ETV Bharat / city

କୋରୋନା କାଳରେ ବିଏମସିର ତତ୍ପରତା: କଲ ସେଣ୍ଟରରେ ଲକ୍ଷେ କଲ୍ - bmc call

ବିଏମସି କଲ ସେଣ୍ଟରରେ ଲକ୍ଷେ କଲ୍। କୋରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ କରୋନା ଜନିତ ସମସ୍ୟାର ସମାଧାନ ଦିଗରେ ଭୁବନେଶ୍ୱର ମହାନଗର ନିଗମ ପରିଚାଳନାରେ ଭୁବନେଶ୍ୱର ସ୍ମାର୍ଟସିଟି ଲି. କାର୍ଯ୍ୟାଳୟରେ ଅହରାତ୍ର ୧୯୨୯ କଲ ସେଣ୍ଟରରୁ ଯାଇଛି ୧.୦୬ ଲକ୍ଷଟି କଲ୍। ଅଧିକ ପଡନ୍ତୁ...

କୋରୋନା କାଳରେ ବିଏମସିର ତତ୍ପରତା: କଲ ସେଣ୍ଟରରେ ଲକ୍ଷେ କଲ

author img

By

Published : Jun 15, 2021, 8:11 AM IST

ଭୁବନେଶ୍ବର: ବିଏମସି କଲ ସେଣ୍ଟରରେ ଲକ୍ଷେ କଲ୍। କରୋନା ମହାମାରୀ ସମୟରେ ସାଧାରଣ ଲୋକଙ୍କୁ କୋରୋନା ଜନିତ ସମସ୍ୟାର ସମାଧାନ ଦିଗରେ ଭୁବନେଶ୍ୱର ମହାନଗର ନିଗମ ପରିଚାଳନାରେ ଭୁବନେଶ୍ୱର ସ୍ମାର୍ଟସିଟି ଲି. କାର୍ଯ୍ୟାଳୟରେ ଅହରାତ୍ର ୧୯୨୯ କଲ ସେଣ୍ଟରରୁ ଯାଇଛି ୧.୦୬ଲକ୍ଷଟି କଲ। ଜୁନ ୧୩ ତାରିଖ ସୁଦ୍ଧା ଏହି କଲ ସେଣ୍ଟରକୁ ଆସିଛି ୮୮ ହଜାରରୁ ଅଧିକ କଲ। କୋଭିଡ ପରିଚାଳନାରେ ଏକ ମୁଖ୍ୟ ଦାଇତ୍ୱ ତୁଲାଉଛି ୧୯୨୯ କଲ ସେଣ୍ଟର। ରବିବାର ଏହି କଲ ସେଣ୍ଟରରୁ ଏକ ଲକ୍ଷରୁ ଅଧିକ କଲ ଯାଇଛି। କଲ ସେଣ୍ଟରରେ ମୋଟ ୪୮ଜଣ ଏକଜିକ୍ୟୁଟିଭ କାର୍ଯ୍ୟ କରୁଛନ୍ତି। ୩୫ଟି ୱାର୍କ ଷ୍ଟେସନରେ ତିନୋଟି ଶିଫ୍ଟରେ କାର୍ଯ୍ୟ ଚାଲୁଛି।

ମୁଖ୍ୟତଃ ୧୯୨୯ କଲ ସେଣ୍ଟରରୁ ବାହାରକୁ ଯାଉଥିବା କଲ୍ ଗୁଡିକ ଗୃହ ସଂଗରୋଧ ଥିବା ରୋଗୀ ମାନଙ୍କ ବାବଦରେ ବୁଝିବା ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ତଥ୍ୟ ନେବା ବିଷୟରେ କରାଯାଉଥିବା ବେଳେ ବାହାରକୁ ଯାଇଥିବା ସମୁଦାୟ କଲ ଗୁଡିକ ମଧ୍ୟରୁ ୨,୩୧୨ଟି କଲ କେବଳେ ରେଡ଼ ଫ୍ଲାଗ ରୋଗୀଙ୍କ ନିକଟକୁ ଯାଇଛି। ଗୃହ ସଂଗରୋଧରେ ଥିବା ରୋଗୀଙ୍କ ମଧ୍ୟରୁ ଯେଉଁମାନେ ମଧ୍ୟମ ଧରଣର ଅସୁସ୍ଥତା ବର୍ଗର ରୋଗୀ ସେମାନଙ୍କୁ ଗ୍ରୀନ ଫ୍ଲଗରେ ଅନ୍ତର୍ଭୁକ୍ତ କରାଯାଇଛି। ପ୍ରତ୍ୟେକ ରେଡ଼ ଫ୍ଲାଗ ରୋଗୀଙ୍କୁ ସମ୍ପୃକ୍ତ ଆରଆରଟି ସଦସ୍ୟ ମାନେ ଲଗାତାର ତିନିଦିନ ଧରି ଫୋନ କରିବା ସହିତ ବାରମ୍ବାର ଗୃହ ପରିଦର୍ଶନ କରିଥାନ୍ତି।

୧୯୨୯ କଲ ସେଣ୍ଟରରେ କେବଳ କୋଭିଡ ସଂକ୍ରମିତ ମାନଙ୍କୁ ଫୋନ କରି ରୋଗୀ ମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି । ଏହା ବ୍ୟତୀତ ସେମାନେ ବର୍ତ୍ତମାନ ସମ୍ମୁଖ ଯୋଦ୍ଧା ମାନଙ୍କୁ ସେମାନଙ୍କର ଟୀକାକରଣ ସ୍ଥିତି ବିଷୟରେ ପଚାରି ବୁଝିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.