ETV Bharat / city

ଭୁବନେଶ୍ବରରେ ଆଉ ୪ଟି ସ୍ଥାନ କଣ୍ଟେନମେଣ୍ଟ ଘୋଷଣା

author img

By

Published : Jan 6, 2022, 2:08 PM IST

ରାଜଧାନୀରେ ବଢୁଛି ସଂକ୍ରମଣ । ଭୁବନେଶ୍ୱରରେ ପୁଣି 4ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି (BMC) । ଅଧିକ ପଢନ୍ତୁ

ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା BMC

ଭୁବନେଶ୍ୱର: ରାଜଧାନୀରେ ବିଗୁଡୁଛି କୋରୋନା ସ୍ଥିତି । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ ଆଉ ୪ଟି ସ୍ଥାନକୁ କଣ୍ଟେନମେଣ୍ଟ ଘୋଷଣା କଲା ବିଏମସି(BMC) । ନୟାପଲ୍ଲୀ ଓ ଭୀମପୁରରେ ଗୋଟିଏ ଲେଖାଏଁ ଏବଂ ଶ୍ରୀକ୍ଷେତ୍ର ବିହାରରେ ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ କରାଯାଇଛି । ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଭୁବନେଶ୍ବର ମହାନଗର ନିଗର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।

ଗତକାଲି(ବୁଧବାର) ଉତ୍ତର ଓ ଦକ୍ଷିଣ ପୂର୍ବ ଜୋନ ପକ୍ଷରୁ 5ଟି ଲେଖାଏଁ ମୋଟ 10ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା । ସେହିସବୁ ସ୍ଥାନରେ ଏକାଧିକ ପଜିଟିଭ ମାମଲା ଚିହ୍ନଟ ପ୍ରକାଶ ପାଇଥିଲା ।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ସଂକ୍ରମଣକୁ ଚେକ୍ ଦେବା ଲାଗି କଟକଣା କଡାକଡି କରାଯାଇଛି । ନାଇଟ କର୍ଫ୍ୟୁକୁ ରାତି ୧୦ଟା ପରିବର୍ତ୍ତେ ୯ଟାରୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ରହିଛି । ସେପଟେ ବିଏମସି ମଧ୍ୟ କୋରୋନା ପ୍ରସାର ରୋକିବାକୁ ଯଥାସମ୍ଭବ ପ୍ରୟାସ କରୁଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.