ETV Bharat / city

ସ୍ମାର୍ଟସିଟିରେ ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ଅଭିଯୋଗ ଶୁଣିଲେ ବିଏମସି କମିଶନର

ମଙ୍ଗଳବାର ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭୁବନେଶ୍ୱରର ୱାର୍ଡ ନମ୍ବର-30 ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ବିଶେଷକରି ରାସ୍ତା, ଡ୍ରେନେଜ, ବିଦ୍ୟୁତ ସମସ୍ୟା, ଜଳ, ପରିମଳ ସମ୍ପର୍କରେ ଲୋକେ ବିଏମସି କମିଶନରଙ୍କୁ ଅବଗତ କରାଇଛନ୍ତି।

author img

By

Published : Feb 16, 2021, 8:23 PM IST

ୱାର୍ଡ ବୁଲି ଦେଖିଲେ ବିଏମସି କମିଶନର
ୱାର୍ଡ ବୁଲି ଦେଖିଲେ ବିଏମସି କମିଶନର

ଭୁବନେଶ୍ବର: ସ୍ମାର୍ଟସିଟିର ବିଭିନ୍ନ ୱାର୍ଡ ବୁଲି ସମସ୍ୟା ବୁଝିଲେ ବିଏମସି କମିଶନର। ତତକ୍ଷଣାତ ସମସ୍ୟାର ସମାଧାନ ପାଇଁ ଦେଲେ ନିର୍ଦ୍ଦେଶ । ମଙ୍ଗଳବାର ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ଭୁବନେଶ୍ୱରର ୱାର୍ଡ ନମ୍ବର-30 ବୁଲି ଲୋକଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ବିଶେଷକରି ରାସ୍ତା, ଡ୍ରେନେଜ, ବିଦ୍ୟୁତ ସମସ୍ୟା, ଜଳ, ପରିମଳ ସମ୍ପର୍କରେ ଲୋକେ ବିଏମସି କମିଶନରଙ୍କୁ ଅବଗତ କରାଇଛନ୍ତି।

ୱାର୍ଡ ବୁଲି ଦେଖିଲେ ବିଏମସି କମିଶନର

ଅନ୍ୟପଟେ ଲୋକ ପ୍ରତିନିଧି ନଥିବାରୁ ଅଭିଯୋଗ ଜଣାଇବା ପାଇଁ ସମସ୍ୟା ହେଉଥିବା ଲୋକେ ଫେରାଦ ହୋଇଛନ୍ତି। ୱାର୍ଡର ଗଳିକନ୍ଦି ବୁଲି ଅଭିଯୋଗ ଶୁଣିଛନ୍ତି କମିଶନର । ବିଚ ରାସ୍ତାରେ ଅଭିଯୋଗ ଜଣାଇଲେ ଲୋକେ। ଅଭିଯୋଗ ଶୁଣିଲା ପରେ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଲେ କମିଶନର। ଏଭଳି କିଛି ଅନ୍ଦାଜରେ ଦେଖିବାକୁ ମିଳିଥିଲା ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ । 30ନମ୍ବର ୱାର୍ଡର ସବୁ ଗଳିକନ୍ଦି ବୁଲି ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି କମିଶନର।

କେବଳ ବିଏମସି କମିଶନର ନୁହନ୍ତି, ଜୋନାଲ ଡେପୁଟି କମିଶନର, ରୋଡ଼, ଡ୍ରେନେଜ, ସାନିଟାଇଜେସନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଲୋକଙ୍କ କଣ ସୁବିଧା, ଅସୁବିଧା ନେଇ ଲୋକଙ୍କ ଠାରୁ ପଚାରି ବୁଝିଛନ୍ତି ବିଏମସି କମିଶନର।

ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗତ ଦୁଇବର୍ଷ ହେବ କର୍ପୋରେଟର ମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଫଳରେ ଜନପ୍ରତିନିଧି ନଥିବାରୁ ଅଭିଯୋଗ କରିବା ପାଇଁ ସମସ୍ୟା ଉପୁଜୁଛି। ଯାହାର ଫାଇଦା ନେଉଛନ୍ତି କିଛି ସଂସ୍ଥା । ତେଣୁ କମିଶନର ନିଜେ ବୁଲି ପ୍ରତି ୱାର୍ଡ ବିକାଶ କାର୍ଯ୍ୟ ତଦାରଖ କରୁଥିବା ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.