ETV Bharat / city

ଉପନିର୍ବାଚନ ଫଳାଫଳ ପ୍ରକାଶ ପରେ ଜନମତକୁ ସ୍ବୀକାର କରୁଛୁ କହିଲେ ସମୀର ମହାନ୍ତି

author img

By

Published : Nov 11, 2020, 7:08 PM IST

ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେପିକୁ ପରାଜୟ ବରଣ କରିବାକୁ ପଡ଼ିଛି। ଏହାକୁ ନେଇ ରାଜ୍ୟ ମୁଖ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଅଧିକ ପଢ଼ନ୍ତୁ...

ଉପନିର୍ବାଚନ ଫଳାଫଳକୁ ନେଇ ବିଜେପିର ସାମ୍ବାଦିକ ସମ୍ମଳନୀ, ଜନମତକୁ ସ୍ବୀକାର କରୁଛୁ କହିଲେ ସମୀର ମହାନ୍ତି

ଭୁବନେଶ୍ବର: ବାଲେଶ୍ବର ସଦର ଓ ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେପିକୁ ପରାଜୟ ବରଣ କରିବାକୁ ପଡ଼ିଛି। ଏହାକୁ ନେଇ ରାଜ୍ୟ ମୁଖ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରୋନା ମହାମାରୀ ସମୟରେ ଭୋଟ ଦେବାକୁ ଆସିଥିବାରୁ ଭୋଟରଙ୍କୁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି ଯେ, "ଚଳିତ ଉପନିର୍ବାଚନରେ ବିଜେପି ପ୍ରସଙ୍ଗ ଭିତ୍ତିକ ନିର୍ବାଚନ ଲଢ଼ିଥିଲା ଏଭଳି ମହାମାରୀ ସମୟରେ ଦଳୀୟ କର୍ମକର୍ତ୍ତାଙ୍କ ସହଯୋଗକୁ ମୁଁ ଧନ୍ୟବାଦ ଜଣାଉଛି। କୋରୋନା ପରିଚାଳନାରେ ବ୍ୟାପକ ଅନିୟମିତତାକୁ ଲୋକଙ୍କ ପାଖରେ ଆମେ ପହଞ୍ଚାଇଥିଲୁ। ପ୍ରଧାନମନ୍ତ୍ରୀ ମୋଦି ଦେଇଥିବା ସହାୟତା ଲୋକଙ୍କ ପାଖରେ ପହଞ୍ଚିପାରୁନି। ରାଜ୍ୟରେ ବିଭିନ୍ନ ଯୋଜନା ଆଳରେ ଦୁର୍ନୀତି ଓ ଅନିୟମିତତା ହେଉଛି। ପ୍ରବାସୀ ଶ୍ରମିକମାନଙ୍କୁ ସୁବିଧା ଦେବା କଥା ମଧ୍ୟ ଲୋକଙ୍କ ପାଖରେ ପହଞ୍ଚାଇଥିଲୁ। ଏ ସମସ୍ତ ପ୍ରସଙ୍ଗ ଆଜି ମଧ୍ୟ ଅଛି। ଏହି ପ୍ରସଙ୍ଗକୁ ନେଇ ଆଗକୁ ଆମେ ସଂଗଠନ ସୁଦୃଢ଼ କରିବୁ। ଆଗକୁ ରାଜ୍ୟର ନିର୍ବାଚନରେ ଦ୍ବିପାକ୍ଷିକ ଲଢେଇ ହେବ।"

ଏହସହ ରାଜ୍ୟରେ କଂଗ୍ରେସ ଶକ୍ତିହୀନ ହୋଇଛି। 2019 ନିର୍ବାଚନରେ ଓଡ଼ିଶାବାସୀ ବିଜେପିକୁ ଏକ ସ୍ପଷ୍ଟ ସୂଚନା ଦେଇଥିଲେ। କଂଗ୍ରେସ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି କରୁଥିଲା ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।

ବାଲେଶ୍ବର ସଦର ପୂର୍ବରୁ ବିଜେପିର ଗଡ଼ ଥିଲା। ତେବେ ଏହି ବିଧାନସଭା ଆସନରୁ ମଧ୍ୟ ବିଜେପିକୁ ହାରିବାକୁ ପଡ଼ିଛି। ବିଜେପି ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ 13 ହଜାରରୁ ଉଦ୍ଧ୍ବ ଭୋଟରେ ପରାସ୍ତ କରି ବିଜେଡିର ସ୍ବରୂପ ଦାସ ବିଜୟୀ ହୋଇଛନ୍ତି। ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ନିକଟତ ପ୍ରତିଦ୍ବନ୍ଦୀ ବିଜେପିର ରାଜକିଶୋର ବେହେରାଙ୍କୁ ୪୦ ହଜାର 697 ଭୋଟରେ ପରାସ୍ତ କରିଛନ୍ତି । ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ ମୋଟ 88 ହଜାର 310 ଭୋଟ ପାଇ ବିଜୟୀ ହୋଇଛନ୍ତି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.