ETV Bharat / city

ଫିକା ପଡିଲା ସ୍ବାୟତ୍ତ ଶାସନ ଦିବସ

author img

By

Published : Aug 31, 2020, 12:24 PM IST

ନିରାଡମ୍ବର ଭାବରେ ବିଏମସି ପାଳନ କଲା ସ୍ବାୟତ୍ତ ଶାସନ ଦିବସ । ଏହି ଅବସରରେ ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଛନ୍ତି ।

ବିଏମସି ପାଳନ କଲା ସ୍ବାୟତ୍ତ ଶାସନ ଦିବସ
ବିଏମସି ପାଳନ କଲା ସ୍ବାୟତ୍ତ ଶାସନ ଦିବସ

ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ । ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏହାକୁ ପାଳନ କରାଯାଇଛି । ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ ଯୋଗ ଦେଇ ଜାତୀୟ ପତକା ଉତ୍ତୋଳନ କରିଛନ୍ତି ।

ବିଏମସି ଅଞ୍ଚଳରେ ରହୁଥିବା ନାଗରିକଙ୍କ ମୌଳିକ ଅଧିକାର, ଆବଶ୍ୟକତା ଯୋଗାଇ ଦେବା ସହ ସୁଶାସନ ପ୍ରଦାନ କରିବା ଦିଗରେ ମହାନଗର ନିଗମ କର୍ମଚାରୀ ବିଚ୍ୟୁତ ନହେବାକୁ ସେ ପରାମର୍ଶ ଦେଇଛନ୍ତି । ଦେଶରେ ଅଗ୍ରଣୀ ରାଜ୍ୟ ଭାବରେ ଓଡିଶା ସ୍ଥାନ ପାଇବା ଗର୍ବର ବିଷୟ ବୋଲି ସେ କହିଛନ୍ତି ।

ବିଏମସି ପାଳନ କଲା ସ୍ବାୟତ୍ତ ଶାସନ ଦିବସ

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ କମିଶନର, ଡେପୁଟି କମିଶନର, ଜୋନାଲ ଡେପୁଟି କମିଶନର ସମେତ ସମସ୍ତ କର୍ମଚାରୀ, କୋଭିଡ ଯୋଦ୍ଧା ସଫେଇ କର୍ମଚାରୀ ଉପସ୍ଥିତ ଥିଲେ । କୋରୋନା ମହାମାରୀ କଟକଣା ନେଇ ଚଳିତବର୍ଷ ସ୍ଥାନୀୟ ନାଗରିକଙ୍କୁ ଉତ୍ସବକୁ ନିମନ୍ତ୍ରଣ କରାଯାଇନଥିଲା ।

କୋରୋନା କଟକଣା ଯୋଗୁଁ ପ୍ରତି ବର୍ଷ ଆୟୋଜିତ ହୋଇଆସୁଥିବା ବିଭିନ୍ନ ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ, ବିଶିଷ୍ଟ ନାଗରିକ, କୃତି ଶିକ୍ଷର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଆଦି ସମସ୍ତ ପ୍ରକାର କାର୍ଯକ୍ରମକୁ ଚଳିତ ବର୍ଷ ବାତିଲ କରାଯାଇଛି ।

ତେବେ ଏସବୁ ଭିତରେ ଗତ ବର୍ଷ ବିଏମସି ପକ୍ଷରୁ ଦେଖାଯାଇଥିବା ଅନେକ ସ୍ବପ୍ନ ଭିତରୁ କେତେ ବିଏମସି ପୂରଣ କରିଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.