ଭୁବନେଶ୍ୱର: ବେଆଇନ ପାର୍କିଂ ଫି ଆଦାୟ ନେଇ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀକୁ ନୋଟିସ । ସହିଦନଗର ଥିବା ଭବାନୀ ମଲର ଭବାନୀ କନଷ୍ଟ୍ରକ୍ସନକୁ ଏହି ନୋଟିସ ଜାରି ହୋଇଛି ।
ଭୁବନେଶ୍ୱର ସହିଦ ନଗର ସ୍ଥିତ ବିଏମସି ଭବାନୀ ମଲରେ ଥିବା ଭବାନୀ କନଷ୍ଟ୍ରକ୍ସନ କମ୍ପାନୀକୁ ବେଆଇନ ପାର୍କିଂ ଫି ଆଦାୟ ନେଇ ନୋଟିସ ଜାରି କରିଛି ବିଏମସି । ଭବାନୀ କନଷ୍ଟ୍ରକ୍ସନ କମ୍ପାନୀର ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଭବାନୀ କମର୍ସିଆଲକୁ ମଧ୍ୟ ନୋଟିସ ଜାରି କରାଯାଇଛି । ବିଡିଏ ପ୍ଲାନିଂ ଓ ବିଲ୍ଡିଂ ଷ୍ଟାଣ୍ଡାର୍ଡ଼ ୨୦୧୮ ଆଧାରରେ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ପାର୍କିଂ ବ୍ୟବସ୍ଥା ବାଧ୍ୟତାମୂଳକ ରହିଛି ।
ଗୁରୁବାର ଭୁବନେଶ୍ୱରର ୩ ଟି ଏନ୍ଫୋର୍ସମେଣ୍ଟ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ପାର୍କିଂ ଫି ଆଦାୟ କରୁଥିବା କିଛି ବ୍ୟକ୍ତି ବିଶେଷ ଓ ବ୍ୟବସାୟୀକ ଅନୁଷ୍ଠାନଠାରୁ ଫି ଟିକେଟ ସିଜ କରିବା ସହିତ ସେମାନଙ୍କୁ ନୋଟିସ ଜାରି କରିଛି । ଗୁରବାର ବିଡିଏ ପକ୍ଷରୁ ବିଭିନ୍ନ ସପିଙ୍ଗ ମଲ ,ବ୍ୟବସାୟିକ ପ୍ରତିଷ୍ଠାନ ଓ ଆପାର୍ଟମେଣ୍ଟକୁ ବେଆଇନ ପାର୍କିଂ ନେଇ ନୋଟିସ ଜାରି କରାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ