ETV Bharat / city

ଅନିଶ୍ଚିତତା ମଧ୍ୟରେ ଖଣ୍ଡଗିରି ଯାତ୍ରା, ସୂଚନା ଦେଲେ ବିଏମସି କମିଶନର - ପ୍ରେମଚନ୍ଦ୍ର ଚୌଧୁରୀ

ଚଳିତବର୍ଷ ବହୁ ଚର୍ଚ୍ଚିତ ଖଣ୍ଡଗିରି ଯାତ୍ରା ହେବ କି ନାହିଁ, ସେନେଇ ଅନିଶ୍ଚିତତା ରହିଥିବାବେଳେ ଏହାକୁ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର ।

ଖଣ୍ଡଗିରି ଯାତ୍ରା ନେଇ ଅନିଶ୍ଚିତତା
ଖଣ୍ଡଗିରି ଯାତ୍ରା ନେଇ ଅନିଶ୍ଚିତତା
author img

By

Published : Feb 8, 2021, 10:03 PM IST

ଭୁବନେଶ୍ବର: କୋଭିଡ କଟକଣା ପାଇଁ ଚଳିତବର୍ଷ ବହୁ ଚର୍ଚ୍ଚିତ ଖଣ୍ଡଗିରି ଯାତ୍ରା ହେବ କି ନାହିଁ, ସେନେଇ ଅନିଶ୍ଚିତତା ରହିଥିବାବେଳେ ଏହାକୁ ନେଇ ବିଏମସି କମିଶନରଙ୍କ ସୂଚନା । ପ୍ରଶାସନ କୋଭିଡ ଗାଇଡ଼ଲାଇନ ପାଳନ କରି ଯାତ୍ରା କରିପାରିବେ ବୋଲି ନିର୍ଦ୍ଧେଶ ଦେବା ପରେ ଯାତ୍ରା ପାର୍ଟି ଅନୁଷ୍ଠାନ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା ।

ଖଣ୍ଡଗିରି ଯାତ୍ରା ନେଇ ଅନିଶ୍ଚିତତା

ହେଲେ କମ ସଂଖ୍ୟକ ଦର୍ଶକ ନେଇ ଯାତ୍ରା ପରିଚାଳନା ପାର୍ଟି ପାଇଁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଆଜି(ସୋମବାର) ଯାତ୍ରା ନେଇ ପ୍ରତିକ୍ରିୟା ରଖିଛନ୍ତି ବିଏମସି କର୍ତ୍ତୃପକ୍ଷ। ଖଣ୍ଡଗିରି ଯାତ୍ରାକୁ ଆୟୋଜନକୁ ନେଇ ବିଏମସି କମିଶନରଙ୍କ ପ୍ରତିକ୍ରିୟା।

ପୂର୍ବସ୍ଥାନରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଛି। ଦୈନିକ ୫୦ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ନେଇ ଆକଳନ କରାଯାଇଛି। ତେଣୁ ସେହି ସ୍ଥାନରେ କୋଭିଡ କଟକଣା ମଧ୍ୟରେ ଯାତ୍ରା ପାଇଁ ଅନୁମତି ଦେବା ଅସମ୍ଭବ। ୫୦ପ୍ରତିଶତ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୋଟିଏ ସ୍ଥାନରେ ନକରି ଦୁଇ ବା ତିନୋଟି ସ୍ଥାନରେ ପୃଥକ ପୃଥକ ଆୟୋଜନ ପାଇଁ ପ୍ରସ୍ତାବ ଦିଆଯାଇଛି।

ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଏବାବଦରେ ଆଲୋଚନା କରି ଉଭୟଙ୍କ ପରାମର୍ଶ ନିଆଯାଇଛି। ବିକଳ୍ପ ସ୍ଥାନ ଖୋଜା ଚାଲିଛି, ପୂର୍ବ ସ୍ଥାନରେ ଅନୁମତି ଦେବା ଅସମ୍ଭବ। ଆଜି ପୁଣି ଆୟୋଜକଙ୍କ ସହ ଆଲୋଚନା ହେବ ଓ ଚୂଡାନ୍ତ ନିଷ୍ପତ୍ତି ନିଆଯିବ।

କୋରୋନାର ସଫଳ ମୁକାବିଲାରେ ରାଜୀବାସୀଙ୍କ ସହଯୋଗ ମିଳିଛି। କୌଣସି ଭୁଲ ନିଷ୍ପତ୍ତି ପୁଣି ବୁମେରାଙ୍ଗ ହୋଇପାରେ। ଏଣୁ ସବୁ ଦିଗକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯିବ। ସେପଟେ ଯାତ୍ରା ରଙ୍ଗ ମହଲ ପ୍ରଯୋଜକ ସତ୍ୟ ଜେନା ଆଶାବାନ୍ଧି ବସିଛନ୍ତି ଚଳିତବର୍ଷ କୋଭିଡ କଟକଣା ମାନି ଯାତ୍ରା ଆୟୋଜନ କରିହେବ, ଖାଲି ପ୍ରଶାସନର ଅନୁମତି ଆବଶ୍ୟକ ରହିଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.