ETV Bharat / city

ବିଏମସିର ଟେଷ୍ଟିଂ ଡ୍ରାଇଭ ଅଭିଯାନ, ଭବାନୀ ମଲରେ ଆସି କରିପାରିବେ ଟେଷ୍ଟିଂ - vaccine

ଆଜି ଭୁବନେଶ୍ବର ସହିଦ ନଗର ସ୍ଥିତ ଭବାନୀ ମଲରେ ଲକ୍ଷଣ ଥିବା ଲୋକଙ୍କ ପାଇଁ ଟେଷ୍ଟିଂ ଡ୍ରାଇଭ ଆରମ୍ଭ ହୋଇଛି। ଅଧିକ ପଢନ୍ତୁ...

ଭୁବନେଶ୍ବରରେ ବିଏମସି ପକ୍ଷରୁ ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ

author img

By

Published : May 12, 2021, 9:59 PM IST

ଭୁବନେଶ୍ବର: ରାଜଧାନୀରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ। ବିଏମସି ପକ୍ଷରୁ ସଂକ୍ରମଣକୁ ଚେକ ଦେବା ପାଇଁ ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ ଦିଆଯାଇଛି। ଆଜି (ବୁଧବାର) ଭୁବନେଶ୍ବର ସହିଦ ନଗର ସ୍ଥିତ ଭବାନୀ ମଲରେ ଲକ୍ଷଣ ଥିବା ଲୋକଙ୍କ ପାଇଁ ଟେଷ୍ଟିଂ ଡ୍ରାଇଭ ଆରମ୍ଭ ହୋଇଛି।

ଭୁବନେଶ୍ବରରେ ବିଏମସି ପକ୍ଷରୁ ଟେଷ୍ଟିଂ ଓ ଟୀକାକରଣ ଉପରେ ଗୁରୁତ୍ବ

ଆରଟିପିସିଆର ଓ ଆଣ୍ଟିଜେନ ଟେଷ୍ଟ କରାଯାଉଛି। ଗାଡି, ମୋଟରରେ ଆସି ତତକ୍ଷଣାତ ଟେଷ୍ଟିଂ କରି ଯିବାର ବ୍ୟବସ୍ଥା କରାଯାଇଛି। ଉକ୍ତ ସ୍ଥାନକୁ ସାନିଟାଇଜ ମଧ୍ୟ କରାଯାଉଛି। ସକାଳ ୮ ଟା ୩୦ ରୁ ଦିନ ୧୨ ଟା୩୦ ପର୍ଯ୍ୟନ୍ତ ଟେଷ୍ଟିଂ ଜାରି ରହିବ। ବିଏମସିର ଏଭଳି ଅଭିନବ ଟେଷ୍ଟିଂ ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ସାଧାରଣ ଲୋକେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.