ETV Bharat / city

BMC Election; ସଂରକ୍ଷଣ ନେଇ ମୁହଁ ଖୋଲିଲେ ବିଜେପି-କଂଗ୍ରେସ

author img

By

Published : Nov 16, 2021, 11:00 PM IST

ଭୁବନେଶ୍ବରରେ କଣ ରହିବ ପୌର ନିର୍ବାଚନର ଆଭିମୁଖ୍ୟ । ମହିଳାଙ୍କୁ ଅଗ୍ରାଧିକାର ଦେବେ କି ସରକାର ? ମେୟର ଆଶାୟୀଙ୍କ ଦୌଡରେ ସର୍ବାଧିକ ମହିଳା । ଆଗକୁ ଆସୁଛି ପୌର ନିର୍ବାଚନ, ରାଜଧାନୀ ଭୁବନେଶ୍ବରରେ ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି । ଅଧିକ ପଢନ୍ତୁ

Babu Singh
Babu Singh

ଭୁବନେଶ୍ବର: ଭୁବନେଶ୍ବରରେ କଣ ରହିବ ପୌର ନିର୍ବାଚନର ଆଭିମୁଖ୍ୟ । ମହିଳାଙ୍କୁ ଅଗ୍ରାଧିକାର ଦେବେ କି ସରକାର? ମେୟର ଆଶାୟୀଙ୍କ ଦୌଡରେ ସର୍ବାଧିକ ମହିଳା। ଆଗକୁ ଆସୁଛି ପୌର ନିର୍ବାଚନ, ରାଜଧାନୀ ଭୁବନେଶ୍ବରରେ ସଂରକ୍ଷଣକୁ ନେଇ ତେଜୁଛି ରାଜନୀତି। ବିଶେଷକରି ମହିଳାଙ୍କୁ ନେଇ ଅଙ୍କକଷା ଜୋରଦାର ହୋଇଛି ।

BMC Election; ସଂରକ୍ଷଣ ନେଇ ମୁହଁ ଖୋଲିଲେ ବିଜେପି-କଂଗ୍ରେସ

ଅଧିକାଂଶ ମହିଳାଙ୍କ ପାଇଁ ସଂରକ୍ଷଣ ହେବା ନେଇ ଆଭାସ ମିଳିବା ପରେ ମହିଳା ମେୟର ପ୍ରାର୍ଥୀ ନେଇ ଗୁରୁତ୍ବ ଦେଇ ପାରନ୍ତି ରାଜନୈତିକ ଦଳ । ସରକାର ସୀମା ପୁନଃର୍ଗଠନ ସହ ସଂରକ୍ଷଣକୁ ଅଗ୍ରାଧିକାର ଦେଇଛନ୍ତି। ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା 67 ଟି ୱାର୍ଡରେ ଆଉ 6 ଟି ମୌଜା ସାମିଲ ହୋଇଛି। କାରଣ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଉଛି । ତେବେ ଏନେଇ ବିଏମସି ପକ୍ଷରୁ ସର୍ଭେ ମଧ୍ୟ କରାଯାଇଛି। ହେଲେ ସରକାର ସଂରକ୍ଷଣ ସଠିକ ଭାବରେ କରିଛନ୍ତି ତ ? ବିଶେଷକରି ସରକାର ଅଧିକାଂଶ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ କରିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇବା ପରେ ମହିଳା ଆଶାୟୀଙ୍କ ସଂଖ୍ୟା ଏବେ ଢେର ଲମ୍ବା।

ଏହାସହ ଗତ ନିର୍ବାଚନରେ ସଂରକ୍ଷଣ ସୀମା 50 ପ୍ରତିଶତ ଟପିଥିଲା । ହେଲେ ଆସନ୍ତା ନିର୍ବାଚନରେ ଏହା 50 ପ୍ରତିଶତ ମଧ୍ୟରେ ସୀମିତ ରହିବ। ମେୟର ପଦବୀ ପାଇଁ ମହିଳାଙ୍କୁ ପ୍ରାଥମିକତା ଦେଇପାରନ୍ତି ରାଜନୈତିକ ଦଳ। ସେହିପରି ଅନୁସୂଚିତ ଜାତି ଓ ଜନଜାତି ଙ୍କ ପାଇଁ 9 ଟି ଆସନ ସଂରକ୍ଷିତ ରହିପାରେ।

ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ନେତ୍ରୀ ରଶ୍ମି ମହାପାତ୍ର କହିଛନ୍ତି ଭୋଟର ତାଲିକା ସଂଶୋଧନ କରାଯାଇଛି କି ନାହିଁ ତା ଉପରେ ନଜର ରହିଛି। ଚୁଡାନ୍ତ ତାଲିକା ଆସିବା ପରେ ଜଣାପଡିବ। ମହିଳାଙ୍କ ଉପରେ ଗୁରୁତ୍ବ ନେଇ ସରକାର କହୁଛନ୍ତି ତାହାକୁ ଅପେକ୍ଷା କରିଛୁ । କିନ୍ତୁ ସ୍ଥାନ ସଂରକ୍ଷଣ କେଉଁ ଆଧାରରେ ହେଉଛି ତାହା ସରକାର ସ୍ପଷ୍ଟ କରିବା ଆବଶ୍ୟକ ବୋଲି କହିଛନ୍ତି ।

ସେହିପରି ବିଜେପି ନେତା ବାବୁ ସିଂ କହିଛନ୍ତି ସରକାର ଆଇନ ଅନୁସାରେ ସଂରକ୍ଷଣ ଓ ନିର୍ବାଚନ କରନ୍ତୁ । ନିଜ ଦଳକୁ ସୁହାଇଲା ଭଳି ସ୍ଥିତି କରି ବ୍ୟବସ୍ଥା କଲେ ଆମେ ଆଇନର ଆଶ୍ରୟ ନେବୁ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.