ETV Bharat / city

ହୋଲ୍ଡିଂ ଟିକସ ଆଦାୟ ବୃଦ୍ଧି, 50 କୋଟି ଟିକସ ଆଦାୟ କଲା ବିଏମସି - ହୋଲଡିଂ ଟିକସ ଆଦାୟ ବୃଦ୍ଧି

ଚଳିତ ବର୍ଷ ବିଏମସି 50 କୋଟି ଟଙ୍କାର ହୋଲ୍ଡିଂ ଟିକସ ଆଦାୟ କରିଛି । ଅଧିକ ପଢନ୍ତୁ...

ହୋଲଡିଂ ଟିକସ ଆଦାୟ ବୃଦ୍ଧି, 50 କୋଟି ଟିକସ ଆଦାୟ କଲା ବିଏମସି

author img

By

Published : Apr 1, 2021, 9:03 AM IST

ଭୁବନେଶ୍ବର: ଚଳିତ ବର୍ଷ ବିଏମସି ରେକର୍ଡ ପରିମାଣର ହୋଲ୍ଡିଂ ଟିକସ ଆଦାୟ କରିଛି । କୋଭିଡ କଟକଣା ଓ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ସ୍ଥଗିତ ସତ୍ତ୍ୱେ ବିଏମସି 50 କୋଟି ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଟିକସ ଆଦାୟ କରିଥିବା ସୂଚନା ମିଳିଛି ।

ହୋଲଡିଂ ଟିକସ ଆଦାୟ ବୃଦ୍ଧି, 50 କୋଟି ଟିକସ ଆଦାୟ କଲା ବିଏମସି

ପାହାଳ ନିକଟସ୍ଥ ଆପେକ୍ସ କଲେଜ ଏକକାଳୀନ ୩କୋଟି ଟଙ୍କାର ଚେକ ପ୍ରଦାନ କରିଛି। ଯାହା ମୋଟ ବକେୟାର ଶତକଡା ୫୦ ପ୍ରତିଶତ । ଏହାସହିତ ୧୬୦୮ଜଣ ବଡ଼ ବଡ଼ ଖିଲାପକାରୀଙ୍କୁ ବିଏମସି ଚିହ୍ନଟ କରିଛି । ତେବେ ଏହି ଖିଲାପକାରୀଙ୍କ ନିକଟରେ ୩୩କୋଟି ଟଙ୍କାର ହୋଲଡିଂ ଟିକସ ପଡି ରହିଛି । ଟିଜି ସ୍ୱୀକୃତି ଗ୍ରୁପ ପ୍ରାୟ ୫କୋଟି ଟଙ୍କାର ବକେୟା ହୋଲଡିଂ ଟେକ୍ସ ଆଦାୟ କରିଛନ୍ତି । ସେପଟେ ଏସ ଏଚ ଜି ମହିଳା ମଧ୍ୟ ଟାକ୍ସ ଆଦାୟରେ ଲାଗିଛନ୍ତି ।

ଏହି ଟାକ୍ସ ଖିଲାପକାରୀ ଅନ୍ତତଃ ଶତକଡା ୫୦ପ୍ରତିଶତ ଅର୍ଥ ପୈଠ କରି ଅବଶିଷ୍ଟ ପର୍ଯ୍ୟାୟକ୍ରମେ ଦେବା ଜରୁରୀ । ନଚେତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ ବୋଲି ରାଜସ୍ବ ବିଏମସିର ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.