାଗିଦ କରିଛି । ନିଜସ୍ବ ପାର୍କିଂ ବ୍ୟବସ୍ଥା କରନ୍ତୁ ନଚେତ ବିଏମସି ଚିହ୍ନିତ ସ୍ଥାନରେ କରିବାକୁ ନୋଟିସରେ ଉଲ୍ଲେଖ ଅଛି । ନିୟମ ଉଲଂଘନ ନିମନ୍ତେ କର୍ତ୍ତୃପକ୍ଷ ଦୈନିକ ୫୦ହଜାର ଟଙ୍କା ଜୋରିମାନା ଆଦାୟ କରିବା ସହିତ ବେଆଇନ ଭାବେ ପାର୍କିଂ ଗାଡି ଗୁଡିକୁ ଜବତ କରି ନିଲାମ କରିବେ ବୋଲି ସ୍ପଷ୍ଟ କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ