ଭୁବନେଶ୍ବର: ଭୁବନେଶ୍ୱରରେ ବଢୁଥିବା କୋଭିଡ ସଂକ୍ରମଣ ମୁକାବିଲା ପାଇଁ ବିଏମସି ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ କୋରୋନା ଟେଷ୍ଟକୁ ବୃଦ୍ଧି କରାଯାଇଛି।
ଏପଟେ ହୋଲି ପାଇଁ କଟକଣା ପୂର୍ବରୁ ଜାରି ହୋଇଛି। ସଚେତନତା ଓ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱ ଦିଆଯାଉଛି। ଭୁବନେଶ୍ୱରକୁ ରାଜ୍ୟ ଓ ଦେଶ ବାହାରୁ ଲୋକଙ୍କ ଯାତାୟାତ ରହୁଛି। ଏଣୁ ରାଜଧାନୀର ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। କମିଶନରେଟ ପୋଲିସ ଓ ବିଏମସି ପକ୍ଷରୁ ଏନଫୋର୍ସମେଣ୍ଟ କଡାକଡି କରାଯାଇଛି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ