ETV Bharat / city

CRP ଛକରେ ଗୁଳିକାଣ୍ଡ ଘଟଣା: ସ୍ତ୍ରୀ ବନ୍ଧୁକରୁ ଗୁଳିଫୁଟାଇ ସ୍ୱାମୀ ଗିରଫ - ରାଜଧାନୀରେ ବ୍ଲାଙ୍କ‌ ଫାୟାରିଂ

ରାଜଧାନୀ ସ୍ଥିତ ସିଆରପି ଛକରେ ଗୁଳିମାଡ ଘଟଣା । ବୁଧବାର ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ସ୍ତ୍ରୀ ବନ୍ଧୁକରେ‌ ସ୍ବାମିର ବନ୍ଧୁକବାଜ୍, CRP ଛକରେ ଗୁଳିଫୁଟାଇ ସ୍ବାମୀ ଗିରଫ

author img

By

Published : May 18, 2022, 6:16 PM IST

ଭୁବନେଶ୍ୱର: ରାଜଧାନୀ ସ୍ଥିତ ସିଆରପି ଛକରେ ଗୁଳିମାଡ ଘଟଣା । ଆଜି(ବୁଧବାର) ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁ୍କ୍ତ ହେଲା ବିନୟ ଆଚାର୍ଯ୍ୟ । ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ କରିଥିବା ସ୍ବୀକାର କରିଛି ଅଭିଯୁକ୍ତ । ସୂଚନାଅନୁସାରେ, ମଙ୍ଗଳବାର ଦିନ ସିଆରପି ଛକରେ ପୂର୍ବ ଶତୃତାକୁ ନେଇ ଗଣ୍ଡଗୋଳ ପରେ ଗୁଳିମାଡ କରିଥିଲା ଦୁର୍ବୃତ୍ତ । ଏଥରୁ ଅଳ୍ପକେ ବର୍ତ୍ତିଯାଇଥିଲେ ଛାତ୍ର କଂଗ୍ରେସ ନେତା ବିଭୂ ପ୍ରସାଦ ଜେନା। ଛାତ୍ର କଂଗ୍ରେସ ନେତା ବିଭୁ ପ୍ରସାଦ ଜେନାକୁ ଗୁଳିକରିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ଆଧାରକରି ବିନୟ ଆଚାର୍ଯକୁ ଗିରଫ କରି କୋର୍ଟ ଚାଲାଣ ରିଛି ପୋଲିସ ।

ସ୍ତ୍ରୀ ବନ୍ଧୁକରୁ ଗୁଳିଫୁଟାଇ ସ୍ୱାମୀ ଗିରଫ

ତେବେ ବିନୟ ତାଙ୍କ ପତ୍ନୀ ଙ୍କର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଏଭଳି ଗୁଳିମାଡ କରିଥିଲେ। ବନ୍ଧୁକଟି ବିନୟଙ୍କ ପତ୍ନି ସ୍ଥିତ ପ୍ରଜ୍ଞା ରାୟଙ୍କ ନାରେ ରହିଛି । ଦୁଇ ରାଉଣ୍ଡ ଗୁଳିମାଡ କରି ସେଠାରୁ ଫେରାର ହୋଇଯାଇଥିଲେ। ଜଣେ ନାସନାଲ ସୁଟର ହିସାବରେ ସ୍ପୋର୍ଟସ ପର୍ସନ ଯୋଗୁଁ ତାଙ୍କୁ (ପତ୍ନୀ) ଅନୁମତି ମିଳିଥିଲା। ତେବେ ଜଣେ ସ୍ପୋର୍ଟ ପର୍ସନଙ୍କ ବନ୍ଧୁକ ନେଇ ଏପରି ସର୍ବସାଧାରଣରେ ଗୁଳିମାଡ କରି ଆତଙ୍କ ଖେଳାଇବା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବିନୟଙ୍କ ପତ୍ନୀଙ୍କୁ ୧୮ଜୁନ ୨୦୨୧ରେ ଲାଇସେନ୍ସ ମିଳିଥିଲା।ତେବେ ଏପରି ଲାଇସେନ୍ସ ବନ୍ଧୁକ ଅପବ୍ୟବହାର କରିବା, ସର୍ବସାଧାରଣରେରେ ଆତଙ୍କ ଖେଳାଇବା ଘଟଣାରେ ଆବଶ୍ୟକ ପଡିଲେ ବନ୍ଧୁକ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି।ସେପଟେ ବିନୟ କହିଛନ୍ତି ସେମାନେ ପୂର୍ବରୁ ଅକ୍ଟୋବର ମାସରେ ଆକ୍ରମଣ କରିଥିଲେ । ମଙ୍ଗଳବାର ମଧ୍ୟ ସେମାନେ ତାଙ୍କୁ ଆକ୍ରମଣ କରିଥିଲେ ହେଲେ ନିଜକୁ ବଞ୍ଚାଇବାକୁ ଏପରି ବନ୍ଧୁକ ଗୁଳି ଚାଳନା କରିଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.