ETV Bharat / city

ବର୍ଷା ପାଇଁ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ: କମିଶନର - ମୌସୁମୀ ବର୍ଷା

IMD ଦ୍ବାରା ପ୍ରକାଶିତ ବର୍ଷାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ସଂପୂ୍ଣ୍ଣ ରୂପେ ପ୍ରସ୍ତୁତ ବୋଲି କହିଲେ ବିଏମସି କମିଶନର । ଅଧିକ ପଢନ୍ତୁ...

ବର୍ଷା ପାଇଁ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ: କମିଶନର

author img

By

Published : Jun 11, 2021, 8:02 PM IST

ଭୁବନେଶ୍ବର: ମୌସୁମୀ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଛି ବିଏମସି । ଆଗାମୀ ବର୍ଷାକୁ ନେଇ ପାଣିପାଗ ବିଭାଗର ଯାହା ଆକଳନ ରହିଛି ରାଜଧାନୀରେ ବର୍ଷାର ପରିମାଣ ଅଧିକ ରହିବ | ଏହାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ବିଏମସି ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି । ଜଳ ନିଷ୍କାସନ ପାଇଁ ପମ୍ପର ବ୍ୟବସ୍ଥା କରାଯାଇଛି ।

ବର୍ଷା ପାଇଁ ବିଏମସି ସମ୍ପୁର୍ଣ୍ଣ ପ୍ରସ୍ତୁତ: କମିଶନର

ପ୍ରତି ୱାର୍ଡରେ ଇଞ୍ଜିନିୟର ମାନଙ୍କୁ ଦାୟିତ୍ୱ ଦିଆଯାଇଛି । କୌଣସି ଅସୁବିଧା ହେଲେ ବିଏମସି ତରଫରୁ ୨ ଟି ଟୋଲ ଫ୍ରି ନମ୍ବର ମଧ୍ୟ ଜରି କରାଯାଇଛି । ୨୪*୭ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିଛି । ଅଗ୍ନିଶମ ବିଭାଗ ଓ ବିଏମସି ପକ୍ଷରୁ ପମ୍ପସେଟ୍ ମହଜୁଦ ହୋଇଛି । ଭୁବନେଶ୍ୱରରେ ୧୦ ଟି ମୁଖ୍ୟ ଡ୍ରେନ୍ କାମ ସରିଥିବା ବେଳେ ଓ ୩ଟି ଲିଙ୍କ୍ ଡ୍ରେନରୁ ୨ଟି କାର୍ଯ୍ୟ ସରିଥିବାବେଳେ ଆଉ ଗୋଟିଏର କାମ ଆସନ୍ତା ୧୫ ତାରିଖରେ ସରିବ । ସଂଯୋଗ ଡ୍ରେନର ସଫେଇ କାର୍ଯ୍ୟ ମଧ୍ୟ ଜାରି ରହିଛି ।

ଏନଏଚଆଇର ଥିବା ୩ଟି ସ୍ଥାନକୁ ସର୍ବେକ୍ଷଣ କରି ବ୍ୟବସ୍ଥା କରାଯାଇଛି । ସବୁ ପ୍ରକାର ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ବିଏମସି କମିଶନର ସଂଜୟ ସିଂ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.