ଭୁବନେଶ୍ବର: ବିଏମସି ପକ୍ଷରୁ ଆୟୋଜିତ ହୋଇଛି ପ୍ରଥମ ସ୍ବଚ୍ଛ ଚର୍ଚ୍ଚା ଦିବସ। ବିଡିଏ ସମ୍ମିଳନୀ କକ୍ଷରେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ଦିବସ।
ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ କ୍ରମେ ପାଳିତ ହୋଇଛି ଏହି ଦିବସ। ଏଣିକି ପ୍ରତିମାସର 20ତାରିଖ ଅପରାହ୍ନ 11ଟା ସମୟରେ ଏହି ଦିବସ ପାଳନ କରିବାକୁ ନିର୍ଦ୍ଦେଶ ରହିଛି।
ଏହି ଦିବସରେ ପରିମଳ କାର୍ଯ୍ୟକ୍ରମର ବିସ୍ତୃତ ଆଲୋଚନା ଓ ସମୀକ୍ଷା କରାଯିବ। ଏହାସହ ସ୍ବଚ୍ଛତା ନେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଦାରଖ କରାଯିବ ବୋଲି ନିଷ୍ପତି ହୋଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ