ETV Bharat / city

ରାଜଧାନୀରେ ପୁଣି ଗର୍ଜିଲା ବନ୍ଧୁକ, ବ୍ଲାଙ୍କ‌ ଫାୟାରିଂ କରି‌ ଦେଖାଇଲେ ଭାଇଗିରି

author img

By

Published : May 17, 2022, 9:32 PM IST

ରାଜଧାନୀରେ ଭାଇଗିରି ! ସିଆରପିରୁ ୟୁନିଟ ୮ ଯିବା ରାସ୍ତାରେ ଦୁର୍ବୃତ୍ତଙ୍କ ପକ୍ଷରୁ ବ୍ଲାଙ୍କ ଫାୟାରିଂ କରାଯାଇଥିବା ସୂଚନା । ଅଧିକ ପଢନ୍ତୁ

ରାଜଧାନୀରେ ଭାଇଗିରି, ଦବଦବା ଜାହିର‌ ପାଇଁ ଫାଙ୍କା ଗୁଳିଚାଳନା

ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି ଭାଇଗିରି ! ଦବଦବା ଜାହିର‌ ପାଇଁ ବ୍ଲାଙ୍କ ଫାୟାରିଂ ବା ଫାଙ୍କା ଗୁଳିଚାଳନା କରୁଛନ୍ତି ଦୁର୍ବୃତ୍ତ । ସିଆରପିରୁ ୟୁନିଟ ୮ ଯିବା ରାସ୍ତାରେ ଦୁର୍ବୃତ୍ତଙ୍କ ପକ୍ଷରୁ ବ୍ଲାଙ୍କ ଫାୟାରିଂ କରାଯାଇଥିବା ସୂଚନା । ୨ ରାଉଣ୍ଡ ଫାୟାରିଂ ପରେ ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ।

ଏନେଇ ଖବର‌ପାଇ ଘଟଣାସ୍ଥଳରେ ପହଞ୍ଚିଛି ନୟାପଲ୍ଲି ଥାନା ପୋଲିସ‌ । ଆଖପାଖ ସିସିଟିଭିରେ ଅଭିଯୁକ୍ତଙ୍କ ଗତିବିଧି ଜାଣିବାକୁ ପୋଲିସ ପ୍ରୟାସ ଜାରିରଖିଛି । ପୋଲିସ ସୂଚନା ଅନୁଯାୟୀ, ରାଜଧାନୀରେ ବ୍ଲାଙ୍କ ଫାୟାରିଂ କରାଯାଇଛି । ମାତ୍ର ଏଥିରେ କୋଣସି କ୍ଷୟକ୍ଷତି ଘଟିନାହିଁ । ପୋଲିସ ମାମଲାର ତଦନ୍ତ ଜାରିରଖିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.