ETV Bharat / city

ସ୍ବାଧୀନତା ଦିବସରୁ ବର୍ଷେ ଚାଲିବ 'ନୂଆ ଓଡିଶା ନୂଆ ଭାରତ'

author img

By

Published : Aug 13, 2021, 12:59 PM IST

ସ୍ବାଧୀନତା ଦିବସରେ 'ନୂଆ ଓଡିଶା ନୂଆ ଭାରତ' ସମ୍ଭାବନା ନେଇ ବିଶେଷ କାର୍ଯ୍ୟକ୍ରମ କରିବ ବିଜେପି ଯୁବ ମୋର୍ଚ୍ଚା । ଅଧିକ ପଢନ୍ତୁ...

ସ୍ବାଧୀନତା ଦିବସରୁ ବର୍ଷେ ଚାଲିବ 'ନୂଆ ଓଡିଶା ନୂଆ ଭାରତ '

ଭୁବନେଶ୍ବର: ସ୍ବାଧୀନତା ଦିବସରେ ବିଜେପି ଯୁବ ମୋର୍ଚ୍ଚାର ବିଭିନ୍ନ କାର୍ଯ୍ୟକ୍ରମ ନେଇ ସୂଚନା ଦେଲେ ମୋର୍ଚ୍ଚା ସଭାପତି ଈରାଶିଷ ଆଚାର୍ଯ୍ୟ । 75ତମ ସ୍ଵାଧୀନତା ଦିବସ ଅବସରରେ ଅମୃତ ବର୍ଷ ନାମରେ ଗୋଟିଏ ବର୍ଷର କାର୍ଯ୍ୟକ୍ରମ ଦେଶ ସାରା ପାଳନ କରାଯିବ । ଆମ ରାଜ୍ୟରେ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଯୁବକମାନଙ୍କ ଦ୍ୱାରା 'ନୂଆ ଓଡିଶା ନୂଆ ଭାରତ' ସମ୍ଭାବନା ନେଇ ବିଶେଷ କାର୍ଯ୍ୟକ୍ରମ ହେବାକୁ ଯାଉଛି ।

ରାଜ୍ୟର 1004 ମଣ୍ଡଳରେ ଅଗଷ୍ଟ 15 ତାରିଖ ଦିନ ସକାଳ ସସମୟରେ ରାଷ୍ଟ୍ରୀୟ ଗାନ କରାଯିବ । 36ଟି ସାଙ୍ଗଠନିକ ଜିଲ୍ଲାରେ ମାରାଥନ କିମ୍ବା ସାଇକେଲ ରାଲି କିମ୍ବା ପଦଯାତ୍ରା ମଧ୍ୟ ଆୟୋଜନ କରାଯିବ । ସବୁ ସ୍ଥାନରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯିବା ନେଇ ଈରାଶିଷ କହିଛନ୍ତି । ସାରା ଓଡିଶାରେ ଏଭଳି କାର୍ଯ୍ୟକ୍ରମ କରିବ ଯୁବ ମୋର୍ଚ୍ଚା । ଯୁବକମାନଙ୍କୁ ନୂଆ ଓଡିଶା ଗଠନର ଆହ୍ୱାନ ଦେଇ ବିଜେପି ଯୁବ ମୋର୍ଚ୍ଚା ଏହି କାର୍ଯ୍ୟକ୍ରମ କରିବ । ଏହି କାର୍ଯ୍ୟକ୍ରମ ଅଧୀନରେ ଆଗାମୀ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଉନ୍ନୟନ ତଥା ପ୍ରେରଣାଦାୟୀ କାର୍ଯ୍ୟ ଚାଲୁ ରହିବ ବୋଲି ଈରାଶିଷ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.