ETV Bharat / city

ଭୁବନେଶ୍ୱରକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହର କରିବାକୁ ବିଏମସିର ପ୍ରୟାସ - ବିଏମସିର ପ୍ରୟାସ ଭୁବନେଶ୍ୱରକୁ ଡ଼ଷ୍ଟବିନ ସହର

ଭୁବନେଶ୍ବରକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହରରେ ପରିଗଣିତ କରିବାକୁ ବିଏମସିର ପ୍ରୟାସ ଜାରି ରହିଛି । ଅଧିକ ପଢନ୍ତୁ...

ଭୁବନେଶ୍ୱରକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହର କରିବାକୁ ବିଏମସିର ପ୍ରୟାସ

author img

By

Published : Jul 8, 2021, 9:34 PM IST

ଭୁବନେଶ୍ବର: ଭୁବନେଶ୍ବରକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହରରେ ପରିଗଣିତ କରିବାକୁ ବିଏମସିର ପ୍ରୟାସ ଜାରି ରହିଛି । ଘରକୁ ଘର ବୁଲି ଉଭୟ ଓଦା ଓ ଶୁଖିଲା ଅଳିଆ ସଂଗ୍ରହ କରାଯାଇ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ଜରିଆରେ ପୃଥକୀକରଣ ଓ ପ୍ରକ୍ରୀୟାକରଣ କରାଯାଇ ସେଥିରୁ ‘ମୋ ଖତ’ ପ୍ରସ୍ତୁତ କରାଯାଉଛି ।

ଭୁବନେଶ୍ୱରକୁ ଡ଼ଷ୍ଟବିନ ଓ ଅଳିଆ ମୁକ୍ତ ସହର କରିବାକୁ ବିଏମସିର ପ୍ରୟାସ

ଏନେଇ ଲୋକଙ୍କୁ ସଚେତନ କରାଯାଇଥିବାବେଳେ ସମଗ୍ର ବିଏମ୍‌ସି ଇଲାକାରେ ମୋଟ ୪୩ଟି ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ବା ଏମ୍‌ସିସି ସ୍ଥାପନ କରାଯାଉଛି । ଇତି ମଧ୍ୟରେ ୨୦ଟି ଏମ୍‌ସିସି କାର୍ଯ୍ୟକ୍ଷମ ହୋଇ ସାରିଛି । ଅବଶିଷ୍ଟ ୨୩ଟି ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ଆଜି ଏକାମ୍ର ବିଧାନସଭା ମଣ୍ଡଳୀ ଅନ୍ତର୍ଗତ ୩ଟି ଓ୍ବାର୍ଡ ପାଇଁ ସୁନ୍ଦରପଦା ଛକରେ ଗୋଟିଏ ଏମ୍‌ସିସିକୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଲୋକଙ୍କ ସହଯୋଗ କାମନା କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.