ଭୁବନେଶ୍ବର: ରାଜଧାନୀର ଡ୍ରେନେଜ ଓ ଜଳବନ୍ଦୀ ସମସ୍ଯାକୁ ନେଇ ବିଏମସି କମିଶନର ସଞ୍ଜୟ ସିଂ ଙ୍କ ସୂଚନା। 63 ବର୍ଷ ପରେ ରେକର୍ଡ ଜନିତ ବର୍ଷା ଯୋଗୁଁ ଭୁବନେଶ୍ୱରରେ ଏମିତି ସ୍ଥିତି ଉପୁଜିଛି । ପୂର୍ବରୁ 27 ଟି ଭର୍ନେବୁଲ ପଏଣ୍ଟ ଥିଲା। ଯେତେ ସ୍ଥାନରେ ଜଳବନ୍ଦୀ ସମସ୍ଯା ହୋଇଥିଲା ସେସବୁକୁ ଚିହ୍ନଟ କରାଯାଇଛି । 75ଟି ଏଭଳି ସ୍ଥାନ ଚିହ୍ନଟ ହୋଇଛି । ଏଗୁଡିକ ସ୍ଥାନରେ ଜଳବନ୍ଦୀର କାରଣ କଣ ବାହାର କରାଯାଇଛି। କିପରି ସର୍ଟଟର୍ମ ଓ ଲଙ୍ଗଟର୍ମ ପାଇଁ ସମାଧାନ କରାଯିବ ତାହା ବାହାର କରାଯାଇଛି ।
ମଙ୍ଗଳବାର ଠାରୁ ସେହି ପଏଣ୍ଟ ଗୁଡିକର ସମୀକ୍ଷା କରାଯାଉଛି। ଯେଉଁଠି ଜମି ଅଧିଗ୍ରହଣ ଓ ଏନଫୋର୍ସମେଣ୍ଟ ରିମୁଭାଲ ଦରକାର ପଡିବ ସେ ଦିଗରେ କାର୍ଯ୍ୟ ଆରମ୍ଭ କରାଯିବ । ନିଜ ନିଜ ଅଞ୍ଚଳର ଏଷ୍ଟିମେଟ ତିଆରି ପାଇଁ ସବୁ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାକୃତିକ ଡ୍ରେନକୁ କଭର ନ କରିବା ପାଇଁ ସୁପ୍ରିମକୋର୍ଟ, ଗ୍ରୀନ ଟ୍ରିବ୍ୟୁନାଲ, ନ୍ୟାସନାଲ ଓ ଷ୍ଟେଟ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ଗାଇଡ଼ଲାଇନ ରହିଛି । ଗାଇଡ଼ଲାଇନ ମାନି ଦୁର୍ଘଟଣା ଏଡ଼ାଇବା ପାଇଁ ଉଚିତ ପଦକ୍ଷେପ ନିଆଯାଉଛି । ଗତବର୍ଷାରେ 35ଟି ସ୍ଥାନରେ ପମ୍ପ ଲଗାଯାଇଛି । ଆଗକୁ ବଡ ବର୍ଷା ପାଇଁ ଅଧିକ ପମ୍ପ ଲଗାଯିବ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ