ETV Bharat / city

ବାସହୀନଙ୍କୁ ମାଗଣାରେ ଖାଦ୍ୟବଣ୍ଟନରେ ବିଏମସିର ରୋକ, ଅପରାଜିତା କହିଲେ 1 ଟଙ୍କାରେ ମିଳିବ ଖାଦ୍ୟ - BMC restrictions on food distribution

ରାଜଧାନୀରେ ଅସହାୟ ଓ ନିରାଶ୍ରୟ ବାସହୀନଙ୍କୁ ଆଉ ଖାଦ୍ୟ ବାଣ୍ଟି ପାରିବେନି । ଏହା ଉପରେ ରୋକ ଲଗାଇଲା ବିଏମସି । ସେପଟେ ବିଏମସିର ବିଜ୍ଞପ୍ତି ପରେ ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ ବୋଲି ଭୁବନେଶ୍ବର ସାଂସଦ କହିଛନ୍ତି । ଅଧିକ ପଢନ୍ତୁ....

ଅସହାୟଙ୍କୁ ଖାଦ୍ୟ ବସ୍ତ୍ରବଣ୍ଟନ ଉପରେ ବିଏମସିର କଟକଣା

author img

By

Published : Jan 13, 2021, 11:29 AM IST

ଭୁବନେଶ୍ବର:ଏଣିକି ରାଜଧାନୀରେ ଅସହାୟ ଓ ନିରାଶ୍ରୟ ବାସହୀନଙ୍କୁ କୌଣସି ବ୍ୟକ୍ତିବିଶେଷ କିମ୍ବା ଅନୁଷ୍ଠାନ ଆଉ ମାଗଣାରେ ବାଣ୍ଟିପାରିବେନି ଖାଦ୍ୟ । ଏହା ଉପରେ ରୋକ ଲଗାଇଲା ବିଏମସି। ବାସହୀନଙ୍କ ମାନସିକତାରେ ପରିବର୍ତ୍ତନ ଲାଗି ବିଏମସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ସେପଟେ ବିଏମସିର ବିଜ୍ଞପ୍ତି ପରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସୂଚନା । ଅନ୍ନପୂର୍ଣ୍ଣା ଯୋଜନାରେ ୧ ଟଙ୍କାରେ ମିଳିବ ଖାଦ୍ୟ । ମାଗଣାରେ ଖାଦ୍ୟ ଦିଆଯାଉନଥିବା ସାଂସଦ କହିଛନ୍ତି ।

ସୂଚନା ଥାଉକି, ରାସ୍ତା କଡରେ ବାସହୀନ ରାତ୍ରି ଯାପନ କରୁଛନ୍ତି ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରି ସେମାନଙ୍କୁ କିଭଳି ବିଏମସି ପରିଚାଳିତ ଆଶ୍ରୟସ୍ଥଳୀକୁ ନିଆଯାଇ ପାରିବ ସେ ନେଇ ବାହାର ଖାଦ୍ୟବସ୍ତ୍ର ବଣ୍ଟନ ଉପରେ ବିଏମସି ରୋକ୍ ଲଗାଇଛି। ଏନେଇ ମଙ୍ଗଳବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଏମସିର ବିନା ଅନୁମତିରେ ବାଣ୍ଟିଲେ ଖାଦ୍ୟସାମଗ୍ରୀ ଜବତ ହେବା ନେଇ ଚିଠିରେ ଉଲ୍ଲେଖ ରହିଥିଲା ।

ବିଏମସି ପରିଚାଳିତ ୮ଟି ଆଶ୍ରୟସ୍ଥଳୀ ରହିଛି। ଯେଉଁଠି ପାଖାପାଖି ୬୦୦ରୁ ଅଧିକ ଲୋକେ ରହୁଥିବା ବେଳେ ବାସହରାଙ୍କ ପାଇଁ ଷ୍ଟେସନ ବଜାର ଓ ନୟାପଲ୍ଲୀ ଅଞ୍ଚଳରେ ଦୁଇଟି ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଚାଲିଛି। ତେବେ ପୂର୍ବରୁ ଭୁବନେଶ୍ବରରେ ଭିକାରୀ ଶୂନ୍ୟ ହେବା ଲାଗି ପ୍ରୟାସ ଜାରି ରହିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.